ETV Bharat / sukhibhava

New Study: ରାତିରେ କମ ସମୟ ଶୋଉଛନ୍ତି କି ? ସାବଧାନ! ହୋଇପାରେ ମାରାତ୍ମକ ରୋଗ

author img

By

Published : May 28, 2023, 1:21 PM IST

ସ୍ଲିପ ଆପ୍ନିଆ ଏବଂ ନିଦ୍ରା ଅଭାବରୁ ମସ୍ତିଷ୍କର ବାୟୋମାର୍କର୍ ହେବାର ସମ୍ଭାବନା ଅଧିକ ଥାଏ । ଯାହା ଷ୍ଟ୍ରୋକ୍ ଏବଂ ଆଲଜାଇମର ରୋଗର ଆଶଙ୍କା ସହିତ ଜଡିତ । ଅଧିକ ପଢନ୍ତୁ

sleep apnea
sleep apnea

ହାଇଦ୍ରାବାଦ: ଆଜି କାଲି ଯୁବପିଢି ମୋବାଇଲ ନିଶାରେ ଶୋଇବା ସମୟକୁ କମ କରିଦିଅନ୍ତି । ଅନ୍ୟ କିଛି ଜଣଙ୍କୁ ସ୍ବପ୍ନ ଦୋଷ ସହ ଅନ୍ୟାନ୍ୟ ସମସ୍ୟା ରହିଥିବାରୁ ଭଲ ଭାବେ ନିଦ ହୋଇନଥାଏ । ହେଲେ ଏଭଳି ସମସ୍ୟା ଥିଲେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ହୋଇପାରେ ବଡ ସମସ୍ୟା । ଏହି କାରଣରୁ କେବଳ ମାନସିକ ରୋଗ ନୁହେଁ ବରଂ ଷ୍ଟ୍ରୋକ ଏବଂ ଆଲଜାଇମର ରୋଗ ହେବାର ସମ୍ଭାବନା ରହିଛି । ଏନେଇ ଏକ ଅଧ୍ୟୟନରୁ ଜଣାପଡିଛି । ତେବେ ମସ୍ତିଷ୍କ ପାଇଁ ନିଦ୍ରା ସମସ୍ୟା ଦେଖାଯାଉଛି ନା ନିଦ୍ରାହୀନତା ପାଇଁ ମସ୍ତିଷ୍କ ରୋଗ ଦେଖାଯାଉଛି ସେନେଇ କିନ୍ତୁ ଅଧ୍ୟୟନରେ ଏହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଦୁଇ କ୍ଷେତ୍ର ମଧ୍ୟରେ ସମ୍ବନ୍ଧ ରହିଛି ବୋଲି ସ୍ପଷ୍ଟ ହୋଇଛି ।

ମାୟୋ କ୍ଲିନିକ୍ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ, କମ ନିଦ୍ରା ଯୋଗୁଁ ହ୍ବାଇଟ ମେଟର ହାଇପରଣ୍ଟେନ୍ସିଟିର ମାତ୍ରା ବୃଦ୍ଧି ହୋଇଥାଏ । ଯାହା ଫଳରେ ମସ୍ତିଷ୍କରେ ଛୋଟ ଘା ହୋଇଥାଏ । ଏହା ସହ ସ୍ନାୟୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଯାହା କି ବୟସକୁ 3 ବର୍ଷ ବୃଦ୍ଧି ହେଲା ଭଳି କାର୍ଯ୍ୟ କରେ ।

କମ ସମୟ ଶୋଉଥିବା ବ୍ୟକ୍ତିଙ୍କ ସମସ୍ୟା ଅଧିକ ଦେଖାଯାଇଥାଏ । ଏମାନଙ୍କ କ୍ଷେତ୍ରରେ ହାଇପରଣ୍ଟେନ୍ସିଟିର ମାତ୍ରା ବୃଦ୍ଧି ହୋଇଥାଏ। ଗବେଷକମାନେ ବୟସ, ଲିଙ୍ଗ ଏବଂ ପରିସ୍ଥିତିକୁ ଉଚ୍ଚ ରକ୍ତଚାପ ଏବଂ ଉଚ୍ଚ କୋଲେଷ୍ଟ୍ରଲ ଭଳି ସମସ୍ୟା ସହ ମସ୍ତିଷ୍କରେ ପରିବର୍ତ୍ତନ ହେବାର ଆଶଙ୍କା କରିଥିଲେ । ଏହି ତଥ୍ୟ ମେଡିକାଲ ଜର୍ନାଲ୍ ନ୍ୟୁରୋଲୋଜିରେ ପ୍ରକାଶିତ ହୋଇଛି । ଏନେଇ ଆମେରିକୀୟ ଏକାଡେମୀ ଅଫ୍ ନ୍ୟୁରୋଲୋଜି ଏବଂ ମିନେସୋଟା ସ୍ଥିତ ମାୟୋ କ୍ଲିନିକର ସଦସ୍ୟ ଡିଏଗୋ ଜେ କାରଭାଲହୋ କହିଛନ୍ତି, ଏହି ବାୟୋ ମାର୍କର ଗୁଡିକର ପରିବର୍ତ୍ତନ ପ୍ରାରମ୍ଭିକ ମସ୍ତିଷ୍କ ରୋଗର ସମ୍ବେଦନଶୀଳ ସୂଚକ ଅଟେ । ଏହା ଅଳ୍ପ ଶୋଉଥିବା ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଉଥାଏ । ମସ୍ତିଷ୍କରେ ହେଉଥିବା ସମସ୍ୟାକୁ ନେଇ କୌଣସି ଚିକିତ୍ସା ବାହାରି ନାହିଁ । ତେଣୁ ଏଭଳି ସ୍ଥଳରେ ଆବଶ୍ୟକ ଅନୁସାରେ ଶୋଇବା ଆବଶ୍ୟକ।

ଏହା ମଧ୍ୟ ପଢନ୍ତୁ: International Day of Women's Health: ଜାଣନ୍ତୁ ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ

ଏହି ଅଧ୍ୟୟନରେ ହାରାହାରି 73 ବର୍ଷ ବୟସରେ ଅବଷ୍ଟ୍ରକ୍ଟିଭ୍ ଶୋଇବା ଆପ୍ନିଆ ଥିବା 140 ଜଣ ବ୍ୟକ୍ତି ସାମିଲ ହୋଇଥିଲେ, ଯେଉଁମାନେ ମସ୍ତିଷ୍କ ସ୍କାନ କରାଯିବା ସହ ସ୍ଲିପ ଲ୍ୟାବରେ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନ ଆରମ୍ଭରେ ଅଂଶଗ୍ରହଣକାରୀମାନଙ୍କର ଜ୍ଞାନଗତ ସମସ୍ୟା ନଥିଲା ଏବଂ ଅଧ୍ୟୟନ ଶେଷ ହେବା ପର୍ଯ୍ୟନ୍ତ ଡିମେନ୍ସିଆର ବିକାଶ ହୋଇନଥିଲା । ତେବେ ପରିଶେଷରେ ଗବେଷଣା ସରିବା ପରେ ସମୁଦାୟ 34 ପ୍ରତିଶତ ମୃଦୁ, 32 ପ୍ରତିଶତ ମଧ୍ୟମ ଏବଂ ଅବଶିଷ୍ଟ 34 ପ୍ରତିଶତ ଆପ୍ନିଆରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା । ତେବେ କମ ଶୋଉଥିବା ବ୍ୟକ୍ତିଙ୍କୁ ମସ୍ତିଷ୍କ ରୋଗ ସହ ଷ୍ଟ୍ରୋକ ଭଳି ସମସ୍ୟା ହେବା ନେଇ ଅନୁସନ୍ଧାନରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.