ETV Bharat / bharat

ସଲମାନଙ୍କ ଘର ବାହାରେ ଗୁଳିମାଡ ଘଟଣା: ଜଣେ ଅଭିଯୁକ୍ତର ମୃତ୍ୟୁ, ହାଜତରେ କରିଥିଲା ଆତ୍ମହତ୍ୟା ଉଦ୍ୟମ - ACCUSED DIES OF SALMAN HOUSE FIRING

author img

By ETV Bharat Odisha Team

Published : May 1, 2024, 4:13 PM IST

Updated : May 1, 2024, 4:25 PM IST

ଭାଇଜାନଙ୍କ ଘରେ ଗୁଳିମାଡ଼ ଘଟଣା; ଜଣେ ଅଭିଯୁକ୍ତର ମୃତ୍ୟୁ, ହାଜତରେ କରିଥିଲେ ଆତ୍ମହତ୍ୟା ଉଦ୍ୟମ
ଭାଇଜାନଙ୍କ ଘରେ ଗୁଳିମାଡ଼ ଘଟଣା; ଜଣେ ଅଭିଯୁକ୍ତର ମୃତ୍ୟୁ, ହାଜତରେ କରିଥିଲେ ଆତ୍ମହତ୍ୟା ଉଦ୍ୟମ

Accused Dies Of Salman House Firing Case: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ଧରାପଡିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ । ହାଜତରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ହସ୍ପିଟାଲରେ ଆଖି ବୁଜିଛି ଅଭିଯୁକ୍ତ ।

ହାଇଦ୍ରାବାଦ: ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣା । ଘଟଣାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ । ଅଭିଯୁକ୍ତ ଜଣକ ପୋଲିସ ହେପାଜତରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଅଭିଯୁକ୍ତ ଜଣକ ହେଲେ ୩୨ ବର୍ଷୀୟ ଅନୁଜ ଥାପନ ।

ଡେପୁଟି କମିଶନର ଦତ୍ତା ନଲୱାଡେଙ୍କ କହିବା ଅନୁସାରେ, ଅନୁଜ ଥାପନ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ହାଜତରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ପୋଲିସ କମିଶନରଙ୍କ ନିକଟରେ ଥିବା ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଯେଉଁଠାରେ ସେ ଆଖି ବୁଜିଛି । କହିରଖୁଛୁ କି, ଏହି ଗୁଳିମାଡ଼ ଘଟଣାରେ ଅନୁଜ ଥାପନଙ୍କୁ ଗିରଫ କରାଯାଇଥିଲା ଏବଂ ସେ ଗତ କିଛି ଦିନ ହେବ ପୋଲିସ ହେପାଜତରେ ଥିଲା ।

ସୂଚନା ଥାଉ କି, ବାନ୍ଦ୍ରାଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ ୧୪ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ଘଟଣାରେ ଅନୁପଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତକୁ ପୋଲିସ ବାନ୍ଧିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି । ଘଟଣା ଘଟିବାର ଦୁଇ ଦିନ ପରେ ଏପ୍ରିଲ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଥିଲା । ଏମାନେ ବିହାରର ଚମ୍ପାରନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଥିଲା । ଏହା ପରେ ଏପ୍ରିଲ ୨୫ରେ ପଞ୍ଜାବରୁ ଆଉ 2 ଅଭିଯୁକ୍ତ ସୁଭାଷ ଚନ୍ଦର (37) ଓ ଅନୁଜ ଥାପନ (32)ଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ତେବେ ଅଭିଯୁକ୍ତ ବିକି ଗୁପ୍ତା, ସାଗର ପାଲ ଏବଂ ଅନୁଜ ଥାପନଙ୍କୁ ଆସନ୍ତା ମେ ୮ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା । ଏବେ ଅନୁଜ ଥାପାନ୍ ଜୀବନ ହାରିଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଠିକଣାରେ ଲରେନ୍ସ ବିଷ୍ଣୋଇ ନାଁରେ ଗାଡ଼ି ବୁକ୍, ଗାଜିଆବାଦରୁ ବନ୍ଧା ହେଲା ଅଭିଯୁକ୍ତ

ଘଟଣା ପଛରେ ଲରେନ୍ସ ବିଷ୍ଣୌଇ ଭାଇର ହାତ

ଏହି ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୁ ଏହି ଘଟଣା ପାଇଁ ଦାୟୀ ବୋଲି କହିଥିଲା । ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲା । ସୂଚନାନୁସାରେ,ବିଷ୍ଣୌଇ ହିଁ ସଲମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସୁଟର ପଠାଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ବିଷ୍ଣୌଇର ପୋଷ୍ଟ ପାଇଁ ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ) ବ୍ୟବହାର କରାଯାଇଥିଲା । ଏହି ପୋଷ୍ଟର IP ଠିକଣା ପର୍ତ୍ତୁଗାଲର ବୋଲି ଜଣାପଡିଥିଲା । ଏଥିସହ ପୋଲିସ ଏହାପରେ କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ 2ଟି ପିସ୍ତଲ, କିଛି ମାଗାଜିନ ଓ ବୁଲେଟକୁ ଜବତ କରିଥିଲା । ଏବଂ ଏହା ମଧ୍ୟ କହିଥିଲା ଯେ, ଅଭିଯୁକ୍ତମାନେ ସଲମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ନୁହଁ ବରଂ ତାଙ୍କୁ ଡରାଇବାକୁ ଗୁଳିମାଡ଼ କରିଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାରେ ସବୁ ଦିଗରୁ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ଆଗରେ ଗୁଳିମାଡ ଘଟଣା, 2 ଅଭିଯୁକ୍ତ ଗିରଫ

Last Updated :May 1, 2024, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.