ETV Bharat / bharat

18 ପାକିସ୍ତାନୀଙ୍କୁ ମିଳିଲା ଭାରତୀୟ ନାଗରିକତା

author img

By ETV Bharat Odisha Team

Published : Mar 17, 2024, 2:18 PM IST

Indian Citizenship
Indian Citizenship

18 Pak Hindu got Indian Citizenship: ଅହମ୍ମଦାବାଦରେ 18 ଜଣ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା । ଅହମ୍ମଦାବାଦ ଜିଲ୍ଲାପାଳଙ୍କ ଅଫିସରେ ନାଗରିକତା ପ୍ରଦାନ କଲେ ଗୁଜୁରାଟ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବା ପରେ 18 ଜଣ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା । ଅହମ୍ମଦାବାଦରେ ରହୁଥିବା 18 ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି । ଏନେଇ ଅହମ୍ମଦାବାଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତଙ୍କୁ ଏକ ନୂତନ ଭାରତ ଗଠନ ସ୍ୱପ୍ନକୁ ସାକାର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ଗୃହମନ୍ତ୍ରୀ ।

ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି, ଆଶା ରହିଛି ଆପଣ ସମସ୍ତେ ଦେଶର ବିକାଶ ଯାତ୍ରାରେ ଭାଗ ନେବାକୁ ସଂକଳ୍ପବଦ୍ଧ ହେବେ ଏବଂ ଯେଉଁମାନେ ଭାରତୀୟ ନାଗରିକତା ହାସଲ କରିଛନ୍ତି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ଦଳିତ ସଂଖ୍ୟାଲଘୁଙ୍କ ସହଜ ଏବଂ ଶୀଘ୍ର ଭାରତୀୟ ନାଗରିକତା ଦେବା ପାଇଁ ଉଦ୍ୟମ କରିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-ନାଗରିକତା ପାଇଁ ପୋର୍ଟାଲ ଲଞ୍ଚ, ମୋବାଇଲ ଆପରେ ବି କରିହେବ ଆବେଦନ

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, 2016 ଏବଂ 2018ର ଗେଜେଟ୍ ବିଜ୍ଞପ୍ତିରେ ଗୁଜୁରାଟର ଅହମ୍ମଦାବାଦ, ଗାନ୍ଧିନଗର ଏବଂ କୁଚର ଜିଲ୍ଲାର ଜିଲ୍ଲାପାଳଙ୍କୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ ଅଧିକାର ଦିଆଯାଇଥିଲା । ଏହା ସହ ଅହମ୍ମଦାବାଦ ଜିଲ୍ଲାରେ ରହୁଥିବା ପାକିସ୍ତାନର ମୋଟ 1,167 ହିନ୍ଦୁ ଶରଣାର୍ଥୀଙ୍କୁ ଏପର୍ଯ୍ୟନ୍ତ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି ।

ମାର୍ଚ୍ଚ 11 ତାରିଖରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ନାଗରିକତା ସଂଶୋଧନ ଅଧିନିୟମ । 2019 ଶେଷ ଭାଗରେ ଏହି ବିଲକୁ ସଂସଦରେ ପାରିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ କୋଭିଡ ସଂକ୍ରମଣ ଓ ଅନ୍ୟ କାରଣରୁ ଏହାର କାର୍ଯ୍ୟକାରିତା ବିଳମ୍ବ ହୋଇଥିବା ବେଳେ ଏବେ 4ବର୍ଷ ପରେ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି । ନାଗରିକତା ଆବେଦନ ପାଇଁ ଏକ ପୋର୍ଟାଲ ମଧ୍ୟ ଲଞ୍ଚ କରାଯାଇଛି । indiancitizenshiponline.nic.inରେ ଆବେଦନ କରିପାରିବେ ଦେଶରେ ରହିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ-ମୁସଲମାନ ଶରଣାର୍ଥୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.