ETV Bharat / state

ଫୋକସରେ ଓଡ଼ିଶା ନିର୍ବାଚନ, ଆଜିଠୁ ଦୁଇଦିନିଆ ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ - S Jaishankar to visit Odisha

author img

By ETV Bharat Odisha Team

Published : May 3, 2024, 3:27 PM IST

S Jaishankar to visit Odisha
S Jaishankar to visit Odisha (etvbharat odisha)

S Jaishankar to visit Odisha: ମିଶନ ଓଡ଼ିଶା 2024 । ଆଜି (ଶନିବାର) ଓଡିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

S Jaishankar to visit Odisha (etv bharat odisha)

ଭୁବନେଶ୍ବର: ଆଜିଠୁ (ଶନିବାର) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର । ଆଖି ଆଗରେ ନିର୍ବାଚନ ରହିଥିବା ବେଳେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁରରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ରହିଛି । ଏହାସହ ଅଭିଜ୍ଞ ନେତା ଏବଂ କର୍ମୀଙ୍କ ସହ ଆଲୋଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର । ଓଡିଶା ଅସ୍ମିତା ବିପଦରେ ରହିଥିବାରୁ ଏହି ଲଢେଇ ।

ଆଜି ଆସୁଛନ୍ତି ଜୟଶଙ୍କର: ଏନେଇ ଗୋଲକ ମହାପାତ୍ର କହିଛନ୍ତି, " ଆମର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ । ଶନିବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ବିଶେଷ ବ୍ୟକ୍ତିବିଶେଷଙ୍କ ସହିତ ବୈଠକ ରହିଛି । ସାମ୍ବାଦିକ ସମ୍ମିଳନୀ ସହିତ ବିଭିନ୍ନ ଗଣମାଧ୍ୟମର ଏଡିଟର ସହିତ ସାକ୍ଷାତକାର ମଧ୍ୟ ରହିଛି । ରବିବାର କଟକରେ କିଛି କାର୍ଯ୍ୟକ୍ରମ ରହିଥିବା ବେଳେ ଏହାପରେ ସେଠାରୁ ସମ୍ବଲପୁର ଗସ୍ତ କରିବେ । ଦୁଇ ଦିନିଆ ଓଡିଶା ଗସ୍ତରେ ଏହି କାର୍ଯ୍ୟକ୍ରମ ରହିଛି । ଭାରତ ସରକାର କେଉଁ ଭଳି ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ସେନେଇ ଚର୍ଚ୍ଚା ଆଲୋଚନା କରିବେ । "

ଏହା ମଧ୍ୟ ପଢନ୍ତୁ: ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ବ୍ରହ୍ମପୁରରେ ହେବ ହାଇଭୋଲଟେଜ ପ୍ରଚାର - PM Modi Odisha Visit

5ରେ ଆସିବେ ନଡ୍ଡା: ଆସନ୍ତା ୫ ତାରିଖ ଅପରାହ୍ନ ୩ ଟାରେ ଗୋଟିଏ ଦିନ ପାଇଁ ଭୁବନେଶ୍ୱର ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହ କଟକରେ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ସମୟରେ ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ । ରାଜ୍ୟ ନିର୍ବାଚନ ରଣନୀତି ସହ ରୂପରେଖ ନେଇ ଚର୍ଚ୍ଚା ଉପରେ ଆଲୋଚନା କରିବେ । କଟକରେ ମଧ୍ୟ କାର୍ଯ୍ୟକ୍ରମ ରହିଛି । କଟକ ଠାରେ କାର୍ଯ୍ୟକର୍ତ୍ତା ବୈଠକ କରିବା ସହିତ ଗୁରୁମନ୍ତ୍ର ଦେବେ । ଏହାପରେ ଆସନ୍ତା ୬ ତାରିଖ ଦିନ ଦିଲ୍ଲୀ ଫେରିଯିବା ନେଇ କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର ।

ଓଡିଶା ଆସିବେ ମୋଦି: 6 ତାରିଖରେ ମୋଦିଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟି ଯେଉଁ ଭଳି ଭାବରେ ଗୁରୁତ୍ଵ ଦେଇଛି ଓଡ଼ିଶାରେ ଓଡ଼ିଆ ଭାଷା ଓଡ଼ିଆ ଅସ୍ମିତା ଓଡ଼ିଆ ସାହିତ୍ୟ ଓଡ଼ିଆ ସଂସ୍କୃତି ଏ ବର୍ତ୍ତମାନ ବିପଦରେ । ସେଥିପାଇଁ ଭାରତର ସମସ୍ତ ନେତା ଚିନ୍ତିତ । ତେଣୁ ସେମାନେ ଆସୁଛନ୍ତି କିଭଳି ଭାବରେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ । ଲୋକମାନେ ସେମାନଙ୍କର ହକ ପାଇବେ ସେଥିପାଇଁ ଏ ସଂଗ୍ରାମ ରହିବ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.