ETV Bharat / sukhibhava

ଚିନ୍ତାଜନକ ଖବର ! ବାୟୁ ପ୍ରଦୂଷଣ କରିପାରେ ହୃଦୟ ରୋଗ ଏରିଥ୍‌ମିଆ

author img

By

Published : May 1, 2023, 12:30 PM IST

ବାୟୁ ପ୍ରଦୂଷଣର ଆଉ ଏକ ଚିନ୍ତାଜନକ କୁପ୍ରଭାବ ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ ଟିମ୍ । ଅନୁସନ୍ଧାନ ଅନୁସାରେ ନିୟମିତ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କର ହୃଦୟ ରୋଗ ଏରିଥ୍‌ମିଆ ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Air pollution
Air pollution

ନୂଆଦିଲ୍ଲୀ: ମାନବର ପରିବର୍ତ୍ତିତ ଜୀବନଶୈଳୀ ପରିବେଶକୁ ପ୍ରଦୂଷିତ କରି ପକାଇଛି । ବର୍ଷା-ଖରା-ଶୀତର କୌଣସି ତାରତମ୍ୟ ନାହିଁ । ଏହାରି ମଧ୍ୟରେ ବାୟୁ ପ୍ରଦୂଷଣ ଏକ ଉଦ୍‌ବେଗଜନକ ପରିସ୍ଥିତିରେ ପହଞ୍ଚିଛି । ସ୍ବାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ବିଭିନ୍ନ ପ୍ରକାର କୁପ୍ରଭାବ ଥିବାବେଳେ ଏବେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକଙ୍କ ଅନୁସନ୍ଧାନ ଅନୁସାରେ ବାୟୁ ପ୍ରଦୂଷଣ କାରଣରୁ ହାର୍ଟ(ହୃଦୟ) ରୋଗ ହେବାର ସମ୍ଭାବନା ରହିଛି । ଏହି କାରଣରୁ ହୃଦ୍‌ରୋଗ ଏରିଥ୍‌ମିଆ ସହ ହୃଦ୍‌ପିଣ୍ଡ ସ୍ପନ୍ଦନ ଅନିୟମିତ ହୋଇପାରେ ବୋଲି ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ ।

ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ଯଦି ଜଣେ ବ୍ୟକ୍ତି ଦୀର୍ଘକାଳ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସନ୍ତି, ତେବେ ତାଙ୍କର ଏରିଥ୍‌ମିଆ ଭଳି ରୋଗ ହେବାର ସମ୍ଭାବନା ରହିଛି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ବାୟୁ ପ୍ରଦୂଷଣ ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବାର ପ୍ରମାଣ ଥିଲା, ମାତ୍ର ଏହି କାରଣ ଏରିଥ୍‌ମିଆ ପାଇଁ ଦାୟୀ ହୋଇପାରେ ବୋଲି ଜଣାପଡିନଥିଲା । ଏହି ତଥ୍ୟ ଜାଣିବା ପାଇଁ ଚାଇନାର ଅନୁସନ୍ଧାନକାରୀମାନେ ବାୟୁ ପ୍ରଦୂଷଣର ଘଣ୍ଟାପ୍ରତି ଏକ୍ସପୋଜର ଏବଂ ଚାଇନାର 322 ସହରର 2025 ଡାକ୍ତରଖାନାର ତଥ୍ୟ ବ୍ୟବହାର କରି ହଠାତ୍ ଏରିଥ୍‌ମିଆର ଲକ୍ଷଣ ମୂଲ୍ୟାଙ୍କନ କରିଥିଲେ ।

ବାୟୁ ଗୁଣବତ୍ତା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଚୀନରେ ବାୟୁ ଗୁଣାବତ୍ତା ଉତ୍ତମ । ତଥାପି ଅନୁସନ୍ଧାନକାରୀମାନେ ରିପୋର୍ଟକାରୀ ଡାକ୍ତରଖାନାଗୁଡ଼ିକର ନିକଟତମ ମନିଟରିଂ ଷ୍ଟେସନରୁ ବାୟୁ ପ୍ରଦୂଷକ ସାନ୍ଦ୍ରତା ବ୍ୟବହାର କରି ବିଶ୍ଳେଷଣ କରିଥିଲେ । ଏଥିରୁ ଜଣାଗଲା ଯେ, ଆମେ ଜାଣିଲୁ ଯେ ବାୟୁ ପ୍ରଦୂଷଣର ତୀବ୍ର ସଂସ୍ପର୍ଶରେ ଆସିବା ଦ୍ବାରା ଲକ୍ଷଣଗତ ଏରିଥ୍‌ମିଆର ଆଶଙ୍କା ବଢିବାକୁ ଲାଗୁଛି । ଚୀନ୍‌ର ଫୁଡାନ୍‌ ୟୁନିଭର୍ସିଟି ଅଫ୍ ପବ୍ଲିକ୍ ହେଲଥ୍ ସ୍କୁଲ୍ ଡ. ରେଞ୍ଜୀ ଚେନ୍ ଏହି ସୂଚନା ଦେଇଛନ୍ତି ।

କାନାଡିଆନ୍ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ୍ (CMAJ)ରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ତେବେ କହି ରଖୁଛୁ ଯେ, ଏହା ପୂର୍ବରୁ ଭାରତରେ ମଧ୍ୟ ଏନେଇ ଏକ ଅନୁସନ୍ଧାନ କରାଯାଇଥିଲା । ହୃଦ୍‌ଘାତର ବିଭିନ୍ନ କାରଣ ମଧ୍ୟରୁ ବାୟୁ ପ୍ରଦୂଷଣ ଆଉ ଏକ କାରଣ ହୋଇପାରେ ବୋଲି ଭାରତୀୟ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ । ଆଇଆଇଟି ମଣ୍ଡିର ଅନୁସନ୍ଧାନକାରୀ ଟିମ୍ ଏହି ଅନୁସନ୍ଧାନ କରିଥିଲେ । ଭାରତରେ ଲଙ୍ଗିଚ୍ୟୁଡିନାଲ୍ ଏଜିଂ ଷ୍ଟଡି-LASI ତଥ୍ୟ ବ୍ୟବହାର କରି ଦେଶବ୍ୟାପୀ ଦ୍ରାଘିମା ସର୍ବେକ୍ଷଣରେ ଭାରତର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 18 ବର୍ଷରୁ ଅଧିକ 73 ହଜାର 396 ବ୍ୟକ୍ତିଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା ।

ଏଥିରୁ ଜଣା ଯାଇଥିଲା ଯେ, ଭାରତରେ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ କାର୍ଡିଓଭସ୍କୁଲାର୍ ଡିଜିଜ୍‌(ହୃଦୟ ରୋଗ) ବୃଦ୍ଧି ପାଇଁ ପରିବେଶ ପ୍ରଦୂଷଣ ଦାୟୀ । ସବୁଠୁ ବଡ କଥା ହେଉଛି କି ଚୀନ୍ ଅନୁସନ୍ଧାନକାରୀ ବାୟୁ ପ୍ରଦୂଷଣ ସିଧାସଳଖ ଏରିଥ୍‌ମିଆ କରିପାରେ ବୋଲି ଜାଣିବାକୁ ପାଇଛନ୍ତି, ଯାହା ବର୍ତ୍ତମାନ ଚିନ୍ତାର କାରଣ । ତେବେ ଏରିଥ୍‌ମିଆ କଣ, ସଂକ୍ଷେପରେ ଜାଣନ୍ତୁ...

ହାର୍ଟ ଏରିଥ୍‌ମିଆ କଣ

ହାର୍ଟ ଏରିଥ୍‌ମିଆ ଏକ ହୃଦୟ ସମସ୍ୟା ଜନିତ ରୋଗ, ଯେଉଁଥିରେ ହୃଦସ୍ପନ୍ଦନ ଗତିରେ ପରିବର୍ତ୍ତନ ଦେଖାଯାଇଥାଏ । ହୃଦୟର ଏହି ଗତି ପଛରେ ଇଲେକ୍ଟ୍ରିକାଲ ବା ବୈଦ୍ୟୁତିକ ପ୍ରକ୍ରିୟା ରହିଛି, ଯାହା ଇଲେକ୍ଟ୍ରିକାଲ ଇମ୍ପୁଲ୍ସ କରିଥାଏ । ତେବେ ଏହି ପ୍ରକ୍ରିୟା ହୃଦୟର ଏକ ନିର୍ଦ୍ଦିଷ୍ଟ ପଥରେ ସଞ୍ଚାଳିତ ହୋଇଥାଏ ଏବଂ ହୃଦୟ ମାଂସପେଶୀର କାର୍ଯ୍ୟକଳାପକୁ ସଂଯୋଜନା କରିଥାଏ, ଯାହାଫଳରେ ହାର୍ଟ ମଧ୍ୟକୁ ଆରାମରେ ରକ୍ତ ସଞ୍ଚାଳନ ହୋଇଥାଏ । ଏହି ଇଲେକ୍ଟ୍ରିକାଲ୍ ଇମ୍ପୁଲ୍ସରେ ସମସ୍ୟା କାରଣରୁ ଏରିଥ୍‌ମିଆ ସମସ୍ୟା ଦେଖାଯାଏ ।

ହାର୍ଟ ଏରିଥ୍‌ମିଆ ଲକ୍ଷଣ

ଏହାର ଲକ୍ଷଣ ବିଷୟରେ କହିବାକୁ ଗଲେ ହୃଦସ୍ପନ୍ଦନରେ ଅନିୟମିତତା, ବେକ କିମ୍ବା ଛାତି ଯନ୍ତ୍ରଣା, ହୃଦସ୍ପନ୍ଦନ ଦ୍ରୁତ କିମ୍ବା ଧୀର ହୋଇଯିବା ଇତ୍ୟାଦି । ଏହା ବ୍ୟତୀତ ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ ଅସୁବିଧା, ବାନ୍ତି, ଥକାପଣ, ଅତ୍ୟଧିକ ଝାଳ ବୋହିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଏ । ଏହାର କାରଣ ଉଚ୍ଚ ରକ୍ତଚାପ, ଉଦାସୀନତା, ବ୍ୟାୟାମ, ଚାପ କିମ୍ବା ଚିନ୍ତାଠାରୁ ଆରମ୍ଭ କରି ଆଲର୍ଜି, ଥଣ୍ଡା ପର୍ଯ୍ୟନ୍ତ ବିଭିନ୍ନ କାରଣ ଥାଇପାରେ । ବର୍ତ୍ତମାନ କିନ୍ତୁ ବାୟୁ ପ୍ରଦୂଷଣ ଆଉ ଏକ କାରଣ ଭାବେ ଯୋଡି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.