ETV Bharat / bharat

ନିର୍ବାଚନୀ ମୈଦାନରେ ପୱନ କଲ୍ୟାଣ, ଫ୍ୟାନ୍ସଙ୍କୁ ଭୋଟ ଦେବାକୁ ଅପିଲ କଲେ ଚିରଞ୍ଜୀବୀ - Celebs Appeal Fans To Vote Pawan

author img

By ETV Bharat Odisha Team

Published : May 7, 2024, 5:55 PM IST

ନିର୍ବାଚନୀ ମୈଦାନରେ ପୱନ କଲ୍ୟାଣ, ଫ୍ୟାନ୍ସଙ୍କୁ ଭୋଟ ଦେବାକୁ ଅପିଲ କଲେ ଚିରଞ୍ଜୀବୀ
ନିର୍ବାଚନୀ ମୈଦାନରେ ପୱନ କଲ୍ୟାଣ, ଫ୍ୟାନ୍ସଙ୍କୁ ଭୋଟ ଦେବାକୁ ଅପିଲ କଲେ ଚିରଞ୍ଜୀବୀ (Pic Credit (Instagram- chiranjeevikonidela))

Celebs Appeal Fans To Vote Pawan Kalyan: ନିର୍ବାଚନୀ ମୈଦାନରେ ଟଲିଉଡ ଆକ୍ଟର ପୱନ କଲ୍ୟାଣ । ତାଙ୍କ ସମର୍ଥନରେ ବାହାରି ଲୋକଙ୍କୁ ଭୋଟ ଦେବାକୁ ନିବେଦନ କଲେ ଚିରଞ୍ଜୀବୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ସାଧାରଣ ନିର୍ବାଚନ ନେଇ ଭାରତରେ ତେଜୁଛି ରାଜନୈତିକ ମାହୋଲ । ୨ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ଅଭିନୟ ବ୍ୟତୀତ ରାଜନୀତି କ୍ଷେତ୍ରରେ ବି ଜଲୱା ଦେଖାଇବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଅନେକ ଫିଲ୍ମ ତାରକା । ବଲିଉଡ, ଓଲିଉଡରୁ ଆରମ୍ଭ କରି ସାଉଥରୁ ମଧ୍ୟ ଅନେକ ତାରକା ଏଥର ନିର୍ବାଚନ ଲଢୁଛନ୍ତି । ଏହି ତାଲିକାରେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ମଧ୍ୟ ନାଁ ରହିଛି । ତେବେ ଟଲିଉଡର ପାୱାର ଷ୍ଟାର ତଥା ଜନସେନା ପାର୍ଟି ନେତା ପୱନ କଲ୍ୟାଣଙ୍କୁ ଭୋଟ୍ ଦେବାକୁ ନିବେଦନ କଲେ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଚିରଞ୍ଜୀବୀ । ସୂଚନାଯୋଗ୍ୟ ଯେ ମେ ୧୩ରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ହେଉଛି ଏବଂ ପୱନ କଲ୍ୟାଣ ପିତମପୁରମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଚିରଞ୍ଜୀବୀ ଏବଂ ନାନି ସୋସିଆଲ ମିଡିଆରେ ଦେଶବାସୀଙ୍କୁ ପୱନ କଲ୍ୟାଣଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଚିରଞ୍ଜୀବୀ ତାଙ୍କ ଏକ୍ସ ହ୍ୟାଣ୍ଡେଲ ଏବଂ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସାନଭାଇ ପୱନ କଲ୍ୟାଣଙ୍କ ପାଇଁ ଭୋଟ୍ ମାଗୁଥିବାର ନଜର ଆସିଛନ୍ତି । ଅଭିନେତା ଭିଡିଓରେ କହୁଛନ୍ତି, ମୋର ସାନଭାଇ ତାଙ୍କ ଜନସାଧାରଣଙ୍କୁ ସାହାଯ୍ୟ କରୁଛନ୍ତି, ତେଣୁ ଦୟାକରି ତାଙ୍କ ଉପରେ ଆଶୀର୍ବାଦ ରଖନ୍ତୁ ।

ସେହିପରି ଅଭିନେତା ନାନି ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଜାରି କରି ପୱନ କଲ୍ୟାଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଟ୍ ଦେବାକୁ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି । ଅଭିନେତା ଲେଖିଛନ୍ତି, ''ପ୍ରିୟ ପୱନ କଲ୍ୟାଣ ଭାଇ, ଆପଣ ରାଜନୀତିର ଏକ ବଡ ଚେହେରା ଅଟନ୍ତି । ଆପଣଙ୍କ ଚଳଚ୍ଚିତ୍ର ପରିବାରର ସଦସ୍ୟ ଭାବରେ ମୁଁ ଆଶା କରୁଛି ଆପଣ ଯାହା ଚାହୁଁଛନ୍ତି ତାହା ପାଇବେ । ମୁଁ ତୁମ ପାଇଁ ଆଗକୁ ଆସିଛି । ଆପଣ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ମୋର ବିଶ୍ୱାସ । ଶୁଭେଚ୍ଛା ସାର ।''

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରବାବୁ ଓ ପୱନ କଲ୍ୟାଣ ନିର୍ବାଚନୀ ସଭାରେ ପଥର ମାଡ, ଗାଞ୍ଜା ଗ୍ୟାଙ୍ଗକୁ ଦାୟୀ କଲେ ଟିଡିପି ମୁଖ୍ୟ

ସୂଚନା ଥାଉ କି, ଜନସେନା ପାର୍ଟି ନେତା ପୱନ କଲ୍ୟାଣଙ୍କ ଦଳ ଲୋକସଭାର ୨ଟି ଆସନ ଏବଂ ବିଧାନସଭା ନିର୍ବାଚନର ୨୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ତେବେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଲଢେଇ ଜୋରଦାର ଜାରି ରହିଥିବା ବେଳେ ଏଥର କିଏ ଗଡ଼ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.