ETV Bharat / politics

ସଂରକ୍ଷଣ ପ୍ରସଙ୍ଗରେ ଶାହଙ୍କ ଫେକ୍ ଭିଡିଓ ଭାଇରାଲ, ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ - AMIT SHAH VIRAL VIDEO

author img

By ETV Bharat Odisha Team

Published : Apr 29, 2024, 10:06 AM IST

Updated : Apr 29, 2024, 10:54 AM IST

Doctored Amit Shah Video On Reservation Goes Viral: ବିଜେପି କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ଏସସି-ଏସଟି ଓ ଓବିସି ସଂରକ୍ଷଣ । ଭାଇରାଲ ହେଲା ଶାହଙ୍କ ଭାଷଣର ଫେକ ଭିଡିଓ । ଦିଲ୍ଲୀ ପୋଲିସ ରୁଜୁ କଲା ମାମଲା । ଅଧିକ ପଢ଼ନ୍ତୁ,

ସଂରକ୍ଷଣ ଉଚ୍ଛେଦ ନେଇ ଶାହଙ୍କ ଫେକ ଭିଡିଓ ଭାଇରାଲ, ଦିଲ୍ଲୀ ପୋଲିସର ମାମଲା ରୁଜ
ସଂରକ୍ଷଣ ଉଚ୍ଛେଦ ନେଇ ଶାହଙ୍କ ଫେକ ଭିଡିଓ ଭାଇରାଲ, ଦିଲ୍ଲୀ ପୋଲିସର ମାମଲା ରୁଜ

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ଏବେ ଚିନ୍ତାର କାରଣ ପାଲଟିଛି ବିଭିନ୍ନ କୃତ୍ରିମ ବୁଦ୍ଧିମତା ଚାଳିତ ସଫ୍ଟଓ୍ବେର ବ୍ୟବହାର କରି ମିଥ୍ୟା ଫଟୋ, ଭିଡିଓ ଓ ବିଭ୍ରାନ୍ତିକର ସୂଚନା ପ୍ରଘଟ କରିବା ଘଟଣା । ତେବେ ସମାନ ତରିକାରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କ ଏକ ବିବାଦୀୟ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଏହି ଭିଡିଓରେ ଶାହଙ୍କ ଏକ ସମ୍ବୋଧନ ରହିଛି । ଯେଉଁଥିରେ ସେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସଂରକ୍ଷଣ ପ୍ରତ୍ୟାହାର କରିବା କଥା କହୁଛନ୍ତି । ତେବେ ଶାହ କୌଣସି ସ୍ଥାନରେ ଏପ୍ରକାର ଭାଷଣ ଦେଇନଥିବା ବେଳେ ଏହା ଏକ ମିଥ୍ୟା ଓ ସମ୍ପାଦିତ ଭିଡିଓ ବୋଲି ଜଣାପଡିଛି । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବିଜେପି ପକ୍ଷରୁ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ 153/153A/465/469/171G IPC ଓ 66C-IT ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି । ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି । ସାଇବର ସେଲ ମାଧ୍ୟମରେ ଏହି ଭିଡିଓ କେଉଁଠାରୁ ପ୍ରଥମେ ଇଣ୍ଟରନେଟରେ ଅପଲୋଡ କରାଯାଇଛି ଓ ପରେ ଭାଇରାଲ କରାଯାଇଛି, ସେନେଇ ତଦନ୍ତ ଜାରି ରହିଛି । ଭିଡିଓରେ ଅମିତ ଶାହଙ୍କ ଭାଷଣକୁ ସମ୍ପାଦିତ କରାଯାଇଛି । ଶାହ, ଦେଶରେ ବିଜେପି ପୁଣି ଥରେ କ୍ଷମତାକୁ ଆସିଲେ ଅସାମ୍ବିଧାନିକ ଭାବେ ଏସଟି, ଏସସି ଓ ଓବିସିଙ୍କୁ ମଳୁଥିବା ସଂରକ୍ଷଣ ସୁବିଧା ପ୍ରତ୍ୟାହାର କରାଯିବ ବୋଲି କହୁଥିବା ଫେକ ଭିଡିଓରେ ଶୁଣିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତ:- ମଝି ସମୁଦ୍ରରେ ପାନାମା ତୈଳ ଜାହାଜ ଉପରେ ମିସାଇଲ ମାଡ, ପହଞ୍ଚିଲା INS କୋଚି - Indian Navy

କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଗୁଜୁରାଟର ଗାନ୍ଧୀନଗର ଆସନରେ ନାମାଙ୍କନ ଭରିଛନ୍ତି । ଏହା ପରେ ସେ ଗଣମାଧ୍ୟମରେ ଏହି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମୋଦି ସରକାର କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଛି । ମାତ୍ର ଦେଶରେ ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କିମ୍ବା ସଂଶୋଧନ କରାଯିବନି । ଏହି ଅଭିଯୋଗ ବିରୋଧୀମାନେ ପ୍ରଚାର କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଆଧାରହୀନ । ନିର୍ବାଚନରେ ବହୁମତ ପାଇବା ପରେ କ୍ଷମତାର ଦୂରୁପଯୋଗ କେବଳ କଂଗ୍ରେସର ପରମ୍ପରା । ଭାରତୀୟ ଜନତା ପାର୍ଟି ଏଥିରେ ବିଶ୍ବାସ କରେନାହିଁ । ଦେଶରେ କୌଣସି ବର୍ଗକୁ ମିଳିଥିବା ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2024, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.