ଆସିକାରେ ପ୍ରଚାର ସରଗରମ, ଲୋକଙ୍କ ନିକଟତର ହୋଇ ପ୍ରଚାର କରୁଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସରୋଜ ପାଢୀ - BJP Election Campaign In Ask

By ETV Bharat Odisha Team

Published : May 18, 2024, 7:15 AM IST

thumbnail
ଆସିକାରେ ପ୍ରଚାର ସରଗରମ (ETV Bharat Odisha)

Saroj Kumar Padhi Election Campaign In Aska: ବ୍ରହ୍ମପୁର/ଆସିକା: ରାଜ୍ୟରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟର ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନ ସମେତ ଜିଲ୍ଲାର 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ନିର୍ବାଚନ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଧିରେ ଧିରେ ଜୋର ଧରିଛି ଦଳୀୟ ପ୍ରଚାର । ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିରୁ ଚଳିତ ଥର ପ୍ରାର୍ଥୀ ହୋଇଥିବା ପୂର୍ବତନ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ପକ୍ଷରୁ ଜାରି ରହିଛି ନିର୍ବାଚନୀ ପ୍ରଚାର । ନିଜ ଦଳର କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଅଞ୍ଚଳ ବାସିନ୍ଦାଙ୍କୁ ନେଇ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତ ଓ ଆସିକା ସହରର ବିଭିନ୍ନ ୱାର୍ଡର ସାହିକୁ ସାହି ବୁଲି ଜାରି ରଖିଛନ୍ତି ପ୍ରଚାର । ପୂର୍ବରୁ ଆସିକା ନିର୍ବାଚନ ମଣ୍ଡଳୀରେ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିବା ସରୋଜ କୁମାର ପାଢୀ ଚଳିତ ଥର ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ମତଦାନ ତାରିଖ ପାଖେଇ ଆସୁଥିବାରୁ  ଜୋରଦାର ପ୍ରଚାର ଜାରି ରଖିଛନ୍ତି ସରୋଜ । ଏହି ଅବସରରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପାଢୀ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.