ETV Bharat / bharat

ଆକ୍ସନ ମୋଡ୍‌ରେ ED, ଆପ୍ ନେତା ଦୀପକ ସିଙ୍ଗଲଙ୍କ ବାସଭବନରେ ରେଡ୍ - ED RAID AAP LEADER HOUSE

author img

By ETV Bharat Odisha Team

Published : Mar 27, 2024, 12:31 PM IST

ED Raid on Deepak Singla
ED Raid on Deepak Singla

ED Raid on AAP Leader Deepak Singla: ଆପ ନେତା ଦୀପକ ସିଙ୍ଗଲଙ୍କ ବାସ ଭବନରେ ଇଡି ରେଡ୍ । ସକାଳୁ ସକାଳୁ ରେଡ୍ କରିିଛି ଇଡି । ତେବେ କେଉଁ ଅଭିଯୋଗରେ ରେଡ ହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅଧିକ ପଢନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ ପରେ ପୁଣି ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଆପ ନେତାଙ୍କ ବିରୋଧରେ ପୁଣି ଆକ୍ସନ ମୋଡରେ ଇଡି । ଦିଲ୍ଲୀ ଏବଂ ଏନସିଆରରେ ଆପ ନେତା ଦୀପକ ସିଙ୍ଗଲଙ୍କ ଘର ସମେତ ଅନେକ ସ୍ଥାନରେ ଇଡି ରେଡ୍ ଜାରି ରହିଛି । ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଅନେକ ନେତାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁଛି ।

ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ଦୀପକ ସିଙ୍ଗଲା ହେଉଛନ୍ତି ଦ୍ୱିତୀୟ ବଡ଼ ନେତା । ଆଜି ଏହି ନେତାଙ୍କ ବାସଭବନରେ ଇଡି ପକ୍ଷରୁ ରେଡ ଜାରି ରହିଛି । ଦୀପକ ସିଙ୍ଗଲା ବିଶ୍ବାସ ନଗର ବିଧାନସଭା ସିଟ୍ ପାଇଁ ନିର୍ବାଚନ ଲଢିଥିଲେ । ବର୍ତ୍ତମାନ ସେ ଗୋଆର ଆପ ପ୍ରଭାରୀ ଏବଂ ଏମସିଡିରେ ସହପ୍ରଭାରୀ ରହିଛନ୍ତି । ତେବେ ଆପ୍ ନେତା ବର୍ତ୍ତମାନ ଇଡି ଟାର୍ଗେଟରେ ରହିଥିବା ନେଇ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଦିଲ୍ଲୀର ସିଏମ ଅରବିନ୍ଦ କେଜ୍ରିୱାଲ ପିଏମଏଲଏ ଅଧିନିୟମ ଅନୁଯାୟୀ ଇଡି ରିମାଣ୍ଡରେ ଜେଲରେ ରହିଥିବା ବେଳେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଆପ ନେତାଙ୍କ ବାସଭବନରେ ରେଡ ହେଉଛି । ପୂର୍ବରୁ ମାଟିଆଲା ବିଧାୟକ ଗୁଲାବ ସିଂ ଯାଦବଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ଇଡି । ତେବେ ରେଡକୁ ନେଇ ଆମ୍ ଆଦମୀ ପାର୍ଟି ନେତା ଅନେକ ପ୍ରଶ୍ନ ଉଠାଇଛନ୍ତି ।

କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଆପର 'ଥାଳି ବଜାଓ' ଅଭିଯାନ - AAP Thali Bajao campaign

ଏହା ମଧ୍ୟ ପଢନ୍ତୁ: ଆଜି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ - Arvind Kejriwal arrest case

ମାର୍ଚ୍ଚ 23 ରେ ଇନକମ ଟ୍ୟାକ୍ସ ମାଟିଆଲା ବିଧାୟକ ଗୁଲାବ ସିଂ ଯାଦବଙ୍କ ଘରେ ରେଡ କରିଥିଲେ । 50 ଘଣ୍ଟା ଧରି ଏହି ରେଡ କରାଯାଇଥିଲା । ତେବେ ରେଡ୍ ପରେ ମୁହଁ ଖୋଲିଥିଲେ ବିଧାୟକ । ରେଡ୍ ପରେ ଗଣମାଧ୍ୟମ ସାମ୍ନାକୁ ଆସି କହିଥିଲେ,"50 ଘଣ୍ଟାର ରେଡ ପରେ ଇନକମ ଟ୍ୟାକ୍ସ ରେଡ୍ କରି କିଛି ପାଇଲେ ନାହିଁ । କ୍ୟାସ ହିସାବରେ ଦେଢ ଲକ୍ଷ ଟଙ୍କା ଏବଂ 10 ଭରି ସୁନା ହିଁ ମିଳିଲା।" ତେବେ କେଉଁ ଅଭିଯୋଗରେ ଆପ ନେତା ଦୀପକ ସିଙ୍ଗଲଙ୍କ ବାସଭବନରେ ଚଢାଉ କରାଯାଉଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କିନ୍ତୁ ରେଡ୍ ପଛରେ ବହୁ ଚର୍ଚ୍ଚିତ ମଦ ଦୁର୍ନିତୀ ମାମଲା ଜଡିତ ରହିଥିବା ନେଇ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.