ETV Bharat / bharat

ମୁଖତାର ଅନସାରୀ ପରିବାର ସଦସ୍ୟଙ୍କୁ ଭେଟିଲେ ଅଖିଳେଶ - Akhilesh Visits Mukhtar Family

author img

By ETV Bharat Odisha Team

Published : Apr 7, 2024, 7:47 PM IST

ମୁଖତାର ଅନସାରୀ ପରିବାର ସଦସ୍ଯଙ୍କୁ ଭେଟିଲେ ଅଖିଳେଶ
ମୁଖତାର ଅନସାରୀ ପରିବାର ସଦସ୍ଯଙ୍କୁ ଭେଟିଲେ ଅଖିଳେଶ

Akhilesh Yadav Visits Mukhtar Ansari's Family: ମୁଖତାର ଅନସାରୀ ପରିବାର ସଦସ୍ୟଙ୍କୁ ଭେଟିଲେ ସପା ମୁଖ୍ୟ ଅଖିଳେଶ ଯାଦବ । ବିଷ ଦେଇ ହତ୍ୟା ଅଭିଯୋଗର ତଦନ୍ତ ନେଇ କଲେ ଦାବି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଜେଲରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ମାଫିଆ-ରାଜନେତା ମୁଖତାର ଅନସାରୀର ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ଆଜି ଗାଜିପୁରର ସ୍ଥିତ ମୁଖତାରର ବାସଭବନରେ ପହଞ୍ଚିଥିଲେ । ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ମୁଖତାରର ମୃତ୍ୟୁରେ ଶୋକ ପ୍ରକଶ କରିବା ସହ ସମବେଦନା ମଧ୍ୟ ଜଣାଇଥିଲେ । ମୁଖତାରର ସାଂସଦ ଭାଇ ଅଫଜଲ ଅନସାରୀ ମଧ୍ୟ ଏହି ସମୟରେ ଅଖିଳେଶଙ୍କ ସହ ନଜର ଆସିଥିଲେ । ଏନେଇ ଅଖିଳେଶ ଟ୍ବିଟ ମଧ୍ୟ କରିଛନ୍ତି ।

ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଖିଳେଶ କହିଛନ୍ତି, "ମୁଁ ଆଶ୍ଚର୍ଯ୍ୟ ଯେ ମୁଖତାରଙ୍କୁ ଜେଲରେ ଖାଦ୍ୟରେ ବିଷ ଦିଆଯାଇଥିବା ନେଇ ସେ ନିଜେ ଅଭିଯୋଗ କରିଥିଲେ । ସରକାର ଏହି ଅଭିଯୋଗକୁ ଗୁରୁତର ସହ ନେବା ଆବଶ୍ୟକ । ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ପାଇଁ ସରକାର ପ୍ରୟାସ କରିବେ ବୋଲି ମୁଁ ଆଶା କରୁଛି । ଅଭିଯୋଗର ସତ ସାମ୍ନାକୁ ଆସିଲେ ମୁଖତାରର ପରିବାର ନ୍ୟାୟ ପାଇବ ।"

ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ସଜ୍ଜା କାଟୁଥିବା ବାହୁବଳୀ ମୁଖତାର ଗତମାସ (ମାର୍ଚ୍ଚ) 28 ତାରିଖରେ ହୃଦଘାତରେ ଶିକାର ହୋଇଥିବା ଜେଲ ପକ୍ଷରୁ କୁହାଯାଇଥିଲା । ତାକୁ ତୁରନ୍ତ ଜେଲରୁ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ବିଳମ୍ବିତ ସଂଧ୍ୟାରେ ତାର ମୃତ୍ୟୁ ହୋଇଥିଲା । ହେଲେ ପରିବାର ସଦସ୍ୟ ସଙ୍ଗୀନ ଅଭିଯୋଗ ଆଣିଥିଲେ । ମୁଖତାରର ସାଂସଦ ଭାଇ ଅଫଜଲ ଅନସାରୀ ମୁଖତାରକୁ ଜେଲରେ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଜେଲ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଥିଲେ ସୁଦ୍ଧା ଏହାର ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ସମୟରେ କେତେ ଟଙ୍କା ଓ ସୁନା ବାହାରକୁ ନେଇପାରିବେ ? ଜାଣନ୍ତି କି କଣ ରହିଛି ନିୟମ - GOLD AND CASH RULES IN ELECTION

ମୁଖତାର ଅପରାଧିକ ଜଗତରୁ ରାଜନୀତିରେ ପ୍ରବେଶ କରି ମଉ ବିଧାନସଭା ନିର୍ବାଚନ ମଣ୍ଡଳୀରୁ 5ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲା । ପୂର୍ବାଞ୍ଚଳରେ ପ୍ରଭାବ ଥିବା କାରଣରୁ କୌଣସି ଉତ୍ତେଜନାମୂଳକ ସ୍ଥିତି ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ ସହ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା ସ୍ଥାନୀୟ ପ୍ରଶାସନ । 2019ରେ ଗାଜିପୁର ସଂସଦୀୟ କ୍ଷେତ୍ରରୁ ସମାଜବାଦୀ ପାର୍ଟି ମୁଖତାରର ଭାଇ ଅଫଜଲ ଅନସାରୀଙ୍କୁ ଲୋକସଭା ନିର୍ବାଚନ ଲଢାଇଥିଲା । ଅଫଜଲ ସାଂସଦ ଭାବେ ବଜୟୀ ମଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.