ଓଡିଶା

odisha

ଶରୀର ପାଇଁ ଉପକାରୀ ପୂଜାରେ ବ୍ୟବହୃତ କର୍ପୁର, ଏମିତି କରନ୍ତୁ ବ୍ୟବହାର

By

Published : May 28, 2023, 6:17 PM IST

କଣ ଆପଣ ଜାଣିଛନ୍ତି କି ପୂଜାରେ ବ୍ୟବହୃତ ହେଉଥିବା କର୍ପୁର ଶରୀର ପାଇଁ ମଧ୍ୟ ଉପକାରୀ ହୋଇପାରେ । ଏମିତି କିଛି ସ୍ବାସ୍ଥ୍ୟ ସମସ୍ୟା ରହିଛି ଯାହାକି କର୍ପୂର ଦ୍ୱାରା ଭଲ ହୋଇପାରିବ । ଅଧିକ ପଢ଼ନ୍ତୁ

Health Benefits Of Camphor
Health Benefits Of Camphor

ହାଇଦ୍ରାବାଦ:ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ କର୍ପୂର ଜାଳିବାର ଏକ ସ୍ବତନ୍ତ୍ରତା ରହିଛି । ପ୍ରତ୍ୟେକ ପୂଜାରେ କର୍ପୂର ଜଳାଯାଇ ପୂଜା କରାଯାଇଥାଏ । ବିଶ୍ବାସ କରାଯାଏ କର୍ପୂର ଧୂପ ଲଗାଇବା ଦ୍ବାରା ଘରେ ସୁଖଶାନ୍ତି ରହିଥାଏ । ଘରର ପରିବେଶ ମଧ୍ୟ ଶୁଦ୍ଧ ରହିଥାଏ । ଏହାର ସୁଗନ୍ଧ କୀଟପତଙ୍ଗମାନଙ୍କୁ ଘରଠୁ ଦୂରେଇ ପାରୁଥିବା ବେଳେ ବ୍ୟାକ୍ଟେରିଆ ଏବଂ ଭାଇରସ ମଧ୍ୟ ମରିଯାଇଥାଆନ୍ତି । ପୂଜାରେ କର୍ପୂରର ବ୍ୟବାହର କରିବା ଦ୍ବାରା ତ ଅନେକ ଲାଭ ମିଳିଥାଏ ହେଲେ ଆପଣ ଜାଣିଛନ୍ତି କି କର୍ପୂର ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ? ଶରୀରରେ ଏମିତି କିଛି ସମସ୍ୟା ରହିଥାଏ, ଯାହାକି କର୍ପୂର ବ୍ୟବହାର କରିବା ଦ୍ବାରା ଚୁଟ୍‌କିରେ ଦୂର ହୋଇଥାଏ ।

କର୍ପୂର ଆଣ୍ଟିଅକ୍ସିଡାଣ୍ଟ୍‌ରେ ଭରପୂର ହୋଇ ରହିଛି। ଆୟୁର୍ବେଦରେ କର୍ପୂରର ଅନେକ ଲାଭ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ପୂଜାରେ ବ୍ୟବହୃତ ଏହି ସୁଗନ୍ଧିତ ପଦାର୍ଥ କେଉଁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଜାଣନ୍ତୁ

  1. ଶ୍ବାସକ୍ରିୟା ସମସ୍ୟାରୁ ମୁକ୍ତି:କର୍ପୂରରେ ଡିକଞ୍ଜେଷ୍ଟିଭ ଗୁଣ ରହିଛି । ଯାହା ଗଳାରୁ ଫୁସଫୁସ ପର୍ଯ୍ୟନ୍ତ ପ୍ରଦାହକୁ ହ୍ରାସ କରିଥାଏ ଏବଂ କାଶ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହାସହ ଯଦି ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ, ତାହେଲେ କର୍ପୂରର ବ୍ୟବହାର ଏହି ସମସ୍ୟାକୁ ମୁକ୍ତି ଦେଇଥାଏ।

ଏହା ମଧ୍ୟ ପଢନ୍ତୁ: New Study: ରାତିରେ କମ ସମୟ ଶୋଉଛନ୍ତି କି ? ସାବଧାନ! ହୋଇପାରେ ମାରାତ୍ମକ ରୋଗ

2. ଯନ୍ତ୍ରଣା ଦୂର କରେ:କର୍ପୂରକୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। କ୍ଷତ କିମ୍ବା ଆଘାତରେ କର୍ପୂର ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ, ଏହା ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣାରୁ ମୁକ୍ତି ମଧ୍ୟ ଦେଇଥାଏ। ଯଦି ମାଂସପେଶୀ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହେଉଛି ତାହାଲେ କର୍ପୂରକୁ ପାଣିରେ ଭଲ ଭାବେ ମିଶାଇ ଲଗାନ୍ତୁ । ଖୁବଶୀଘ୍ର ଆରାମ ମଳିପାରେ । କ୍ଷତସ୍ଥାନରେ ଲଗାଇବା ଦ୍ବାରା କ୍ଷତ ଜଲଦି ସୁଖିଯିବା ସହ ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ ।

3. କୁଣ୍ଡିଆରୁ ମୁକ୍ତି:ଯଦି ଆପଣ ଶରୀରର କୌଣସି ସ୍ଥାନ କୁଣ୍ଡେଇ ହେଉଛି, ତାହେଲେ ଆପଣ କର୍ପୂରର ବ୍ୟବାହର କରି ଏଥିରୁ ମୁକ୍ତି ପାଇପାରିବେ । କର୍ପୂରର ବ୍ୟବହାର ଦ୍ବାରା କୁଣ୍ଡିଆ ଏହା ଶୀଘ୍ର ଭଲ ହୋଇଯାଇଥାଏ । ଏଥିପାଇଁ ପ୍ରଥମେ ଆପଣ ନଡିଆ ତେଲ ନେଇ ସେଥରେ କର୍ପୁରକୁ ଭଲ ଭାବେ ମିଶାନ୍ତୁ । ଏହାପରେ କୁଣ୍ଡିଆ ହେଉଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ବାରା କୁଣ୍ଡିଆ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବ ।

4.ନିମ୍ନ ରକ୍ତଚାପ ପାଇଁ ସହାୟକ:ଯେଉଁମାନେ ନିମ୍ନ ରକ୍ତଚାପ ଜନିତ ସମସ୍ୟାରେ ସମ୍ମଖୀନ ହୋଇଥାନ୍ତି, ସେମାନଙ୍କ ପାଇଁ କର୍ପୂର ବେଶ ସହାୟକ ହୋଇଥାଏ । ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ କର୍ପୂର ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଉଭୟ ସିଷ୍ଟୋଲିକ୍ ରକ୍ତଚାପ ଏବଂ ଡାଇଷ୍ଟୋଲିକ୍ ରକ୍ତଚାପ ପାଇଁ କର୍ପୂର ବହୁତ ଉପକାରୀ ଅଟେ ।

5. କେଶରେ ରୂପିରୁ ମୁକ୍ତି: ଯଦି ଆପଣ ରୂପି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ କର୍ପୂରର ବ୍ୟବହାର କରିପାରିବେ। ପ୍ରଥମେ ନଡିଆ ତେଲରେ ପ୍ରଥମେ କର୍ପୂରକୁ ନଡିଆ ତେଲରେ ମିଶାଇ ଦିଅନ୍ତୁ । ଏହାପରେ କେଶରେ ମସାଜ କରନ୍ତୁ। ଏଭଳି ବାରବାର କରିବା ଦ୍ବାରା ରୂପି ସମସ୍ୟା ଦୂର ହୋଇଥାଏ ।

ବିଦ୍ର: ଏହି ଖବରରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଏବଂ ପରାମର୍ଶଗୁଡିକ ଅନୁସରଣ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details