ETV Bharat / bharat

ତାମିଲନାଡୁରେ ଜଳ ସଙ୍କଟ, ବର୍ଷା ପାଇଁ ଗଧଙ୍କ ପଡ଼ିଲା ହାତଗଣ୍ଠି - DONKEY MARRIAGE

author img

By ETV Bharat Odisha Team

Published : May 5, 2024, 6:39 PM IST

ତାମିଲନାଡୁରେ ଜଳ ସଙ୍କଟ, ବର୍ଷା ପାଇଁ ଗଧଙ୍କ ପଡ଼ିଲା ହାତଗଣ୍ଠି
ତାମିଲନାଡୁରେ ଜଳ ସଙ୍କଟ, ବର୍ଷା ପାଇଁ ଗଧଙ୍କ ପଡ଼ିଲା ହାତଗଣ୍ଠି (ETV BHARAT ODISHA)

DONKEY MARRIAGE FOR RAIN: ଆପଣ ବିଭିନ୍ନ ବିବାହ ଦେଖି ଥିବେ ହେଲେ ବର୍ଷା ପାଇଁ ଗଧ ବିବାହ କେବେ ଦେଖିଛନ୍ତି କି ? ଏଭଳି ଏକ ବିବାହ ଦେଖିବାକୁ ମିଳିଛି ତାମିଲନାଡୁ କୋଏମ୍ବାଟୁର ଅଞ୍ଚଳରେ । ଅଧିକ ପଢନ୍ତୁ

ଚେନ୍ନାଇ: ବର୍ଷା ପାଇଁ ଗଧ ବିବାହ । ଏଭଳି ଏକ ଅଭିନବ ବିବାହ ଉତ୍ସବ ଆୟୋଜନ ହୋଇଛି ତାମିଲନାଡୁରେ । ତାମିଲନାଡୁରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି । ବର୍ଷାର ପରିମାଣ ଖୁବ କମ୍ ହେବା କାରଣକୁ ତାପମାତ୍ରାରେ ବୃଦ୍ଧି ହେଉଥିବା ଜଣାପଡ଼ିଛି । ବିଶେଷ କରି କୋଏମ୍ବାଟୁରର ଏବଂ ଅନ୍ନୁର ଅଞ୍ଚଳରେ ଗତ ଛଅ ମାସ ହେବ ବର୍ଷା ନ ହେବା କାରଣରୁ ଏକ ପ୍ରକାର ମରୁଡି ପରିସ୍ଥିତି ସୃଷ୍ଟି ହେବା ସହ ଜଳ ସଙ୍କଟ ଦେଖାଦେଇଛି । ଜଳ ସଙ୍କଟକୁ ଦୂର କରିବା ପାଇଁ ଲୋକେ ଗଧ ବିବାହ କରିଥିବା ଦେଖିବାକୁ ମିଳିଛି ।

ଏ ପରିସ୍ଥିତିରେ ରାକ୍କିପାଲାୟମ୍ ଏବଂ କୋଭିଲପାଲାୟମ ଅଞ୍ଚଳର କିଛି ଲୋକ ବର୍ଷା ହେବା ପାଇଁ ପଞ୍ଚ କଲ୍ୟାଣୀ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ସେମାନେ ବର୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି ଏବଂ ଗଧମାନଙ୍କୁ ବିବାହ କରିଥାନ୍ତି । ତେଣୁ ରାକ୍କିପାଲାୟମ ଅଞ୍ଚଳର ଗୋଟିଏ ଗଧକୁ କନ୍ୟା ଏବଂ କୋଭିଲପାଲାୟାମର ଗୋଟିଏ ଗଧକୁ ବର କରିବା ପାଇଁ ଚୟନ କରିଥିଲେ ।

ଆଜି (ରବିବାର)ଦିନ ଉଭୟ ଗଧକୁ ସୁବ୍ରମଣ୍ୟମ ମନ୍ଦିରରେ ବିବାହ କରାଯାଇଛି । କନ୍ୟା ଗଧକୁ ଫୁଲ ମାଳ ,ଶାଢୀ, ଲିପଷ୍ଟିପ,ନେଲପଲିସ ଲଗାଇ ସୁସଜ୍ଜିତ କରାଯାଇଥିଲା । ସେହିପରି ବର ସାଜିଥିବା ଗଧକୁ ଧୋତି, ପଗଡି ଏବଂ ଫୁଲ ମାଳ ପିନ୍ଧାଇ ମନ୍ଦିରକୁ ଅଣାଯାଇଥିଲା । ସେଠାରେ ରୀତିନୀତି ଅନୁସାରେ ବହୁ ଆଡମ୍ବର ସହ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କନ୍ୟା ଗଧରୁ ଏକ ମଙ୍ଗଳ ସୂତ୍ର ପ୍ରଦାନ କରାଯାଇଥିଲା । ସେପଟେ ବିବାହରେ ଯୋଗ ଦେଇଥିବା ଲୋକମାନେ ମଧ୍ୟ ଟଙ୍କା ପ୍ରଦାନ କରିଥିଲେ । ମାନବ ବିବାହ ପରି, ଗଧଙ୍କ ବିବାହ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା ।

ଏହା ମଧ୍ୟ ପଢନ୍ତୁ ..... 7 ଓ 8ରେ ରାଜ୍ୟରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା, ଜାରି ହେଲା ଆଲର୍ଟ - Thunderstorm Alert

ସେପଟେ ସେହି ଗାଁର ଲୋକମାନେ କହିଛନ୍ତି,"ଏହା ଏକ ପାରମ୍ପରା, ବିଶ୍ବାସ ରହିଛି ଯେ ଯଦି ଗଧର ବିବାହ କରାଯିବ ତାହାଲେ ବର୍ଷା ହେବ । ଗତ ପାଞ୍ଚ ବର୍ଷ ତଳେ ଯେତେବେଳେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା, ସେତେବେଳେ ଗଧମାନେ ବିବାହ କରିବା ପରେ ବର୍ଷା ହୋଇଥିଲା । ଯେପରି ମଣିଷଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ ସେହିପରି ଏହି ଗଧଙ୍କ ବିବାହ ଆୟୋଜନ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.