ETV Bharat / state

ନିର୍ବାଚନ ବେଳେ ଟଙ୍କା ଓ ଗିଫ୍ଟ ଉପରେ ନଜର, ଭୁବନେଶ୍ୱରରୁ ମିଳିଲାଣି ସାଢେ ଚାରି‌ ଲକ୍ଷ ଟଙ୍କା - HUGE AMOUNT OF CASH SEIZED

author img

By ETV Bharat Odisha Team

Published : May 3, 2024, 8:55 PM IST

ନିର୍ବାଚନ ବେଳେ ଟଙ୍କା ଓ ଗିଫ୍ଟ ଉପରେ ନଜର, ଭୁବନେଶ୍ୱରରୁ ମିଳିଲାଣି ସାଢେ ଚାରି‌ ଲକ୍ଷ ଟଙ୍କା
ନିର୍ବାଚନ ବେଳେ ଟଙ୍କା ଓ ଗିଫ୍ଟ ଉପରେ ନଜର, ଭୁବନେଶ୍ୱରରୁ ମିଳିଲାଣି ସାଢେ ଚାରି‌ ଲକ୍ଷ ଟଙ୍କା (ETV BHARAT ODISHA)

HUGE AMOUNT OF CASH SEIZED: ନିର୍ବାଚନ ପୂର୍ବରୁ ରଜଧାନୀରୁ ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା । ଏତେ ପରିମାଣର ଟଙ୍କା କେଉଁଠୁ ଆସୁଛି ? କ'ଣ ପାଇଁ ନିଆଯାଉଛି ? ଏନେଇ ମିଳୁନାହିଁ ସନ୍ତୋଷଜନକ ଉତ୍ତର । ଅଧିକ ପଢନ୍ତୁ

ନିର୍ବାଚନ ବେଳେ ଟଙ୍କା ଓ ଗିଫ୍ଟ ଉପରେ ନଜର, ଭୁବନେଶ୍ୱରରୁ ମିଳିଲାଣି ସାଢେ ଚାରି‌ ଲକ୍ଷ ଟଙ୍କା (ETV BHARAT ODISHA)

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ କାରରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା । ରଜଧାନୀର ନନ୍ଦନକାନନ ଥାନା ଅଞ୍ଚଳରୁ କାରରୁ ମିଳିଲା ବିପୁଳ ଟଙ୍କା । ଗତ (ଗୁରୁବାର) ରାତିରେ ଚେକିଂ ବେଳେ ବାରଙ୍ଗ ରାସ୍ତାରେ ଆଶୀର୍ବାଦ‌ ଗାର୍ଡେନ‌ ପାଖରେ ଜବତ ହୋଇଥିଲା ଟଙ୍କା ।ଏକ କଳା ରଙ୍ଗର କାରକୁ ଚେକିଂ ବେଳେ ଅଟକାଇଥିଲେ ପୋଲିସ । ଚେକିଂ ସମୟରେ ଉକ୍ତ କାରରୁ ୨ଲକ୍ଷ ୫ହଜାର‌ ଟଙ୍କା ଜବତ କରିଥିଲା ଷ୍ଟାଟିକ ସର୍ଭିଲାନସ ଟିମ୍ ଓ ପୋଲିସ । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ,କାହିଁକି ନିଆଯାଉଥିଲା ।ଏନେଇ ପଚରାଉଚରା କରିଥିଲା ପୋଲିସ । ହେଲେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଜବତ ଟଙ୍କା ଖୋର୍ଦ୍ଧା ଏଡିଏମଙ୍କୁ ହସ୍ତାନ୍ତର‌ କରାଯାଇଛି ।

ଏନେଇ ପୋଲିସ କମିଶନରଙ୍କ ସୂଚନା‌ମୁତାକ, କାରର ମାଲିକ ହେଲେ ମନୋଜ କୁମାର‌ ଅଗ୍ରୱାଲ । ସେ କାରରେ ଟଙ୍କା ନେଇ ଯାଉଥିବା ବେଳେ ପୋଲିସର ମିଳିତ ଟିମ୍ ହାତରେ ଧରାପଡିଥିଲେ । ଯେହେତୁ ନିର୍ବାଚନ ସମୟରେ ୫୦ ହଜାର‌ ଟଙ୍କା ପର୍ଯ୍ୟନ୍ତ ନେବା ଆଣିବାର ନିୟମ ରହିଛି । ତାଠାରୁ ଅଧିକ ହେଲେ ପୋଲିସ ଏନେଇ ଯାଞ୍ଚ ସହ ଏହାର ତନାଘନା କରିବ । ସେହି ଆଧରରେ ଚେକିଂ ବେଳେ ଧରାପଡ଼ିବା ପରେ ପୋଲିସ ଟଙ୍କା ଜବତ କରିଛି । କମିସନରେଟ ପୋଲିସ ପକ୍ଷରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଷ୍ଟାଟିକ ସର୍ଭିଲାନସ ଟିମ୍ ଗଠନ କରାଯାଇଛି । ଏନେଇ ଅସ୍ଥାୟୀ ନାକା ମଧ୍ୟ ଲଗାଯାଇଛି । ଆଗାମୀ କିଛି ଦିନରେ ସ୍ଥାୟୀ ନାକା ଲଗାଯିବ । ନିର୍ବାଚନକୁ ଆଖି ଆଗରେ ରଖି ଆହୁରି ଅଧିକ ଏନଫୋର୍ସମେଣ୍ଟ ବଢାଯିବ । ଆଗାମୀ ଦିନରେ ଚେକିଂ କଡାକଡି ମଧ୍ୟ ହେବ ।

ତେବେ ଗତ ୨୮ଏପ୍ରିଲରେ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବ୍ଲକିଂଚେକିଂ ବେଳେ ଓମଫେଡ ଛକ ନିକଟରୁ ଧରାପଡ଼ିଥିଲା ଏକ ଟାଟା ହାରିୟର କାର୍ । ଏନେଇ ଚନ୍ଦକାରୁ ଜଣେ ପାଣି କମ୍ପାନୀ ବ୍ୟବସାୟୀ ସାତଶଙ୍ଖ ପୁରୀ ଯିବାବେଳେ ଗାଡିରୁ ୩ଲକ୍ଷ ୬୦ହଜାର ଟଙ୍କା ଜବତ ହୋଇଥିଲା । ତେବେ ୫୦୦ଟଙ୍କିଆ ୬୩୫ଟି ୧୦୦ଟଙ୍କିଆ ୪୧୭ ଓ ୨୦୦ ଟଙ୍କିଆ ୪ ଖଣ୍ଡ ଜବତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ.......ନିର୍ବାଚନ ପାଇଁ ଚେକିଂ ଜୋରଦାର, ଭୁବନେଶ୍ୱରରୁ ଟଙ୍କା ନେଇ ଯାଉଥିବା ଗାଡି ଜବତ - Cash Seized From A Car

ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଥିଲେ । ସେନେଇ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଫଳରେ ପୋଲିସ ଉକ୍ତ ଟଙ୍କାକୁ ଜବତ କରିଥିଲା । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଇଲେକ୍ସନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନଗଦ ଟଙ୍କା କାରବାର ଓ ଗିଫ୍ଟ ଆଇଟମ ଆଦି ଉପରେ ଅଧିକ ନଜର‌ ରଖାଯାଇଛି । ବିଶେଷ କରି ଏସବୁ ଉପରେ ଚେକିଂ କଡାକଡି ମଧ୍ୟ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.