ଓଡିଶା

odisha

ଅନୁସନ୍ଧାନ: କର୍କଟ ଔଷଧ କରିପାରେ ହୃଦୟ ଜନିତ ସମସ୍ୟା

By

Published : May 1, 2023, 5:12 PM IST

ବିଜ୍ଞାନର ଅଗ୍ରଗତି ଫଳରେ ନାନା ଦୂରାରୋଗ୍ୟ ଏବେ ଚିକିତ୍ସା ହୋଇପାରୁଛି । ହେଲେ ଏହି ଚିକିତ୍ସା ପ୍ରଣାଳୀର ସ୍ବାସ୍ଥ୍ୟ ଉପରେ ପାର୍ଶ୍ବ ପ୍ରତିକ୍ରିୟା ରହିଛି । ସେଥିମଧ୍ୟରୁ ବ୍ୟବହୃତ କର୍କଟ ଔଷଧ ଅନ୍ୟତମ । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ କର୍କଟ ଔଷଧ ହୃଦ୍‌ଘାତ କରିପାରେ । ଅଧିକ ପଢନ୍ତୁ

heart attack
heart attack

ଲଣ୍ଡନ: କର୍କଟ ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ପାର୍ଶ୍ବ ପ୍ରତିକ୍ରିୟାର ଆସିଲା ସାଙ୍ଘାତିକ ରିପୋର୍ଟ । UCL(ୟୁନିଭରସିଟି କଲେଜ ଲଣ୍ଡନ) ବିଶେଷଜ୍ଞଙ୍କ ନେତୃତ୍ୱରେ ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଅନେକ କର୍କଟ ଚିକିତ୍ସା ରହିଛି, ଯାହା ହୃଦଘାତ କରାଇପାରେ । କର୍କଟ ରୋଗର ଚିକିତ୍ସା ପାଇଁ ଆଧୁନିକ ଔଷଧ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ବଞ୍ଚିବାର ହାରକୁ ବହୁଗୁଣିତ କରିଛି । ହେଲେ ଏହିପରି କେତେକ କର୍କଟ ଚିକିତ୍ସା ରହିଛି, ଯାହା ହୃଦୟକୁ କ୍ଷତି ପହଞ୍ଚାଇପାରେ ବୋଲି ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ପ୍ରକାର ଔଷଧ ହୃଦସ୍ପନ୍ଦନରେ ପରିବର୍ତ୍ତନ ସାଙ୍ଗକୁ ବେଳେବେଳେ ହୃଦ୍‌ଘାତ କରାଇବାର ସମ୍ଭାବନା ମଧ୍ୟ ରହିଛି । ହେଲେ କର୍କଟ ଚିକିତ୍ସା ପାଇଁ ବ୍ୟବହୃତ ଯାନ୍ତ୍ରିକ କୌଶଳ କି ପ୍ରଭାବ ପକାଏ ସେ ବାବଦରେ ଜଣାପଡିନାହିଁ । ସାଇନ୍ସ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ଏକ ଅନ୍ତର୍ଜାତୀୟ ଅଧ୍ୟୟନରେ ରକ୍ତରେ ଥିବା ପ୍ରୋଟିନ୍ ଚିହ୍ନଟ ହୋଇଛି, ଯାହା ହୃଦଘାତ ଆଶଙ୍କା ସହ ଜଡିତ ଏବଂ ଏହା କର୍କଟ ଚିକିତ୍ସା ଔଷଧ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:-ଚିନ୍ତାଜନକ ଖବର ! ବାୟୁ ପ୍ରଦୂଷଣ କରିପାରେ ହୃଦୟ ରୋଗ ଏରିଥ୍‌ମିଆ

ଅନୁସନ୍ଧାନକାରୀ ଟିମ୍ କହିଛି ଯେ, କର୍କଟ ଔଷଧ କିପରି ହୃଦୟରେ ସେମାନଙ୍କର କ୍ଷତିକାରକ ପ୍ରଭାବ ସୃଷ୍ଟି କରିଥାଏ ଏବଂ କେଉଁ ରୋଗୀଙ୍କର ଅଧିକ ବିପଦ ରହିଛି ଚିହ୍ନଟ କରିବାରେ ଏହି ଅନୁସନ୍ଧାନ ସହାୟକ ହେବ । ଏହା କର୍କଟ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିପାରିବ ବୋଲି ସେମାନେ କହିଛନ୍ତି । ଏହି ଅନୁସନ୍ଧାନ ନୂତନ ଔଷଧ ବିକଶିତ କରିବାର ପଥ ପରିସ୍କାର କରିପାରେ, ଯାହା ଚିହ୍ନଟ ହୋଇଥିବା ପ୍ରୋଟିନ୍ ଉପରେ ପ୍ରଭାବ ନ ପକାଇ ଟ୍ୟୁମରକୁ ସଙ୍କୁଚିତ କରିପାରିବ ।

ଏହା ମଧ୍ୟ ପଢନ୍ତୁ:-ବାର୍ଲିରେ ଭରି ରହିଛି ଏହି ସବୁ ସ୍ବାସ୍ଥ୍ୟ ଉପକାରୀ ଗୁଣ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି ଅନୁସନ୍ଧାନ ପାଇଁ ଅନୁସନ୍ଧାନକାରୀମାନେ ପ୍ରଥମେ ଏକ ଜିନୋମ-ୱାଇଡ୍ ଆସୋସିଏସନ୍ ଅଧ୍ୟୟନ କରିଥିଲେ, ବ୍ରିଟେନର ବାୟୋବ୍ୟାଙ୍କ ଅଧ୍ୟୟନରେ ନାମ ଲେଖାଯାଇଥିବା ପ୍ରାୟ 37,000 ଲୋକ, ଯେଉଁମାନଙ୍କର ହୃଦ୍‌ଘାତ ନଥିଲା ସେମାନଙ୍କ DNA ଅନୁସନ୍ଧାନ କରିଥିଲେ । ଏଥିରୁ ଜାଣିବାକୁ ପାଇଲେ ଯେ, କର୍କଟ ଚିକିତ୍ସା ପାଇଁ ବ୍ୟବହୃତ କେତେକ ଔଷଧ ହୃଦୟ ରୋଗ କରୁଛି । ତେଣୁ ଉନ୍ନତ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏବି ଅନୁସନ୍ଧାନ ସହାୟକ ହେବ ବୋଲି ବ୍ରିଟିଶ ହାର୍ଟ ଫାଉଣ୍ଡେସନ୍ ମେଡିକାଲ୍ ଡକ୍ଟର ପ୍ରଫେସର୍ ସାର୍ ନିଲେଶ ସମାନି କହିଛନ୍ତି ।

ABOUT THE AUTHOR

...view details