ETV Bharat / bharat

ଆସିଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୱାୟନାଡରୁ ପୁଣି ଲଢିବେ ରାହୁଲ

author img

By ETV Bharat Odisha Team

Published : Mar 8, 2024, 7:53 PM IST

Updated : Mar 8, 2024, 8:12 PM IST

କଂଗ୍ରେସର ପ୍ରାର୍ଥୀ ତାଲିକା
କଂଗ୍ରେସର ପ୍ରାର୍ଥୀ ତାଲିକା

Congress releases the first list: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଜାଣନ୍ତୁ କେଉଁଠୁ ଲଢିବେ କିଏ ।

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ 39 ଜଣଙ୍କ ନାଁ ଘୋଷଣା ହୋଇଛି । କେରଳରୁ ରହିଛନ୍ତି 14 ଜଣ ପ୍ରାର୍ଥୀ । ମେଘାଳୟରୁ 2 ଜଣ ପ୍ରାର୍ଥୀ ରହିଥିବାବେଳେ ତେଲେଙ୍ଗାନାର 5 ପ୍ରାର୍ଥୀଙ୍କ ନାଁ ଏହି ଲିଷ୍ଟରେ ସାମିଲ ରହିଛି । ସେହିପରି ସିକିମ, ତ୍ରିପୁରା ଓ ନାଗାଲାଣ୍ଡରୁ ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେରଳ ୱାୟନାଡରୁ ପୁଣି ଲଢିବେ ରାହୁଲ ଗାନ୍ଧୀ । ସେହିପରି ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନନ୍ଦଗାଁଓରୁ ପ୍ରାର୍ଥୀ ହେବେ । ଥିରୁଅନନ୍ତପୁରମରୁ ଲଢିବେ ଶଶି ଥରୁର । ବେଙ୍ଗାଲୁରୁ ରୁରାଲରୁ ପ୍ରାର୍ଥୀ ହେବେ ଡିକେ ସୁରେଶ ।

ଏହି ଲିଷ୍ଟରେ 15 ଜଣ ସାଧାରଣବର୍ଗ ଥିବାବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର 24 ଜଣ ସାମିଲ ରହିଛନ୍ତି। ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଲ ଓ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । 50 ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି 12 ଜଣ ପ୍ରାର୍ଥୀ । କଂଗ୍ରେସ ଚଳିତ ନିର୍ବାଚନରେ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି ।

ପୂର୍ବରୁ ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ରରେ ଶାସନରେ ଥିବା ବିଜେପି ପ୍ରଥମ ତାଲିକାରେ ୧୮ ରାଜ୍ୟରୁ ୧୯୫ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଗୁରୁବାର ଦିଲ୍ଲୀରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ଏଥିରେ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, କେ.ସି ବେଣୁଗୋପାଲଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ପ୍ରଥମ ପର୍ଯ୍ୟାୟ ତାଲିକାରେ ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନ୍ୟ କିଛି ବଡ ଚେହେରାଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ତାହା ବର୍ତ୍ତମାନ ସତ୍ୟ ପ୍ରମାଣିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ନଲଢିବାକୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତଙ୍କ ଘୋଷଣା, ଭାଇରାଲ ହୋଇଛି ସାଂସଦଙ୍କ ଆପତ୍ତିଜନକ ଭିଡିଓ

ଗୁରୁବାର କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ଦିଲ୍ଲୀ, ଛତିଶଗଡ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ମଣିପୁର, ମେଘାଳୟ, ତ୍ରିପୁରା, ସିକ୍କିମ ଏବଂ ଲାକ୍ଷାଦ୍ବୀପର ଲୋକସଭା ଆସନ ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ବରୁ ସ୍କ୍ରିନିଂ କମିଟି ଏହି ସବୁ ରାଜ୍ୟର ସମ୍ଭାବିତ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟରେ ଦାଖଲ କରିସାରିଛି । ତେବେ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟର କିଛି ସହଯୋଗୀ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ।

Last Updated :Mar 8, 2024, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.