ETV Bharat / bharat

ଜଳିଗଲା ହୋଲି ସ୍ପେଶାଲ ଟ୍ରେନର AC କୋଚ୍, ଲୁପ୍ ଲାଇନକୁ ଆଣି ଲିଭାଗଲା ନିଆଁ - FIRE IN HOLI SPECIAL TRAIN

author img

By ETV Bharat Odisha Team

Published : Mar 27, 2024, 10:16 AM IST

Updated : Mar 27, 2024, 10:34 AM IST

Train Caught Fire In Bihar
Train Caught Fire In Bihar

Train Caught Fire In Bihar: ହୋଲିରେ ହୋଲି ସ୍ପେଶାଲ ଟ୍ରେନରେ ଲାଗିଗଲା ନିଆଁ । ହୁୁତୁହୁତୁ ହୋଇ ଜଳିଗଲା AC କୋଚ୍ । ଅଧିକ ପଢନ୍ତୁ

ଲୋକମାନ୍ୟ ତିଲକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପାଟନା: ପୁଣି ଟ୍ରେନରେ ଅଗ୍ନିକାଣ୍ଡ । ଆରା-ବକ୍ସର ମଧ୍ୟରେ ରହିଥିବା କାରିସାଥ ଷ୍ଟେସନ ନିକଟରେ ଏକ ହୋଲି ସ୍ପେଶାଲ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଘଟଣ ହୋଇଥିବା ବେଳେ ଶୀତତାପ ନିୟନ୍ତ୍ରିତ(AC) କୋଚ ହୁତୁହୁତୁ ହୋଇ ଜଳିଯାଇଛି । ଟ୍ରେନରେ ଅଗ୍ନିକାଣ୍ଡରେ ନିଆଁ ଲାଗିବା କାରଣରୁ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ସୂଚନା ଅନୁସାରେ, ଟ୍ରେନ ନମ୍ବର 01410 ଦାନାପୁର ଲୋକମାନ୍ୟ ତିଲକ ଏକ୍ସପ୍ରେସରେ ଏହି ଅଗ୍ନିକାଣ୍ଡ ହୋଇଥିଲା । କୋଚ ନମ୍ବର ଏମ-9ରେ ପ୍ରଥମେ ନିଆଁ ଲାଗିବା କାରଣରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ତେବେ ଦୁର୍ଘଟଣା ପରେ ଟ୍ରେନକୁ ଲୁପ ଲାଇନରେ ଅଟକା ଯାଇଥିଲା । ତେବେ ବିଳମ୍ବିତ ରାତି ପ୍ରାୟ 12ଟା ସମୟରେ ଟ୍ରେନରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଖବର ପାଇଁ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ କୌଣସି ଧନଜୀବନ କ୍ଷତିଗ୍ରସ୍ତ ହୋଇନଥିବା ଖବର ରହିଛି ।

ଏହା ମଧ୍ୟ ପଢନ୍ତୁ: ମାଲଗାଡ଼ିକୁ ଧକ୍କା ଦେଲା ସାବରମତୀ ଏକ୍ସପ୍ରେସ, 4 ବଗି ଲାଇନଚ୍ୟୁତ

ହୁତୁହୁତୁ ହୋଇ ଜଳିଗଲା AC ବଗି: ଦାନାପୁର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦାନାପୁରରୁ ରାତି ପ୍ରାୟ 11ଟା 15 ମିନିଟରେ ବାହାରିଥିଲା । ଏହାପରେ ରାତି ପ୍ରାୟ 12ଟା ସମୟରେ ଟ୍ରେନରେ ହଠାତ ନିଆଁ ଲାଗିଯାଇଥିଲା । ଏମ 9 ବଗିରେ ପ୍ରଥମେ ଧୂଆଁ ଦେଖାଯାଇଥିବା ବେଳେ କିଛି ସମୟ ମଧ୍ୟରେ ହୁତୁହୁତୁ ହୋଇ ଜଳିଥିଲା ବଗି । ଏହାପରେ ଯାତ୍ରୀମାନେ ଭୟଭୀତ ହୋଇ 112କୁ କଲ୍ କରିଥିଲେ । ତେବେ ବରିଷ୍ଠ ଅଧିକାରୀମାନେ ଟ୍ରେନକୁ ଅଟକାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ କିଛି ଯାତ୍ରୀ ଟ୍ରେନକୁ ଡେଇଁ ପଡିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ହେଁ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ଏହାର ତଦନ୍ତ ଆରମ୍ଭ କରାଯାଇଥିବା ନେଇ ରେଳ ଅଧିକାରୀ ସୂଚନା ଦେଇଛନ୍ତି ।

ଅନେକ ଟ୍ରେନର ରୁଟରେ ପରିବର୍ତ୍ତନ: କାରିସାଥ ଷ୍ଟେସନ ନିକଟରେ ଦାନାପୁର ଲୋକମାନ୍ୟ ତିଲକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହେବା ଯୋଗୁଁ 13ଟି ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଟ୍ରେନ୍ ନମ୍ବର 22914 ହମସଫର ଏକ୍ସପ୍ରେସ, ଦାନପୁର-ପୁଣେ ଏକ୍ସପ୍ରେସ(12150), ପାଟନା-ଲୋକମାନ୍ୟ ତିଲକ ଏକ୍ସପ୍ରେସ(13201), ନର୍ଥ ଇଷ୍ଟ ଏକ୍ସପ୍ରେସ(12505) ଭଳି ସମୁଦାୟ 13ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।

Last Updated :Mar 27, 2024, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.