ETV Bharat / sukhibhava

ବାର୍ଲିରେ ଭରି ରହିଛି ଏହି ସବୁ ସ୍ବାସ୍ଥ୍ୟ ଉପକାରୀ ଗୁଣ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

author img

By

Published : May 1, 2023, 1:28 PM IST

barley water
barley water

ପ୍ରକୃତିର ଦାନ ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ମଧ୍ୟରୁ ବାର୍ଲି ଅନ୍ୟତମ । ଅନେକ ଲୋକ ଏଥିରେ ରୁଟି ପ୍ରସ୍ତୁତ କରି ଖାଇଥିବେ ନିଶ୍ଚୟ । ହେଲେ କେବେ ବାର୍ଲି ପାଣି ପିଇଛନ୍ତି କି ? ଏହି ପାଣିରେ ଏତେ ଉପକାରୀ ଗୁଣ ରହିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପ୍ରକୃତି ଆମକୁ ଅନେକ ଖାଦ୍ୟ ଉପହାର ଦେଇଛି, ଯାହା ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଯଦି ଜଣେ ବ୍ୟକ୍ତି ସେସବୁ ଖାଦ୍ୟର ନିୟମିତ ଏବଂ ସଠିକ୍ ସେବନ କରିବ ତେହେ ସର୍ବଦା ସୁସ୍ଥ ରହିପାରିବ । ଏପରି ଏକ ଉପକାରୀ ଶସ୍ୟ ଜାତୀୟ ଖାଦ୍ୟ ମଧ୍ୟରୁ ବାର୍ଲି ଅନ୍ୟତମ । ସମସ୍ତେ ନିଶ୍ଚିତ ଭାବରେ ବାର୍ଲିରେ ତିଆରି ରୁଟି ଖାଇଥିବେ, କିନ୍ତୁ ଆପଣ ଜାଣିଛନ୍ତି କି ବାର୍ଲି ପାଣି ନିୟମିତ ଖାଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ଉପକାରିତା ମିଳିପାରେ ବୋଲି ?

ବାସ୍ତବରେ, ଭିଟାମିନ୍-ବି କମ୍ପ୍ଲେକ୍ସ, ଡାଏଟାରୀ ଫାଇବର, ଆଇରନ୍, କ୍ୟାଲସିୟମ୍, ଜିଙ୍କ, ସେଲେନିୟମ୍, ମ୍ୟାଗ୍ନେସିୟମ୍ ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ବାର୍ଲିରେ ପ୍ରଚୁର ପରିମାଣରେ ଥାଏ । ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ଅଛି । ତେବେ ଆସନ୍ତୁ ଜାଣିବା ବାର୍ଲି ପାଣି ପିଇବାର ଉପକାରିତା ବାବଦରେ ଏବଂ ଏହାକୁ କିପରି ପ୍ରସ୍ତୁତ କରିବେ...

ଏହା ମଧ୍ୟ ପଢନ୍ତୁ:- ଚିନ୍ତାଜନକ ଖବର ! ବାୟୁ ପ୍ରଦୂଷଣ କରିପାରେ ହୃଦୟ ରୋଗ ଏରିଥ୍‌ମିଆ

ବାର୍ଲି ପାଣି ପିଇବାର ଲାଭ

  • ବାର୍ଲି ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ବାର୍ଲିରେ ଥିବା ସେଲେନିୟମ୍ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ ।
  • ବାର୍ଲି ପାଣି ଏକ ପ୍ରାକୃତିକ ଓଜନ ହ୍ରାସ ପାନୀୟ । ଏହା ହଜମକୁ ଉନ୍ନତ କରିଥାଏ ଏବଂ ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ଏହା ଖାଦ୍ୟକୁ ଭଲ ହଜମ କରିବାରେ ଏବଂ ଅତିରିକ୍ତ କ୍ୟାଲୋରୀ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଉଚ୍ଚ ଦ୍ରବଣୀୟ ଫାଇବର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅର୍ଥାତ୍ ମେଦବହୁଳତା ରୋକିବା ପାଇଁ ବାର୍ଲି ସର୍ବୋତ୍ତମ ।
  • ବିପି ହ୍ରାସ କରିବା ପାଇଁ ବାର୍ଲି ପାଣି ମଧ୍ୟ ବ୍ୟବହାର କରାଯାଇପାରେ । ବାର୍ଲିରେ ଥିବା ବିଟା ଗ୍ଲୁକାନ୍ ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍, ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ବାର୍ଲି ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହେବା ସହଜ ହୋଇଥାଏ । ଏହା କିଡନୀକୁ ସଫା କରିବାରେ ଏବଂ ଏହାର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
  • ବାର୍ଲି ପାଣି କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ । ରକ୍ତରେ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବା ଏବଂ ଭଲ କୋଲେଷ୍ଟ୍ରଲ ବଢାଇବାରେ ବାର୍ଲି ପାଣି ଅତ୍ୟନ୍ତ ଲାଭଦାୟକ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ ।
  • ମଧୁମେହ ରୋଗୀଙ୍କ ପାଇଁ ବାର୍ଲି ପାଣି ପିଇବା ଅତ୍ୟନ୍ତ ଲାଭଦାୟକ । ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏହା ବହୁତ ସାହାଯ୍ୟକାରୀ ।
  • ଗର୍ଭବତୀମାନଙ୍କ ପାଇଁ ବାର୍ଲି ପାଣି ମଧ୍ୟ ଅତ୍ୟନ୍ତ ଲାଭଦାୟକ । ମହିଳାମାନଙ୍କର ଗର୍ଭାବସ୍ଥାରେ କୋଷ୍ଠକାଠିନ୍ୟ ଅଧିକ ହୋଇଥାଏ, ଯେଉଁ କାରଣରୁ ପାଇଲ୍ସ ହୋଇଥାଏ । ବାର୍ଲି ପାଣିରେ ଥିବା ଫାଇବର କୋଷ୍ଠକାଠିନ୍ୟକୁ ରୋକିପାରେ ଏଥିସହ ପାଇଲ୍ସ ଆଶଙ୍କାକୁ ମଧ୍ୟ ହ୍ରାସ କରେ । ଏହା ବ୍ୟତୀତ, ବାର୍ଲି ପାଣିରେ ଗାଲାକ୍ଟାଗୋଗ୍ ଥାଏ ଯାହାକି ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିଥାଏ ।

କେମିତି ପ୍ରସ୍ତୁତ କରିବେ ବାର୍ଲି ପାଣି

ଏକ କପ୍ ବାର୍ଲି, ଏକ ଡାଲଚିନି ଏବଂ ଅଦା ନିଅନ୍ତୁ । ଏକ ପ୍ୟାନରେ 5 କପ୍ ପାଣି ରଖନ୍ତୁ ଏବଂ ସମସ୍ତ ଉପାଦାନକୁ 10 ମିନିଟ୍ ପାଇଁ ଫୁଟାନ୍ତୁ । ଏହା ପରେ ଏକ ପାତ୍ରରେ ପାଣିକୁ ଛାଣି ରଖନ୍ତୁ । ଏହା ଟିକେ ଥଣ୍ଡା ହେବା ପରେ ଏଥିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.