ETV Bharat / bharat

ଗଙ୍ଗାରେ ଅସ୍ଥି ବିସର୍ଜନ କଲେ ପାକିସ୍ତାନୀ ହିନ୍ଦୁ, କହିଲେ ପୂର୍ବଜ ପାଇବେ ମୋକ୍ଷ - Pakistani Pilgrims In Haridwar

author img

By ETV Bharat Odisha Team

Published : May 5, 2024, 5:02 PM IST

ଗଙ୍ଗାରେ ଅସ୍ତି ବିସର୍ଜନ କଲେ ପାକିସ୍ତାନୀ ହିନ୍ଦୁ
ଗଙ୍ଗାରେ ଅସ୍ତି ବିସର୍ଜନ କଲେ ପାକିସ୍ତାନୀ ହିନ୍ଦୁ (Etv Bharat Odisha)

Pakistani Pilgrims In Haridwar: ହରିଦ୍ବାର ଗଙ୍ଗା ଘଟରେ ଅସ୍ଥି ବିସର୍ଜନ କଲେ ପାକିସ୍ତାନୀ ହିନ୍ଦୁ । କହିଲେ ପୂର୍ବପୁରୁଷ ମୋକ୍ଷ ପ୍ରାପ୍ତି ହେବେ । ଅଧିକ ପଢ଼ନ୍ତୁ

ଡେରାଡୁନ: ଆଜି ହରିଦ୍ବାରରେ ଅସ୍ଥି ବିସର୍ଜନ କରିଛନ୍ତି ପାକିସ୍ତାନରୁ ଆସିଥିବା 223 ହିନ୍ଦୁ ତୀର୍ଥଯାତ୍ରୀ । ପ୍ରାୟ 20ରୁ 22 ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଛନ୍ତି । ପାକିସ୍ତାନର ସିନ୍ଧ ପ୍ରଦେଶରେ ରହୁଥିବା ହିନ୍ଦୁ ତୀର୍ଥଯାତ୍ରୀମାନେ ମାତା ଗଙ୍ଗାଙ୍କୁ ସେମାନଙ୍କର ଆରାଧ୍ୟ ଭାବରେ ମାନନ୍ତି । ତେବେ ସେମାନଙ୍କ ବିଶ୍ବାସ ରହିଛି ଯେ, ଯଦି ପିତୃପୁରଷମାନଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରାଯାଏ ତେବେ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଯାହାକୁ ନେଇ ପାକିସ୍ତାନୀ ହିନ୍ଦୁମାନେ ଅସ୍ଥି ବିସର୍ଜନ କରିବା ପାଇଁ ହରିଦ୍ବାର ଆସିଥାନ୍ତି ।

ତେବେ ହରିଦ୍ବାର ଶଦାଣି ଦରବାର ପିଠାଧୀଶ୍ବର ସ୍ବାମୀ ଯୁଧିଷ୍ଠିର ଲାଲ କହିଛନ୍ତି ଯେ, ପ୍ରାୟ 20ରୁ 22 ଜଣଙ୍କ ଅସ୍ଥି ଆଜି ଗଙ୍ଗାରେ ବିସର୍ଜନ କରାଯାଇଛି । ପାକିସ୍ତାନର ସିନ୍ଧ ପ୍ରଦେଶରୁ ସେମାନେ ଆସିଛନ୍ତି । ସିନ୍ଧରେ ଅନେକ ବ୍ରାହ୍ମଣ ଅଛନ୍ତି । ଏହାସହ ସେଠାରେ ମଧ୍ୟ ପବିତ୍ର ସିନ୍ଧୁ ନଦୀ ଅଛି । କିନ୍ତୁ ସିନ୍ଧରେ ରହୁଥିବା ହିନ୍ଦୁ ସମାଜର ଲୋକ ଗଙ୍ଗାରେ ଅସ୍ଥି ବିସର୍ଜନ କରିବାର ପରମ୍ପରା ରହିଛି । ଆଜି ଯେଉଁମାନଙ୍କର ଅସ୍ଥି ବିସର୍ଜନ କରାଯାଇଥିବା ସେମାନେ ମୋକ୍ଷ ପ୍ରାପ୍ତି ହୋଇଛନ୍ତି ।

ଯୁଧିଷ୍ଠିର ଲାଲ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବହୁ ବର୍ଷ ଧରି ଅସ୍ଥି ବିସର୍ଜନ କରିବା ପାଇଁ ହରିଦ୍ବାର ଗଙ୍ଗା ଘାଟକୁ ଆସୁଛନ୍ତି । ଏଥର ସିନ୍ଧ ପ୍ରଦେଶର 33ରୁ 34 ସହରର ଲୋକ ଅସ୍ଥି ବିସର୍ଜନ କରିବା ପାଇଁ ଆସିଛନ୍ତି । ଯେଉଁଥିରେ ହାଇଦ୍ରାବାଦ, ଥାରପାରକର ଓ ଶିକାରପୁର ଜିଲ୍ଲାର ଲୋକ ସାମିଲ ଅଛନ୍ତି । ଭାରତ ସରକାର କହିଛନ୍ତି ଯେ, ଯଦି କେହି ଅସ୍ଥି ବିସର୍ଜନ କରିବା ପାଇଁ ପାକିସ୍ତାନରୁ ହରିଦ୍ବାର ଆସିବାକୁ ଚାହାନ୍ତି ତେବେ ସେମାନଙ୍କୁ ବିନା ସର୍ତ୍ତେରେ ଏକ ସପ୍ତାହ ପାଇଁ ସ୍ବତନ୍ତ୍ର ଭିସା ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଦେଶର ଜଣାଶୁଣା ହିନ୍ଦୁ ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର, ମୌଲବୀକୁ ବାନ୍ଧିଲା ପୋଲିସ - Conspiracy To Kill Hindu Leaders

ତେବେ ଅସ୍ଥି ବିସର୍ଜନ କରିବା ପାଇଁ ଆସିଥିବା ଜଣେ ପାକିସ୍ତାନୀ ହିନ୍ଦୁ କହିଛନ୍ତି ଯେ, ବହୁ ବର୍ଷ ଧରି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ପରିଦର୍ଶନ କରିବା ପାଇଁ ଇଚ୍ଛା ଥିଲା । ମେ' 4 ତାରିଖରେ ହରିଦ୍ବାରରେ ପହଞ୍ଚିଥିଲୁ । ଏଠାରେ ପିତୃପୁରଷଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଛୁ । ସେ ଆହୁରି କହିଛନ୍ତି ଯେ, ଭାରତ ଆସିବାକୁ ଭିସା ପାଇବାରେ ବହୁତ ସମସ୍ୟା ହେଉଛି । ଏଭଳି ପରିସ୍ଥିତିରେ ପାକିସ୍ତାନରୁ ଆସିୁଥିବା ହିନ୍ଦୁମାନଙ୍କ ପାଇଁ ଶୀଘ୍ର ଭିସା ପାଇବା ପାଇଁ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.