ETV Bharat / state

ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିଲେ ବାବୁ ସିଂ - babu singh files nomination

author img

By ETV Bharat Odisha Team

Published : May 3, 2024, 7:04 PM IST

Updated : May 3, 2024, 10:17 PM IST

ମାଙ୍କନ ଭରିଲେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ
ମାଙ୍କନ ଭରିଲେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ(ETV BHARAT ODISHA)

BABU SINGH FILES NOMINATION:ନାମାଙ୍କନ ଭରିଲେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ପ୍ରଭୁ । କହିଲେ ଏଥର ଏକାମ୍ର ନିର୍ବାଚନ ମଣ୍ଡଳୀରେ ହଟିବ ଦୁର୍ନୀତି , ଅତ୍ୟାଚାର ଓ ଭ୍ରଷ୍ଟାଚାର । ଅଧିକ ପଢନ୍ତୁ

ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିଲେ ବାବୁ ସିଂ (ETV BHARAT ODISHA)

ଭୁବନେଶ୍ବର: ନାମାଙ୍କନ ଭରିଲେ ବାବୁ ସିଂ । ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଶହ ଶହ ସମର୍ଥକଙ୍କ ସହ ଆସି ଭୁବନେଶ୍ୱରର ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ନିକଟରେ ପୂଜା ଅର୍ଚ୍ଚନା ସହ ଆଜ୍ଞା ମାଳ ନେଇ ବାବୁ ସିଂ ବିରାଟ ପଟୁଆର ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି । ଭୁବନେଶ୍ୱର ସାଂସଦ ବା ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ଆଜିର ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଶହ ଶହ ସମର୍ଥକଙ୍କ ସାମିଲ ହୋଇଥିଲେ ।

ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସତ୍ତ୍ବେ ସବୁ ବର୍ଗର ଲୋକଙ୍କ ସମର୍ଥନକୁ ନେଇ ବିଜେପି ପତାକା ସହ ଗେରୁଆମୟ ହୋଇଥିଲା ରାଜଧାନୀର ରାଜରାସ୍ତା । ସେହିପରି ଜୟଶ୍ରୀ ରାମ ଜୟ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନାରାରେ ପ୍ରକମ୍ପିତ ହୋଇଥିଲା ରାଜଧାନୀ । ଆଜି ବାବୁ ସିଂ ଲିଙ୍ଗରାଜ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଗ୍ୟାରେଜ, ରବି ଟକିଜ ଛକ ଦେଇ ଏକାମ୍ର ଭୁବନେଶ୍ୱରବାସୀଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବାକୁ ପାଥେୟ କରି ଦଳୀୟ ନେତା ଓ କର୍ମୀ ସହ ଆସି ନାମାଙ୍କନ ଭରିଛନ୍ତି ।


ନାମାଙ୍କନ ଭରିବା ପରେ ପ୍ରତିକ୍ରିୟା ରଖି ବାବୁ ସିଂ କହିଛନ୍ତି ଯେ, ଚଳିତ ଥର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଦୁର୍ନୀତି, ଅତ୍ୟାଚାର,ଭ୍ରଷ୍ଟାଚାର ହଟିବ । ଦୀର୍ଘଦିନରୁ ନିର୍ବାଚନ ମଣ୍ଡଳୀରେ ଚାଲିଆସିଥିବା ଦୁର୍ନୀତି ସରକାରଙ୍କ ଭ୍ରଷ୍ଟାଚାର ଶାସନ ହଟିବ । ଜନସାଧାରଣଙ୍କ ଆଶୀର୍ବାଦ ମାଆ ମାନଙ୍କ ଆଶୀର୍ବାଦ ଓ ଯୁବକମାନଙ୍କ ଉତ୍ସାହ ସହ ଭାରତୀୟ ଜନତା ପାର୍ଟି ଚଳିତ ଥରର ନିର୍ବାଚନୀ ବୈତରଣୀ ପାର କରିବ । ନାମାଙ୍କନ ଭରିବା ପରେ ଆମେ ନିର୍ବାଚନର ପ୍ରଥମ ପାହାଚ ଅତିକ୍ରମ କରିଛୁ, ଲାଗୁଛି ଚଳିତ ବର୍ଷ ନିର୍ବାଚନ ବିଜେପି ସପକ୍ଷରେ ରହିବ ।

ଏହା ମଧ୍ୟ ପଢନ୍ତୁ ..... ଫୋକୋସରେ ଓଡ଼ିଶା ନିର୍ବାଚନ, ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ - S Jaishankar To Visit Odisha

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯାହା ସ୍ବପ୍ନ ରହିଛି ,ଭାରତ ସାରା ବିଶ୍ବରେ ଶ୍ରେଷ୍ଠ ଦେଶ ହେବ । ସେହିପରି ଓଡ଼ିଶା ରାଜ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀ ମଧ୍ୟ ଶ୍ରେଷ୍ଠ ରୂପରେ କିଭଳି ପରିଗଣିତ ହେବ । ତାହା ଆମର ଲକ୍ଷ୍ୟ ରହିଛି । ରାଜଧାନୀ ଭୁବନେଶ୍ଵର ହେଉଛି ମନ୍ଦିର ମାଳିନୀ ସହର । ଏହାକୁ ନେଇ ଆମେ ଗର୍ବିତ ଏକାମ୍ର ନିର୍ବାଚମଣ୍ଡଳୀରେ ସର୍ବାଧିକ ମନ୍ଦିର ରହିଛି । ତେଣୁ କିପରି ପ୍ରଭୁ ଶ୍ରୀଲିଙ୍ଗରାଜ ନୀତିକାନ୍ତିରେ ସମସ୍ୟା ନ ରହିବ । ଏଥିପାଇଁ ପ୍ରାଥମିକତା ପ୍ରଦାନ କରାଯିବ । ସମାଜର ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି । ଏକାମ୍ରବାସୀଙ୍କ ସହଯୋଗ ହିଁ ନିର୍ବାଚନ ବୈତରଣୀ ପାର୍ ହେବାରେ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 3, 2024, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.