ETV Bharat / bharat

ସିଜେଆଇକୁ ଚିଠି ଲେଖିଲେ 600 ଆଇନଜୀବୀ, ଏହା ଥିଲା ମୁଖ୍ୟ କାରଣ - Lawyers Letter To CJI

author img

By ETV Bharat Odisha Team

Published : Mar 28, 2024, 3:14 PM IST

Lawyers Letter To CJI
Lawyers Letter To CJI

Lawyers Letter To CJI DY Chandrachud: ନ୍ୟାୟପାଳିକାକୁ ନେଇ ସିଜେଆଇକୁ ଚିଠି ଲେଖିଲେ 600 ଆଇନଜୀବୀ । କହିଲେ ଫିକ୍ସିଂ କରାଯାଉଛି ବ୍ୟାଞ୍ଚ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକା ଉପରେ ଚାପପ୍ରୟୋଗ । ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଲେ ଦେଶର 600 ଆଇନଜୀବୀ । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରିବା ପାଇଁ ଚେଷ୍ଟା କରାଯାଉଛି । ଏହାକୁ ନେଇ ଆମେ ଚିନ୍ତିତ ବୋଲି ଲେଖି ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ଦେଶର 600 ଆଇନଜୀବୀ । ଚିଠି ଲେଖିଥିବା ଓକିଲଙ୍କ ମଧ୍ୟରେ ବରିଷ୍ଠ ଓକିଲ ହରିଶ ସାଲଭେ, ପିଙ୍କି ଆନନ୍ଦ, ମନନ କୁମାର ମିଶ୍ର, ହିତେଶ ଜୈନଙ୍କ ପରି ଆଇନଜୀବୀ ସାମିଲ ରହିଛନ୍ତି । ନ୍ୟାୟପାଳିକାର ସାର୍ବଭୌମତ୍ବ ତଥା ସ୍ବାଧୀନତା ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଉଥିବା ଚିଠିରେ ଲେଖାଯାଇଛି ।

ଓକିଲମାନେ ଦାବି କରି କହିଛନ୍ତି, "ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କୋର୍ଟ ଦ୍ବାରା ନିଆଯାଉଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ରଣନୀତି ଆପଣାଉଛନ୍ତି । ବିଶେଷ କରି ରାଜନୈତିକ ନେତା ଏବଂ ଭ୍ରଷ୍ଟାଚାର ମାମଲାରେ ଜଡିତ ଅଭିଯୋଗରେ ଉପରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି । ଚାପ ପ୍ରୟୋଗ କରିବା ପାଇଁ ରଣନୀତି ଗଣତାନ୍ତ୍ରିକ ଗଠନ ଏବଂ ବିଶ୍ବାସ ପ୍ରତି ବିପଦ ସୃଷ୍ଟି କରୁଛି । " ଆସନ୍ତା ମାସରେ ଲୋକସଭା ନିର୍ବାଚନ ରହିଥିବା ବେଳେ ଏଭଳି ଚିଠି ଲେଖିଛନ୍ତି ଆଇନଜୀବୀ ।

ନ୍ୟାୟପାଳିକାର ସୁବର୍ଣ୍ଣ ଯୁଗକୁ ନେଇ କରାଯାଉଛି ମିଥ୍ୟା ପ୍ରଚାର: ସିଜେଆଇଙ୍କୁ ଲେଖାଯାଇଥିବା ଚିଠିରେ ଓକିଲମାନେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକାର ତଥାକଥିତ ସୁବର୍ଣ୍ଣ ଯୁଗକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି । ବର୍ତ୍ତମାନ ଚାଲିଥିବା କ୍ରିୟା କ୍ଷୁର୍ଣ୍ଣ ହୋଇପାରିବ ଏବଂ କୋର୍ଟରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବା ପାଇଁ ଏହା କରାଯାଉଛି । ଏହି ଗୋଷ୍ଠୀ ଏକ ରଣନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି । ରୈଜନୈତିକ ଏଜେଣ୍ଡା ଆଧାରରେ କୋର୍ଟର ନିଷ୍ପତ୍ତିକୁ ସମାଲୋଚନା କିମ୍ବା ପ୍ରଶଂସା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓକିଲ ଓ ପୋଲିସ ଦେଉଛନ୍ତି ନିର୍ଯାତନା ! ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ମହିଳା ଜଜ

ଅଦାଲତଙ୍କ ଆଲୋଚନାକୁ ଗଣମାଧ୍ୟମରେ ଆଲୋଚନା କରାଯାଉଛି: 600 ଅଧିକ ଓକିଲଙ୍କ ଦ୍ବାରା ଲେଖାଯାଇଥିବା ଚିଠିରେ କୁହାଯାଇଛି, କିଛି ଓକିଲଙ୍କ ଜରିଆରେ ଦିନକୁ ରାଜନେତାଙ୍କୁ ସୁରକ୍ଷା ଦିଆଯାଉଛି, ଏବଂ ରାତିରେ ଗଣମାଧ୍ୟମ ଦ୍ବାରା ବିଚାରପତିଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରାଯାଉଛି । ଏହା ଅତ୍ୟନ୍ତ ବିବ୍ରତକାରୀ ଅଟେ । ବେଞ୍ଚ ଫିକ୍ସିଂ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ରାଜନେତାମାନେ କାହାରିକ ଦୁର୍ନୀତି ଅଭିଯୋଗକେ ଦେଷୀ ସାବ୍ୟସ୍ତ କରୁଛନ୍ତି ଏବଂ କୋର୍ଟରେ ସେମାନଙ୍କୁ ମୁକୁଳାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ । ଯଦି କୋର୍ଟଙ୍କ ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ଯାଏ ନାହିଁ ତେହାଲେ ସେମାନେ ତୁରନ୍ତ କୋର୍ଟ ଭିତରେ କିମ୍ବା ଗଣମାଧ୍ୟରେ କୋର୍ଟକୁ ସମାଲୋଚନା କରୁଛନ୍ତି । ସିଜେଆଇକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, ନିର୍ବାଚନ ସମୟରେ ଅଧିକାଂଶ ଗୋଷ୍ଠୀ ସବୁଠାରୁ ଅଧିକ ରଣନୀତି କାର୍ଯ୍ୟ କରାଯାଉଛି । 2018-19 ମସିହାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟମାନେ ନ୍ୟାୟପାଳିକାର ଅଖଣ୍ଡତା ବଜାୟ ରଖିବା ପାଇଁ ଏହି ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.