ETV Bharat / bharat

ମାର୍ଚ୍ଚ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Mar 19, 2024, 12:05 AM IST

19th March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆପଣଙ୍କ ଭଲ ଗୁଣର ଉପଯୋଗ କରନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଭଲ ଦିନ । ବ୍ୟବସାୟୀ ଏବଂ ପେଶାଦାରମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ । ସେମାନଙ୍କ ବଳିଷ୍ଠ କାର୍ଯ୍ୟରେ ସନ୍ତୁଷ୍ଟ ଏବଂ ଖୁସୀ ହେବେ ।

ବୃଷ: ଏହିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ପରିବାର ସହିତ ବାହାରକୁ ଖାଇବାକୁ ଯାଇପାରନ୍ତି । ଆଜି ନୂଆ ବନ୍ଧୁମାନଙ୍କ ସହିତ ମିଳନ ହୋଇପାରେ ।

ମିଥୁନ: ଆପଣ ଆପଣଙ୍କ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଯାହାକି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟାରେ ପ୍ରତିଫଳିତ ହେବ । ଅତ୍ୟନ୍ତ ହସ ଖୁସୀରେ ପରିବାର ଏବଂ ବନ୍ଧୁ ମେଳରେ ଦିନଟି ବିତାଇବେ । ଆପଣ ସପିଙ୍ଗ୍‌ କରିବା ପାଇଁ ଯାଇପାରନ୍ତି ଏବଂ ସ୍ୱାଦଭରା ଖାଦ୍ୟ ମଧ୍ୟ ଖାଇପାରନ୍ତି ।

କର୍କଟ: ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ, ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାନ୍ତୁ ଯେପରିକି ଅଧିକ କ୍ଷତି ନହେବ । ଆପଣଙ୍କ ରାଗ ଏବଂ କଥା ନିୟନ୍ତ୍ରଣରେ ରଖନ୍ତୁ । ଅନ୍ୟଥା ଆପଣ ଅନ୍ୟଙ୍କ ବିରୋଧି ହେବେ ।

ସିଂହ: ଆପଣଙ୍କ ଦିନ ଆଜି ଅଧା-ଅଧା ପରିସ୍ଥିତି ହେବ । ଦିନର ପ୍ରଥମ ଭାଗ ଭଲ ଖବରରେ ଭରା ରହିବ । ଯେହେତୁ ଖବର ଲାଭଦାୟକ ହେବ, ଆପଣ ଅତ୍ୟନ୍ତ ଖୁସୀ ଅନୁଭବ କରିବେ । ଶାନ୍ତ ରହନ୍ତୁ, ଆୟରେ ବୃଦ୍ଧି ହୋଇପାରେ ଏବଂ ଅନ୍ୟ ଆର୍ଥିକ ସୁତ୍ର ମଧ୍ୟ ପାଇପାରନ୍ତି ।

କନ୍ୟା: ଆଜି ପରିବାର ସହିତ ସଂପର୍କ ମଜଭୁତ ହେବ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହିତ ମିଶିବେ ଏବଂ ତାଙ୍କ ସହିତ ହସଖୁସୀରେ ଦିନ ଅତିବାହିତ ହେବ । ଯଦି ସମ୍ଭବ ତାଙ୍କ ସହିତ ବାହାରକୁ ଯାଆନ୍ତୁ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ ।

ତୁଳା: ଆଜି ଦିନ ବ୍ୟସ୍ତତାରେ ଭରା ରହିବ । ଆପଣ ସବୁଠାରୁ ହତାଶ ଅନୁଭବ କରିବେ । ପିଲାମାନଙ୍କ ସହିତ ଭିନ୍ନ ମତ ହୋଇପାରେ, ଯେଉଁଥିପାଇଁ ଆପଣ ଅଶାନ୍ତ ହୋଇ ପାରନ୍ତି । କାର୍ଯ୍ୟରେ ପରିସ୍ଥିତି ଅନୁକୂଳ ହେବ ନାହିଁ । ବରିଷ୍ଠ ଅଧିକାରୀମାନଙ୍କ ସହିତ ଝଗଡା ହୋଇପାରେ ।

ବିଛା: ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । କିଛି କହିବା ପୁର୍ବରୁ ଦୁଇଥର ଭାବନ୍ତୁ । ତେବେ ଆଗୁଆ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

ଧନୁ: ଆପଣ ଖୁସୀ ଏବଂ ସତର୍କ ରହିବେ । ଅନୁକୂଳ ଶକ୍ତି ଆପଣଙ୍କୁ ପ୍ରଭାବିତ କରିବ । ଫଳରେ ଘର ପରିବେଶ ଶାନ୍ତ ରହିବ । ଅବଶ୍ୟ ସନ୍ଧ୍ୟା ବେଳକୁ ପରିସ୍ଥିତି ସଂପୁର୍ଣ୍ଣ ଓଲଟା ହେବାର ସମ୍ଭାବନା ରହିଛି ।

ମକର: ଆଜି ଆପଣଙ୍କର ମିଷ୍ଟ ଭାଷା ଅନେକ ଅସୁବିଧା ଦୂର କରିବ । ଘରର ପରିସ୍ଥିତି ଶାନ୍ତ ଏବଂ ଆଶାବାଦୀ ରହିବ । ଆପଣଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବ । ଆପଣଙ୍କ ନୂଆ କାର୍‌ରେ ସାଙ୍ଗମାନଙ୍କ ସହିତ ଯାଆନ୍ତୁ ଏବଂ ମଜା କରନ୍ତୁ । ଲମ୍ୱା ଡ୍ରାଇଭ୍‌ରେ ଯିବା ଏକ ଭଲ ଚିନ୍ତାଧାରା ହେବ । ସନ୍ଧ୍ୟାରେ ଆନନ୍ଦ ଉପଭୋଗ କରନ୍ତୁ ।

କୁମ୍ଭ: ଯେହେତୁ ଆପଣ ଆଜି ସୃଜନଶୀଳ ମନୋବୃତ୍ତିରେ ଅଛନ୍ତି, ଅଫିସିଆଲ କାମରେ କମ୍‌ ଧ୍ୟାନ ରହିବ । ଆପଣଙ୍କର ସୃଜନଶୀଳତା ପ୍ରବାହିତ ହେବାକୁ ଦିଅନ୍ତୁ । ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଆପଣଙ୍କୁ ବ୍ୟସ୍ତ କରିଦେବ । କାର୍ଯ୍ୟରେ ପରିସ୍ଥିତି ଉନ୍ନତି କରିବ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

ମୀନ: ବ୍ୟସ୍ତତା ଆପଣଙ୍କ କାର୍ଯ୍ୟର ଗତି ଧୀର କରିଦେଇପାରେ ଏବଂ ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ କମ୍‌ କରିଦେଇପାରେ । ଜମି କିମ୍ୱା ସମ୍ପତ୍ତି ବିଷୟରେ କୌଣସି ଆଲୋଚନା କରନ୍ତୁ ନାହିଁ, ଏଭଳି ପରିସ୍ଥିତିକୁ ଏଡାନ୍ତୁ ଯାହାକି ଆପଣଙ୍କ ଗୁଣର ପ୍ରତିକୂଳ ଲକ୍ଷଣ ବୃଦ୍ଧି କରିପାରେ । ଏସିଡିଟି ଭଳି ହଜମ ସମସ୍ୟା ଦେଖା ଦେଇପାରେ ଯାହାକି ଆପଣଙ୍କୁ କଷ୍ଟ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.