ଓଡିଶା

odisha

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ମାଡ ମାମଲା, ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ରିପୋର୍ଟ ତଲବ

By

Published : Sep 22, 2022, 10:38 PM IST

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ମାଡ଼, ପ୍ରେସ୍‌ କାଉନ୍ସି୍‌ଲ ଅଫ୍‌ ଇଣ୍ଡିଆର ରିପୋର୍ଟ ତଲବ
ନବରଙ୍ଗପୁରରେ ସାମ୍ବାଦିକଙ୍କୁ ମାଡ଼, ପ୍ରେସ୍‌ କାଉନ୍ସି୍‌ଲ ଅଫ୍‌ ଇଣ୍ଡିଆର ରିପୋର୍ଟ ତଲବ ()

ସାମ୍ବାଦିକଙ୍କୁ ପୋଲିସ୍‌ର ମାଡ଼ ମାମଲାରେ ରିପୋର୍ଟ ତଲବ କରିଛି ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ । ଏହି ଘଟଣା ବାବଦରେ ବିସ୍ତୃତ ରିପୋର୍ଟ ମଗାଯାଇଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ:ନବରଙ୍ଗପୁରରେ ସାମ୍ବାଦିକଙ୍କୁ ପୋଲିସ୍‌ର ମାଡ଼ ମାମଲାରେ ରିପୋର୍ଟ ତଲବ କରିଛି ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) । ନିଜ ଆଡୁ ଘଟଣା ନେଇ ଅବଗତ ହେବା ସହିତ ଏହି ଘଟଣା ବାବଦରେ ବିସ୍ତୃତ ରିପୋର୍ଟ ମଗାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଅତିରିକ୍ତ ଏସ୍‌ପି ଜୟ କୃଷ୍ଣ ବେହେରା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସାମ୍ବାଦିକ ।

ବରଗଡ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ପାପଡାହାଣ୍ଡି ଅଞ୍ଚଳର ଜଣେ ଯୁବକଙ୍କ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ପ୍ରାୟ ୪୦ ଦିନ ହେବ ଉଭୟ ଫେରାର ଥିବା ବେଳେ ପରିବାର ପକ୍ଷରୁ ଭିନ୍ନ ଭିନ୍ନ ଥାନାରେ ଏତଲା ଦେଇଥିଲେ । ଅଗଷ୍ଟ ୧୩ରେ ଉଭୟ ନବରଙ୍ଗପୁର ଏସପିଙ୍କ ନିକଟରେ ପହଞ୍ଚି ସ୍ୱଇଚ୍ଛାରେ ମିଶି ରହୁଥିବା କଥା କହିଥିଲେ । ମହିଳା ଜଣକ ନିଜ ପ୍ରେମିକଙ୍କ ସହ ରହୁଥିଲେ ।

ଏହା ବି ପଢ଼ନ୍ତୁସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି, ଥାନା ଆଗରେ ଧାରଣା

ତେବେ ସେପ୍ଟେମ୍ବର ୧୪ ତାରିଖରେ ମହିଳା ଜଣକ ଏକାକୀ ଥିବା ବେଳେ ତାଙ୍କର କିଛି ସମ୍ପର୍କୀୟ ଆସି ତାଙ୍କୁ ଜୋରଜବରଦସ୍ତ ଘରୁ ନେଇଯାଇଥିଲେ । ଖବର ପାଇ ଯୁବକଙ୍କ ପରିବାର ଲୋକ ଥାନାରେ ଖବର ଦେବା ପରେ ଉକ୍ତ ମହିଳାଙ୍କୁ ମଇଦଲପୁର ଫାଣ୍ଡି ପୋଲିସ ଉଦ୍ଧାର କରିଥିଲା । ଯୁବକଙ୍କ ପରିବାର ମହିଳାଙ୍କୁ ନିଜକୁ ଘରକୁ ନେବା ପାଇଁ ଜିଦ୍‌ ଧରିଥିଲେ । ଉକ୍ତ ମହିଳା ବି ପୁଅର ଘରକୁ ଯିବା ପାଇଁ ରାଜି ହୋଇଥିଲେ । ପରେ ଏଏସପି ଜୟ କୃଷ୍ଣ ବେହେରା ପହଞ୍ଚି ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା ।

ଏହି ଖବର ସଂଗ୍ରହ ପାଇଁ ପାପଡାହାଣ୍ଡିର କିଛି ଗଣମାଧ୍ୟମର ପ୍ରତିନିଧି ଯାଇଥିବା ବେଳେ ଏଏସପି ଗଣମାଧ୍ୟମ ପ୍ରତିନିଧି ସୁମିତ ଘଣ୍ଟ, ପ୍ରବୀଣ ଶତନାମୀ ଓ ଓମପ୍ରକାଶ କରମଚାନ୍ଦ ଦାସଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ । ସାମ୍ବାଦିକ ବୋଲି ପରିଚୟ ଦେବା ପରେ ବି ସେ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ ସ୍ବରୂପ ଧାରଣା ଦିଆଯାଇଥିଲା ।

ABOUT THE AUTHOR

...view details