ETV Bharat / bharat

ତେଲେଙ୍ଗନାର ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, 5 ମୃତ ଆଶଙ୍କା - Blast At Factory In Telangana

author img

By ETV Bharat Odisha Team

Published : Apr 3, 2024, 8:19 PM IST

ତେଲେଙ୍ଗନାର ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, 5 ମୃତ ଆଶଙ୍କା
ତେଲେଙ୍ଗନାର ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, 5 ମୃତ ଆଶଙ୍କା

Blast At Factory In Telangana's Sangareddy: ତେଲେଙ୍ଗାନାର ଏକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ପରେ ଭୟଙ୍କର ବିସ୍ଫୋରଣ । 5ଜଣଙ୍କ ମୃତ୍ୟୁ ଆଶଙ୍କା । ଏବେ ମଧ୍ୟ କିଛି ଶ୍ରମିକ ଫସି ରହିଥିବା ସନ୍ଦେହ । ଉଦ୍ଧାର ଅପରେସନ ଜାରି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ଥିବା ଏକ ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଅତିକମରେ 5ଜଣ ପ୍ରାଣ ହରଇଥିବା ସନ୍ଦେହ କରଯାଉଛି । ପୋଲିସ ଓ ଅନ୍ୟ ରେସ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଜାରି ରଖିଛନ୍ତି । ପ୍ରଥମେ କାରଖାନାରେ କୌଣସି କାରଣରୁ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲେ । ତେବେ ବିସ୍ଫୋରଣ ବେଳେ କେତେ ସଂଖ୍ୟକ ଶ୍ରମିକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ, ସେ ସମ୍ପର୍କରେ କୌଣସି ତଥ୍ୟ ସ୍ପଷ୍ଟ ହୋଇନି । ବର୍ତ୍ତମାନ ସୁଦ୍ଧା 5ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଏବେ ମଧ୍ୟ 8ରୁ 10ଜଣ ଫସି ରହିଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଆଜି ଅପରାହ୍ନରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ପ୍ଲାଣ୍ଟରେ ବହୁମାତ୍ରାରେ ଜ୍ବଳନଶୀଳ ଓ ରାସାୟନିକ ପଦାର୍ଥ ମହଜୁଦ ଥିବା କାରଣରୁ ନିଆଁ ଅବିଳମ୍ବେ ଅନ୍ୟସ୍ଥାନକୁ ବ୍ୟାପି ଯିବା ସହ ବିସ୍ଫୋରଣ ମଧ୍ୟ ହୋଇଥିଲା । ତେବେ ଏହି ବିସ୍ଫୋରଣ ବେଳେ କାରଖାନା ପରିସରରେ ପ୍ରାୟ 50ରୁ ଅଧିକ ଶ୍ରମିକ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ହେଲେ ଏବେ ସୁଦ୍ଧା କେତେ ସଂଖ୍ୟକ ଶ୍ରମିକ ଫସି ରହିଛନ୍ତି, ସେ ସମ୍ପର୍କରେ ପ୍ରଶାସନ କିଛି ସ୍ପଷ୍ଟ କରିନି । ଉଦ୍ଧାର ଅପରେସନ ଜାରି ରହିଛି । ଏହା ସହ ଏକ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି । ତଦନ୍ତରେ ବିସ୍ଫୋରଣ କାରଣ ସମ୍ପର୍କରେ ଜଣାପଡିଲା ପରେ କାର୍ଯ୍ୟାନୁଷ୍ଠାନ ହେବ ।

ଖବର ଅପଡେଟ ଜାରି ରହିଛି...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.