ETV Bharat / bharat

ଅମିତ ଶାହଙ୍କ ଫେକ୍‌ ଭିଡିଓ, ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ - DELHI POLICE SUMMON

author img

By PTI

Published : Apr 29, 2024, 5:46 PM IST

Updated : Apr 29, 2024, 6:48 PM IST

Delhi Police
Delhi Police

Delhi Police Summon: ଅମିତ ଶାହଙ୍କ ଫେକ୍‌ ଭିଡିଓ ଭାଇରାଲ ପ୍ରସଙ୍ଗ । ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଏଡିଟେଡ ଭିଡିଓ ସର୍କୁଲେସନରେ ସମ୍ପୃକ୍ତି ଥିବା ନେଇ ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ଆସନ୍ତା ମେ ପହିଲାରେ ଦିଲ୍ଲୀ ପୋଲିସର ସାଇବର ୟୁନିଟ ନିକଟରେ କଂଗ୍ରେସ ନେତା ହାଜର ହେବାକୁ ଏହି ସମନ ହୋଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ କଂଗ୍ରେସ ନେତାଙ୍କୁ ଏହି ସମନ ଜାରି କରିଛି । ତେବେ ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଏ ନେଇ ଖବର ମିଳିଥିବା ବେଳେ ସରକାରୀ ସୂତ୍ରରୁ ଏ ନେଇ ସ୍ପଷ୍ଟ କରାଯାଇନାହିଁ ।

ପିଟିଆଇ ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ମଧ୍ୟ ନିଜ ମୋବାଇଲ ଫୋନ ସହ ଅନ୍ୟ ବୈଦ୍ୟୁତିକ ଡିଭାଇସ ସାଇବର ୟୁନିଟ ନିକଟରେ ଦାଖଲ କରିବା ଲାଗି କୁହାଯାଇଛି । କଂଗ୍ରେସର ତେଲେଙ୍ଗାନା ୟୁନିଟ ପକ୍ଷରୁ ଏହି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରକୃତ ଭିଡିଓରେ ଶାହ କହିଛନ୍ତି ଯେ ବିଜେପି ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ମୁସଲିମଙ୍କ ପାଇଁ ଥିବା 4 ପ୍ରତିଶତ ସଂରକ୍ଷଣକୁ ହଟାଇବ । ମାତ୍ର ଫେକ ଭିଡିଓରେ କୁହାଯାଇଛି ଯେ 'ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମେତ ସମସ୍ତ ବର୍ଗ ପାଇଁ ଥିବା ସଂରକ୍ଷଣକୁ ସମ୍ପୂର୍ଣ୍ଣ ଭାବେ ହଟାଯିବ ।'

ଏହା ବି ପଢନ୍ତୁ- ସଂରକ୍ଷଣ ପ୍ରସଙ୍ଗରେ ଶାହଙ୍କ ଫେକ୍ ଭିଡିଓ ଭାଇରାଲ, ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ଏହି ମାମଲାରେ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ (IFSO) ୟୁନିଟ ପକ୍ଷରୁ ମେ 1 ତାରିଖରେ ରେବନ୍ତ ରେଡ୍ଡିଙ୍କୁ ହାଜର ହେବା ଲାଗି କୁହାଯାଇଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ବିଜେପି ଏନେଇ ଅଭିଯୋଗ କରିବା ପରେ ଦିଲ୍ଲୀ ପୋଲିସ 153/153A/465/469/171G IPC ଓ 66C-IT ଆକ୍ଟ ଅନୁସାରେ ମାମଲା ରୁଜୁ କରିଥିଲା ।

ନିର୍ବାଚନ ସମୟରେ ଦେଶରେ ଆଇନ ଶୃଙ୍ଖଳାକୁ ବିଗାଡ଼ିବା ଏବଂ ଧାର୍ମିକ ହିଂସା ଉଦ୍ଦେଶ୍ୟରେ ଏଭଳି ଫେକ୍‌ ଭିଡିଓ ପ୍ରସ୍ତୁତ କରାଯାଉଥିବା ବିଜେପି ଅଭିଯୋଗ କରିଥିଲା । ଗତବର୍ଷ ନଭେମ୍ବର ମାସରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ବିଜେପି ନିର୍ବାଚନୀ ପ୍ରଚାର କରିଥିଲା । ଏହି ସମୟରେ ବିଜେପି କହିଥିଲା ଯେ ଦଳ ଧର୍ମ ଆଧାରିତ ସଂରକ୍ଷଣ ବିରୋଧରେ । ଏଣୁ ମୁସଲିମଙ୍କ ପାଇଁ ଥିବା 4 ପ୍ରତିଶତ ସଂରକ୍ଷଣକୁ ହଟାଇବ । ଯଦି ତେଲେଙ୍ଗାନବାସୀ ବିଜେପିକୁ କ୍ଷମତାକୁ ଆଣିବେ ତେବେ ମୁସଲିମ ସଂରକ୍ଷଣ ହଟାଯିବ ବୋଲି କୁହାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ କଂଗ୍ରେସ ନିର୍ବାଚନ ଜିତି ତେଲେଙ୍ଗାନାକୁ ଅକ୍ତିଆର କରିଥିଲା ।

Last Updated :Apr 29, 2024, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.