ETV Bharat / bharat

ରାମଲାଲାଙ୍କ ଦର୍ଶନରୁ ଅଟକାଇବା ଅଧର୍ମ: ଅଖିଳେଶ ଯାଦବ

author img

By ETV Bharat Odisha Team

Published : Jan 22, 2024, 10:25 PM IST

ରାମଲାଲାଙ୍କ ଦର୍ଶନରୁ ଅଟକାଇବା ଅଧର୍ମ: ଅଖିଳେଶ ଯାଦବ
ରାମଲାଲାଙ୍କ ଦର୍ଶନରୁ ଅଟକାଇବା ଅଧର୍ମ: ଅଖିଳେଶ ଯାଦବ

Akhilesh yadav supports Rahul Gandhi: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ କହିଛନ୍ତି କାହାକୁ ବି ଭଗବାନଙ୍କ ଦର୍ଶନ କରିବାକୁ ଅଟକାଯିବା କେତେ ଅଧର୍ମ ହୋଇପାରେ ।’ହେଲେ ଅଖିଳଙ୍କ ଏହି ଇସାରା କାହା ପ୍ରତି ଉଦ୍ଦିଷ୍ଟ ତାହା ସ୍ପଷ୍ଟ ହୋଇନାହିଁ । ପ୍ରଶ୍ନ ଉଠୁଛି ଅଖିଳେଶଙ୍କୁ ଅଯୋଧ୍ୟା ଯିବା ପାଇଁ କିଏ ଅଟକାଇଲା କି ? ଯଦି କିଏ ଅଟକାଇଛି ଅଖିଳେଶ କାହିଁକି ତାହା ସ୍ପଷ୍ଟ କରୁନାହାଁନ୍ତି ।

ଲକ୍ଷ୍ନୌ: ନିଜ ଜନ୍ମଭୂମିରେ ନିର୍ମିତ ଭବ୍ୟ ଦିବ୍ୟ ଦିବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି ଅଯୋଧ୍ୟା ରାଜକୁମାର ରାମଲାଲା । ପ୍ରାଣ ପ୍ରତିଷ୍ଠା ପରେ କୌଶଲ୍ୟା ନନ୍ଦନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପାଞ୍ଚ ବର୍ଷିଆ ବାଳକ ରୂପେ ବିରାଜମାନ ହୋଇଥିବା ଦଶରଥ ସୁତଙ୍କ ଟିକିଏ ଝଲକ ପାଇବାକୁ ସାରା ବିଶ୍ବରେ ଭକ୍ତଙ୍କ ଭିତରେ ଭିଡ ବଢିବାରେ ଲାଗିଛି । ହେଲେ ପ୍ରାଣ ପ୍ରତିଷ୍ଠା ଭଳି ଦିନରେ ସାମିଲ ହେବାକୁ ନିମନ୍ତ୍ରଣ ପାଇ ସୁଦ୍ଧା କାର୍ଯ୍ୟକ୍ରମରେ ସାମିଲ ହୋଇନାହାଁନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇନଥିଲେ ମଧ୍ୟ ସଂଧ୍ୟାରେ ନିଜ ଏକ୍ସରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ତେବେ ଅଖିଳେଶ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି । ରାହୁଲଙ୍କୁ ମନ୍ଦିର ଯିବାକୁ ବାରଣ ପ୍ରସଙ୍ଗରେ ମୁଁହ ଖୋଲିଛନ୍ତି ଅଖିଳେଶ ।

  • किसी को भी भगवान के दर्शन करने से रोकने से बड़ा अधर्म और क्या हो सकता है।

    — Akhilesh Yadav (@yadavakhilesh) January 22, 2024 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ- ଭେଦଭାବ ଦୂର କରି ଏକାଠି ହୁଅ, ଆସୁଛି ରାମରାଜ୍ୟ: ସଂଘ ପ୍ରମୁଖ

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ କହିଛନ୍ତି ‘‘କାହାକୁ ବି ଭଗବାନଙ୍କ ଦର୍ଶନ କରିବାକୁ ଅଟକାଯିବା କେତେ ଅଧର୍ମ ହୋଇପାରେ ।’’ ହେଲେ ଅଖିଳଙ୍କ ଏହି ଇସାରା କାହା ପ୍ରତି ଉଦ୍ଦିଷ୍ଟ ତାହା ସ୍ପଷ୍ଟ ହୋଇନାହିଁ । ପ୍ରଶ୍ନ ଉଠୁଛି ଅଖିଳେଶଙ୍କୁ ଅଯୋଧ୍ୟା ଯିବା ପାଇଁ କିଏ ଅଟକାଇଲା କି ? ଯଦି କିଏ ଅଟକାଇଛି ଅଖିଳା କାହିଁକି ତାହା ସ୍ପଷ୍ଟ କରୁନାହାଁନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, କେହି କେହି ଏହା ଅଖିଳେଶଙ୍କ ରଣନୀତି ବୋଲି ପ୍ରତି ଆକ୍ରମଣ କରୁଛନ୍ତି । କାରଣ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସମସ୍ତଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ରାଜନୈତିକ ସ୍ବାର୍ଥ ରଖି ବିରୋଧୀ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର କୌଣସି ନେତା ସାମିଲ ହୋଇନାହାଁନ୍ତି । ଯାହାକୁ ନେଇ ଏବେ ବିଜେପି ସମସ୍ତ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ କଂଗ୍ରେସ କିନ୍ତୁ ଚୁପ ରହିଛି ।

ଏପରି ସ୍ଥିତିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସଂଧ୍ୟାରେ ଅଖିଳେଶ ଯାଦବଙ୍କ ଏଭଳି ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ଅଖିଳେଶଙ୍କ ଅଭିଯୋଗର ସେଭଳି କୌଣସି ବାସ୍ତବ ନଥିବା ୟୁପି ବିଜେପି କହିଛି । ଯଦି ଅଖିଳେଶଙ୍କୁ ଅଯୋଧ୍ୟା ଯିବାରେ କେହି ଅଟକାଇଛି ତାଙ୍କ ନାମ ଅଖିଳେଶ ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି । ରାଜନୈତିକ ସ୍ବାର୍ଥ ପାଇଁ ଅଖିଳେଶ ଏଭଳି ଅଭିଯୋଗ ଆଣିଛନ୍ତି। ଅଭିଯୋଗର କୌଣସି ଆଧାର ନାହିଁ ବୋଲି ବିଜେପି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.