ଓଡିଶା

odisha

କୋଭିଡରୁ ସୁସ୍ଥ ହେବା ପରେ ଅଧିକ କାମ କରୁଥିଲେ ସାବଧାନ ! ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

By ETV Bharat Odisha Team

Published : Oct 30, 2023, 4:21 PM IST

କୋଭିଡରୁ ସୁସ୍ଥ ହେବା ପରେ ଅଧିକ କାମ କରୁଥିଲେ ସାବଧାନ ! କୋଭିଡରୁ ସୁସ୍ଥ ହେବାର 2 ବର୍ଷ ପର୍ଯ୍ୟନ୍ତ ଅଧିକ ପରିଶ୍ରମ ନକରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ । ଅଧିକ ପଢନ୍ତୁ

Severe COVID 19 linked to rising heart attack
Severe COVID 19 linked to rising heart attack

ହାଇଦ୍ରାବାଦ:ଯଦି ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇଥିଲେ, ତେବେ ଆପଣଙ୍କ ପାଇଁ ସତର୍କବାଣୀ । କୋଭିଡ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଅଧିକ କାମ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ! ଏକଥା ଆମେ କହୁନାହୁଁ ବରଂ ଖୋଦ ଏହି କଥା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। କୋଭିଡରେ ଆକ୍ରାନ୍ତ ପରେ ସୁସ୍ଥ ହେବାର 1ରୁ 2 ବର୍ଷ ପର୍ଯ୍ୟନ୍ତ ଅତ୍ୟଧିକ ଶାରୀରିକ ପୀଡା ହେଲା ଭଳି କାର୍ଯ୍ୟ କରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

କହିରଖୁଛୁ କି, ଭାରତରେ ହୃଦଘାତ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ବୟସରେ ପାର୍ଥକ୍ୟ ଦେଖାଦେଇଛି। ପୂର୍ବରୁ 50ରୁ 60 ବର୍ଷ ପରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ଅଧିକ ଶିକାର ହେଉଛନ୍ତି ଯୁବପିଢି। ଯାହା ଏକ ପ୍ରକାର ଚିନ୍ତାର ବିଷୟ ସାଜିଛି। ବିଶେଷକରି କରୋନା ମହାମାରୀ ପରେ 17ରୁ 24 ବର୍ଷ ମଧ୍ୟରେ ଅନେକ ଶିଶୁ ହୃଦଘାତର ଶିକାର ହୋଇଥିବା ନେଇ ଅନେକ ଖବର ପ୍ରକାଶିତ ହୋଇଛି। ତେବେ କୋଭିଡ ମହାମାରୀ ଏବଂ ହୃଦଘାତ ମଧ୍ୟରେ କଣ ସମ୍ପର୍କ ରହିଛି ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହୃଦଘାତକୁ ନେଇ କଣ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ:ତେବେ ଚର୍ଚ୍ଚା ଭିତରେ ଉତ୍ତର ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏହା ବ୍ୟତୀତ ହୃଦଘାତର କାରଣ ଏବଂ ଏହାକୁ କିପରି ଏଡାଇ ହେବ ସେ ସମ୍ବନ୍ଧରେ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଇସିଏମଆର(ICMR) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନକୁ ଦର୍ଶାଇ ମନସୁଖ ମାଣ୍ଡଭୀୟ ରବିବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧିକ ପରିଶ୍ରମ ଠାରୁ ଦୂରେଇ ରୁହନ୍ତୁ। କାରଣ ଅତ୍ୟଧିକ ପରିଶ୍ରମ ହୃଦଘାତର କାରଣ ସାଜିପାରେ।

ତେବେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆଇସିଏମଆର ଏହି ସମସ୍ୟାର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିଛି। ଏହି ଅଧ୍ୟୟନ ଅନୁଯାୟୀ, ଯେଉଁମାନେ କୋଭିଡ-19ରେ ଆକ୍ରାନ୍ତ ହୋଇଥିଲେ, ସେମାନେ ଅଧିକ ପରିଶ୍ରମ କରିବା ଉଚିତ ନୁହେଁ। ଏହାସହ ସୁସ୍ଥ ହେବାର ବର୍ଷେରୁ 2 ବର୍ଷ ପର୍ଯ୍ୟନ୍ତ ଭାରି ଜିନିଷ ଉଠାଇବା, ଦଉଡିବା, ଅଧିକ ବ୍ୟାୟାମ କରିବା ଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ବାରା ହିଁ ହୃଦଘାତକୁ ରୋକାଯାଇ ପାରିବ।

ନବରାତ୍ରୀରେ ହୃଦଘାତର ଶିକାର ହୋଇଥିଲେ ଏତିକି ବ୍ୟକ୍ତି: ସୂଚନା ମୁତାବକ, ଗୁଜରାଟରେ ନବରାତ୍ରୀ ସମୟରେ ହୃଦଘାତରେ ଅନେକ ପ୍ରାଣ ହରାଇଥିଲେ, ଯାହା କି ଅତ୍ୟନ୍ତ ଚିନ୍ତାର କାରଣ ଅଟେ। ଗରବା କରିବା ସମୟରେ 24 ଘଣ୍ଟା ମଧ୍ୟରେ 12 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ କେବଳ ଗରବା ସମୟରେ ନୁହେଁ ଜିମ କରିବା ସମୟରେ ମଧ୍ୟ ଅନେକ ହୃଦଘାତର ଶିକାର ହେଉଥିବା ଖବର ସାମ୍ନାକୁ ଆସୁଛି। ତେବେ ଏହାର କାରଣ ଖୋଜିବା ପାଇଁ ପ୍ରୟାସ କରାଯାଉଥିବା ବେଳେ କୋଭିଡ ଏକ କାରଣ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Stroke Prevention: ଷ୍ଟ୍ରୋକ ସମସ୍ୟାକୁ କରନ୍ତୁ କମ, ଡାଇଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ଅଚାନକ ହୃଦଘାତର କାରଣ କଣ: ଆଜିକା ସମୟରେ ପାଣିପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ଏଭଳି ପରିସ୍ଥିତିରେ ନିଜକୁ ହାଇଡ୍ରେଟ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଏହାସହିତ ପାଣି କମ ପିଇବା ଯୋଗୁଁ ଅନେକ ଡିହାଇଡ୍ରେସନର ଶିକାର ହେଉଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ପାଣି ନପିଇବା କାରଣରୁ ମଧ୍ୟ ହୃଦଘାତ ହୋଇପାରେ ବୋଲି କୁହାଯାଇଛି।

ନିଦ୍ରାହୀନତା: ହୃଦଘାତ ପାଇଁ ନିଦ୍ରାହୀନତା ମୁଖ୍ୟ କାରକ ବୋଲି କୁହାଯାଇଛି। ନିଦ ନହେବା ଯୋଗୁଁ ଅନେକ ରୋଗ ହେଉଥିବା ବେଳେ ହୃଦଘାତର ଆଶଙ୍କା ଅଧିକ ବୋଲି କୁହାଯାଇଛି।

ଉଚ୍ଚ ରକ୍ତଚାପ: ଆଜିକା ସମୟରେ ପ୍ରାୟ ସମସ୍ତେ ରକ୍ତଚାପର ଶିକାର ହେଉଛନ୍ତି। ତେବେ ଉଚ୍ଚ ରକ୍ତଚାପ ଏବଂ ଅନିୟମିତ ଖାଦ୍ୟାଭ୍ୟାସ ଯୋଗୁଁ ଅନେକ ହୃଦଘାତର ଶିକାର ହେଉଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହୃଦଘାତ ରୋଗୀ, ମଧୁମେହ ରୋଗୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାରବା କିମ୍ବା କୌଣସି ପ୍ରକାରର ନୃତ୍ୟ କରିବା ଉଚିତ୍ ନୁହେଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦୟ ହେଉଛି ଆମ ଶରୀରର ପମ୍ପ ସଦୃଶ। ଏହା ରକ୍ତ ପମ୍ପ କରିବାରେ କାର୍ଯ୍ୟ କରିଥାଏ। ଏପରି ପରିସ୍ଥିତିରେ ଜଣେ ବ୍ଯକ୍ତି ଯେତେବେଳେ ଜିମ୍, ବ୍ୟାୟାମ କିମ୍ବା ନୃତ୍ୟ କରିଥାଆନ୍ତି ସେତେବେଳେ ସମଗ୍ର ଶରୀର ବହୁତ ସକ୍ରିୟ ରହିଥାଏ। ଅଧିକ କାର୍ଯ୍ୟଭାର ଯୋଗୁଁ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ହୃଦସ୍ପନ୍ଦନ ବୃଦ୍ଧି ପାଇାଏ। ଏପରି ପରିସ୍ଥିତିରେ ଶରୀର ଅଧିକରୁ ଅଧିକ ଅମ୍ଳଜାନ ଆବଶ୍ୟକ କରେ। ମଧୁମେହ କିମ୍ବା ରକ୍ତଚାପ ରୋଗୀ ଦୈନିକ କେତେ କାର୍ଯ୍ୟ କରିବେ ତାହା ଜାଣିବା ଉଚିତ।

ABOUT THE AUTHOR

...view details