ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି, ଥାନା ଆଗରେ ଧାରଣା

author img

By

Published : Sep 15, 2022, 7:34 AM IST

ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି, ଥାନା ଆଗରେ ଧାରଣା

ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି । ପ୍ରତିବାଦରେ ଥାନା ଆଗରେ ଧାରଣା ଦେଲେ ସାମ୍ବାଦିକ । ଅଧିକ ପଢନ୍ତୁ

ନବରଙ୍ଗପୁର: ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି(ASP) । ପ୍ରତିବାଦରେ ଥାନା ଆଗରେ ଧାରଣାରେ ଦେଲେ ସାମ୍ବାଦିକ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ । ପାପଡାହାଣ୍ଡି ଥାନାର ଅତିରିକ୍ତ ଏସପି ଜୟ କୃଷ୍ଣ ବେହେରା ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ସାମ୍ବାଦିକ ।

ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି, ଥାନା ଆଗରେ ଧାରଣା

ମିଳିଥିବା ସୂଚନା ଅନୁଯାୟୀ ବରଗଡ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ପାପଡାହାଣ୍ଡି ଅଞ୍ଚଳର ଜଣେ ଯୁବକଙ୍କ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ପ୍ରାୟ ୪୦ ଦିନ ହେବ ଉଭୟ ଫେରାର ଥିବା ବେଳେ ପରିବାର ଭିନ୍ନ ଭିନ୍ନ ଥାନାରେ ଏତଲା ଦେଇଥିଲେ । ଉଭୟ ପ୍ରେମୀଯୁଗଳ ଗତ ଅଗଷ୍ଟ ୧୩ରେ ନବରଙ୍ଗପୁର ଏସପିଙ୍କ ନିକଟରେ ଉଭୟ ପହଞ୍ଚି ସହମତି ଜଣାଇଥିଲେ । ପରେ SDPOଙ୍କ ନିକଟରେ ମହିଳା ସହମତି ଜଣାଇ ପାପଡାହାଣ୍ଡିର ଉକ୍ତ ପୁଅ ଘରେ ରହୁଥିଲେ ।

ଏହା ମଧ୍ୟ ପଢନ୍ତୁ-ଆକ୍ସନ ମୁଡରେ ସମବାୟ ମନ୍ତ୍ରୀ

ତେବେ ବୁଧବାର ମହିଳା ଜଣକ ଘରେ ଏକାକୀ ଥିବା ସମୟରେ ତାଙ୍କର କିଛି ସମ୍ପର୍କୀୟ ଆସି ତାଙ୍କୁ ଜୋରଜବରଦସ୍ତ ଟଣା ଓଟରା କରି ଘରୁ ନେଇଯାଇଥିଲେ । ଖବର ପାଇ ପରିବାର ଲୋକ ଥାନାରେ ଖବର ଦେବା ପରେ ଉକ୍ତ ମହିଳାଙ୍କୁ ମଇଦଲପୁର ଫାଣ୍ଡିରେ ଉଦ୍ଧାର କରାଯାଇଥିଲା । ପରିସ୍ଥିତି ଦେଖି ମହିଳାଙ୍କ ପରିବାର ଫାଣ୍ଡିରୁ ଚମ୍ପଟ ମାରିଥିବା ବେଳେ ମହିଳା ଜଣଙ୍କୁ ପାପଡାହାଣ୍ଡି ଥାନାକୁ ଅଣାଯାଇଥିଲା । ଏହି ସମୟରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ପୁଅଙ୍କ ପରିବାର ମହିଳାଙ୍କୁ ନିଜକୁ ଘରକୁ ନେବା ପାଇଁ ଜିଦ ଧରିଥିଲେ । ଉକ୍ତ ମହିଳା ବି ପୁଅର ଘରକୁ ଯିବା ପାଇଁ ରାଜି ହୋଇଥିଲେ। ପରେ ଏଏସପି ଜୟ କୃଷ୍ଣ ବେହେରା ପହଞ୍ଚି ମହିଳାଙ୍କୁ ବଳପୂର୍ବକ ଟଣାଓଟରା କରି ନେଇଥିବାର ଅଭିଯୋଗ ହୋଇଛି ।

ଉକ୍ତ ମହିଳାଙ୍କୁ ପୋଲିସ ଗାଡ଼ିରେ ବଳପୂର୍ବକ ନେବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଉକ୍ତ ମହିଳାଙ୍କୁ ନେବା ସମୟରେ ପାପଡାହାଣ୍ଡିର କିଛି ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଏଏସପି ଗଣମାଧ୍ୟମ ପ୍ରତିନିଧି ସୁମିତ ଘଣ୍ଟ, ପ୍ରବୀଣ ଶତନାମୀ ଓ ଓମପ୍ରକାଶ କରମଚାନ୍ଦ ଦାସଙ୍କୁ ବାଡ଼ିରେ ଆକ୍ରମଣ କରିଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି । ସାମ୍ବାଦିକ ପରିଚୟ ଦେବା ପରେ ବି ସେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ହୋଇଥିବା ଖବର ପାଇ ଓୟୁଜେ ଜିଲ୍ଲା ସଭାପତି ସୁଶାନ୍ତ ବେହେରାଙ୍କ ସହ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧୀ ମାନେ ଧାରଣା ଦେଇ ଥାନା ଆଗରେ ବସିଥିଲେ । ଖବର ପାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ଥାନାରେ ପହଞ୍ଚି ସାମ୍ବାଦିକଙ୍କ ଧାରଣାରେ ସାମିଲ ହୋଇଥିଲେ। ପୋଲିସ ଜୁଲମ ଅଭିଯୋଗ କରି ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.