ଓଡିଶା

odisha

ଏହି ସବୁ ଉପାଦାନ ଥିବା ସାମ୍ପୁ ବ୍ୟବହାର କରନ୍ତୁ, ଦୂର ହେବ କେଶ ଝଡିବା ସମସ୍ୟା

By

Published : Oct 29, 2022, 12:55 PM IST

ବର୍ତ୍ତମାନ ସମୟରେ କେଶ ଝଡିବା ସାଧାରଣ ସମସ୍ୟା ପାଲଟିଲାଣି । କେହି କେହି ଏହାକୁ ଦୂଷିତ ଜଳବାୟୁକୁ ଦାୟୀ କରୁଥିବା ବେଳେ ଅନ୍ୟ କେହି ସାମ୍ପୁ ପ୍ରଡକ୍ଟ ଦାୟୀ କରୁଛନ୍ତି । ତେବେ ଜାଣନ୍ତି କି ସାମ୍ପୁରେ ଯଦି କେତେକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଥାଏ, ତେବେ ଏହା କେଶ ଝଡିବାକୁ ରୋକିପାରିବ(Hair Fall Control Shampoo) । ଜାଣନ୍ତୁ କଣ ଏହି ଉପାଦାନ

ଏହିସବୁ ଉପାଦାନ ଥିବା ସାମ୍ପୁ ବ୍ୟବହାର କରନ୍ତୁ, ଦୂର ହେବ କେଶ ଝଡିବା ସମସ୍ୟା
ଏହିସବୁ ଉପାଦାନ ଥିବା ସାମ୍ପୁ ବ୍ୟବହାର କରନ୍ତୁ, ଦୂର ହେବ କେଶ ଝଡିବା ସମସ୍ୟା

ହାଇଦ୍ରାବାଦ: କେଶ ପ୍ରତିଟି ବ୍ୟକ୍ତିଙ୍କ ସୁନ୍ଦରତାର ପରିଚୟ । ମୁଖ ସୁନ୍ଦରତାକୁ ଦ୍ବିଗୁଣିତ କରିଥାଏ କେଶ । ଏଥିପାଇଁ ସୁନ୍ଦର ଓ ଘନ କେଶର ଆବଶ୍ୟକତା ନିଶ୍ଚିତ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ସାଧାରଣ ସମସ୍ୟା ପାଲଟିଲାଣି । ପ୍ରତିଦିନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଧିକାଂଶ ଲୋକେ । ସାଧାରଣତଃ ଜଣେ ବ୍ୟକ୍ତିଙ୍କର ଦିନକୁ ପ୍ରାୟ 100ଟି କେଶ ଝଡିଥାଏ, କିନ୍ତୁ ବେଳେବେଳେ ଲୋକମାନେ ଏହାଠାରୁ ଅଧିକ କେଶ ଝଡିବା ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି ।

ଆପଣଙ୍କର ଯଦି ଏହି ସମସ୍ୟା ରହିଛି, ତେବେ ଏହାର ସମାଧାନ ନିଶ୍ଚିତରୂପେ ଖୋଜୁଥିବେ । ଏହାର ଗୋଟିଏ ମୁଖ୍ୟ ବିକଳ୍ପ ହେଉଛି ହେୟାର ଫଲ କଣ୍ଟ୍ରୋଲ ସାମ୍ପୁ ବ୍ୟବହାର କରିବା । ତ୍ୱଚା ଏବଂ କେଶକୁ ସଫା କରିବା, ବିଲ୍ଡ-ଅପ୍ ଅପସାରଣ କରିବା ଏବଂ କେଶର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ କେଶ ଝଡ଼ିବା ନିୟନ୍ତ୍ରଣ ସାମ୍ପୁ ଗୁଡିକ ପ୍ରସ୍ତୁତ କରାଯାଇଛି ।

ଏହିସବୁ ଉପାଦାନ ଥିବା ସାମ୍ପୁ ବ୍ୟବହାର କରନ୍ତୁ, ଦୂର ହେବ କେଶ ଝଡିବା ସମସ୍ୟା

ଏହିପରି ପ୍ରକାରର ସାମ୍ପୁରେ ଏପରି ଉପାଦାନ ରହିଥାଏ, ଯାହା କେଶ ଝଡିବାକୁ ରୋକିଥାଏ । ତେବେ ବଜାରରେ ମିଳୁଥିବା ଏକାଧିକ ପ୍ରକାରର ସାମ୍ପୁ ମଧ୍ୟରୁ କେଉଁଟା କେଶ ଝଡିବା ସମସ୍ୟାକୁ ରୋକିବ ତାହା ଜାଣିବେ କିପରି ତାହା ମୁଖ୍ୟ ସମସ୍ୟା । କାରଣ ବ୍ୟବସାୟ ପାଇଁ ଅନେକ ସାମ୍ପୁ କମ୍ପାନୀ ନାନା ବିଜ୍ଞାପନ ଦେଇଥାନ୍ତି । ତେବେ ଆପଣଙ୍କର ଏହି ସମସ୍ୟା ଦୂର କରିବା ପାଇଁ ନିମ୍ନରେ ସାମ୍ପୁରେ ଥିବା କେତେକ ବିଶେଷ ଉପାଦାନ ବାବଦରେ ବର୍ଣ୍ଣନା କରାଯାଇଛି, ଯାହା କେଶ ଝଡିବାକୁ ରୋକିପାରିବ(Hair Fall Control Shampoo)...

  1. ଏକ ସାମ୍ପୁ ବାଛନ୍ତୁ, ଯେଉଁଥିରେ ବାୟୋଟିନ୍ ରହିଥିବ । ବାୟୋଟିନ୍ ହେଉଛି ଏକ ଭିଟାମିନ୍, ଯାହା କୋଷ ବୃଦ୍ଧିରେ ସାହାଯ୍ୟ କରେ । ଏହା ଆପଣଙ୍କ କେଶକୁ ଶୀଘ୍ର ବଢିବାକୁ ଏବଂ ଶକ୍ତିଶାଳୀ ହେବାକୁ ସାହାଯ୍ୟ କରିଥାଏ । ଏହା ଏକ ଜଳ-ଦ୍ରବଣୀୟ ଭିଟାମିନ୍ ଯାହା ବି-କମ୍ପ୍ଲେକ୍ସ ଭିଟାମିନ୍‌ର ଏକ ଅଂଶ । ଏକ ବାୟୋଟିନ୍ ସମୃଦ୍ଧ ସାମ୍ପୁ ବାୟୋଟିନ୍ ଅଭାବକୁ ରୋକିବା ସହ ଚିକିତ୍ସା କରିଥାଏ ଏବଂ କେଶ ଝଡ଼ିବାକୁ ରୋକିଥାଏ ।
  2. ନିୟାସିନ୍ ଥିବା ସାମ୍ପୁ ବାଛନ୍ତୁ । ନିୟାସିନ୍ ହେଉଛି ଅନ୍ୟ ଏକ ଭିଟାମିନ୍ ଯାହା କୋଷ ବୃଦ୍ଧିରେ ସାହାଯ୍ୟ କରେ । ଏହା କେଶକୁ ଶୀଘ୍ର ବଢିବାରେ ଏବଂ ଶକ୍ତିଶାଳୀ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ତ୍ୱଚା ଏବଂ ହେୟାର ଫୋଲିସେଲ୍ସକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ, ଯାହା କେଶ ଝଡିବାକୁ ରୋକିପାରେ । ବଜାରରେ ଅନେକ ସାମ୍ପୁ ଅଛି ଯାହା ଆଣ୍ଟି-ହେୟାର ଫଲ୍ ବୋଲି ଦାବି କରେ, କିନ୍ତୁ ସେଗୁଡ଼ିକରେ ନିୟାସିନ୍ ଥାଏ ନଥାଏ ନିଶ୍ଚିତ ରୂପେ ଯାଞ୍ଚ କରିବା ପରେ ବ୍ୟବହାର କରନ୍ତୁ ।
  3. ସର୍ବଦା ଜିଙ୍କ ଥିବା ସାମ୍ପୁ ଚୟନ କରନ୍ତୁ । ଜିଙ୍କ ହେଉଛି ଏକ ଖଣିଜ ପଦାର୍ଥ, ଯାହା କୋଷ ବୃଦ୍ଧିରେ ସାହାଯ୍ୟ କରେ । ଏହା ଆପଣଙ୍କ କେଶକୁ ଶୀଘ୍ର ବଢିବାରେ ଏବଂ ଶକ୍ତିଶାଳୀ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯେତେବେଳେ ଆମ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜିଙ୍କ ନଥାଏ, ନୂତନ କେଶ କୋଷଗୁଡ଼ିକର ଉତ୍ପାଦନ ମନ୍ଥର ହୋଇଯାଏ । ଏହାଦ୍ୱାରା କେଶ ଝଡିବା ଏବଂ କେଶ ପତଳା ହୋଇପାରେ । ଜିଙ୍କ ହେଉଛି ଏକ ଖଣିଜ ପଦାର୍ଥ ଯାହାକି ବିଭିନ୍ନ ଖାଦ୍ୟରେ ମିଳିଥାଏ ଏବଂ ଏହା ଏକ ସପ୍ଲିମେଣ୍ଟ ଭାବରେ ମଧ୍ୟ ଉପଲବ୍ଧ ।
  4. ସେଲେନିୟମ୍ ହେଉଛି ଏକ ମିନେରାଲ୍ ଯାହା କୋଷ ବୃଦ୍ଧିରେ ସାହାଯ୍ୟ କରେ । ଏହା କେଶକୁ ଶୀଘ୍ର ବଢିବାରେ ଏବଂ ଶକ୍ତିଶାଳୀ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ତ୍ୱଚାକୁ ଅସ୍ବାସ୍ଥ୍ୟକର ରେଡିକାଲରୁ ରକ୍ଷା କରି ସୁସ୍ଥ ରଖେ ଏବଂ କେଶ ଝଡିବାକୁ ରୋକିଥାଏ ।
  5. Saw palmetto ଏକ ଔଷଧ, ଯାହା କୋଷ ବୃଦ୍ଧିରେ ସାହାଯ୍ୟ କରେ ଏବଂ କେଶକୁ ଅଧିକ ଶକ୍ତିଶାଳୀ କରେ । ତେବେ Saw palmetto ହେଉଛି ଏକ ଉଦ୍ଭିଦ । ଏହା ବିଭିନ୍ନ ରୋଗର ଚିକିତ୍ସା ପାଇଁ ଶତାବ୍ଦୀ ଶତାଦ୍ଦୀ ଧରି ବ୍ୟବହୃତ ହୋଇଆସୁଛି । ସମ୍ପ୍ରତି, ଏହା କେଶ ଝଡିବା ପାଇଁ ଏକ ପ୍ରାକୃତିକ ଚିକିତ୍ସା ଭାବରେ ଲୋକପ୍ରିୟତା ହାସଲ କରିଛି । ଏହାକୁ 5-ଆଲଫା-ରେଡକ୍ଟେଜ୍ ଅବରୋଧ କରିବାକୁ ବ୍ୟବହାର କରାଯାଏ, ଯାହା ଏକ ଟେଷ୍ଟୋଷ୍ଟେରନକୁ DHT ରେ ରୂପାନ୍ତର କରିଥାଏ । DHT ହେଉଛି ଏକ ହରମୋନ୍ ଯାହା କେଶ ଝଡିବାରେ ଏକ ଭୂମିକା ଗ୍ରହଣ କରିଥାଏ । ଟେଷ୍ଟୋଷ୍ଟେରନର DHT ରେ ରୂପାନ୍ତରକୁ ଅବରୋଧ କରି, Saw palmetto କେଶ ଝଡିବାକୁ ରୋକିବାରେ ସାହାଯ୍ୟ କରିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଏସବୁ ପ୍ରଡକ୍ଟର ବ୍ୟବହାର ସତ୍ତ୍ବେ ଯଦି କୌଣସି ସମାଧାନ ନ ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ABOUT THE AUTHOR

...view details