ETV Bharat / sukhibhava

Stroke Prevention: ଷ୍ଟ୍ରୋକ ସମସ୍ୟାକୁ କରନ୍ତୁ କମ, ଡାଇଟରେ ସାମିଲ କରନ୍ତୁ ଏହି ଖାଦ୍ୟ

author img

By ETV Bharat Odisha Team

Published : Oct 29, 2023, 6:09 PM IST

ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ପାଇଁ ଯୁବାରୁ ବୟସ୍କ ସମସ୍ତେ ଷ୍ଟ୍ରୋକର ଶିକାର ହୁଅନ୍ତି । ତେବେ ଏହି ସମସ୍ୟାରୁ ଦୂରରେ ରହିବାପାଇଁ ନିଜ ଡାଇଟରେ ଏହି ଖାଦ୍ୟ ସାମିଲ କରନ୍ତୁ । ଜାଣନ୍ତୁ କ'ଣ କ'ଣ ?

ଷ୍ଟ୍ରୋକ ସମସ୍ୟାକୁ କରନ୍ତୁ କମ, ଡାଇଟରେ ସାମିଲ କରନ୍ତୁ ଏହି ଖାଦ୍ୟ
ଷ୍ଟ୍ରୋକ ସମସ୍ୟାକୁ କରନ୍ତୁ କମ, ଡାଇଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ହାଇଦ୍ରାବାଦ: ସାରା ଦୁନିଆରେ ବ୍ରେନ ଷ୍ଟ୍ରୋକରେ ଅଧିକାଂଶ ଲୋକ ମୃତ୍ୟୁବରଣ କରିଥାନ୍ତି । ଷ୍ଟ୍ରୋକ ଏପରି ଏକ ଅବସ୍ଥା ଯେଉଁଠି ମସ୍ତିଷ୍କକୁ ରକ୍ତ ଯୋଗାଣ ବନ୍ଦ ହୋଇଯାଏ । ଷ୍ଟ୍ରୋକ୍ ଆସିବାର ଅନେକ କାରଣ ଥାଇପାରେ । ଭୁଲ ଖାଇବା ଅଭ୍ୟାସ, ଅନିଦ୍ରା, ହାଇ ବିପି, ଜୀବନଶୈଳୀ ପରିବର୍ତ୍ତନ ଇତ୍ୟାଦି ଏହାର ମୁଖ୍ୟ କାରଣ ହୋଇଥାଏ । ବେଳେବେଳେ ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବ ହେତୁ ମସ୍ତିଷ୍କ ଆଘାତ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଏପରି ପରିସ୍ଥିତିରେ, ଷ୍ଟ୍ରୋକର ଆଶଙ୍କା କମାଇବା ପାଇଁ କେଉଁ କେଉଁ ଖାଦ୍ୟ ଖାଇପାରିବେ । ଜାଣନ୍ତୁ,

ସବୁଜ ପନିପରିବା

ସବୁଜ ପନିପରିବାରେ ନାଇଟ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ଥାଏ । ଯାହା ଷ୍ଟ୍ରୋକର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ନିଜ ଖାଦ୍ୟରେ ପାଳଙ୍ଗ, କଲାଡ(Collard) ପରି ସବୁଜ ପତ୍ରଯୁକ୍ତ ପନିପରିବା ଅନ୍ତର୍ଭୁକ୍ତ କରିପାରିବେ ।

ଅଖରୋଟ

ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ଅଖରୋଟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯେଉଁ ଲୋକମାନେ ନିୟମିତ ଭାବେ ଅଖରୋଟ ଖାଆନ୍ତି, ସେମାନଙ୍କ ଚାପ ଏବଂ ଷ୍ଟ୍ରୋକ୍ ହେବା ଆଶଙ୍କା କମ୍ ହୋଇପାରେ ।

ଖଟା ଫଳ

ଖଟା ଫଳ ଗୁଡିକ ଭିଟାମିନ୍ ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ । ଏଥିରେ ଭିଟାମିନ୍ C, ଫୋଲେଟ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ଥାଏ । ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଏଥିରେ ମିଳିଥାଏ, ଯାହା ଷ୍ଟ୍ରୋକରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଚର୍ବି(Fatty) ମାଛ

ଓମେଗା- ୩ ଫ୍ୟାଟି ଏସିଡରେ ଫ୍ୟାଟି ମାଛରେ ଅଧିକ ଥାଏ, ଯାହା ରକ୍ତ ପ୍ରବାହରେ ଉନ୍ନତି କରି ଷ୍ଟ୍ରୋକର ଆଶଙ୍କା କମ କରିବାରେ ସାହାଯ୍ୟ କରିଥାଏ । ଷ୍ଟ୍ରୋକକୁ ରୋକିବା ପାଇଁ ସାଲମନ ଏବଂ ମାକେରଲ ପରି ଚର୍ବିଯୁକ୍ତ ମାଛ ଗୁଡିକ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: କାହିଁକି ପାଳନ ହୁଏ ବିଶ୍ବ ଷ୍ଟ୍ରୋକ ଦିବସ? ଜାଣନ୍ତୁ, ଏହି ବର୍ଷର ଥିମ...

ଦହି

ଦହି ସ୍ୱାସ୍ଥ୍ୟର ଭଣ୍ଡାର ଭାବରେ ବିବେଚନା କରାଯାଏ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍ ଏବଂ ପ୍ରୋବାୟୋଟିକ୍ ଗୁଣ ରହିଥାଏ, ଯାହା ହାର୍ଟ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏହା ମଧ୍ୟ ଷ୍ଟ୍ରୋକର ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ : Brain Stroke ସମସ୍ୟା ଥିଲେ ଏହିସବୁ ଖାଦ୍ୟ ପ୍ରତି ରୁହନ୍ତୁ ହୁସିଆର

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.