ETV Bharat / politics

୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ବ୍ରହ୍ମପୁରରେ ହେବ ହାଇଭୋଲଟେଜ ପ୍ରଚାର - PM Modi Odisha visit

author img

By ETV Bharat Odisha Team

Published : May 1, 2024, 1:21 PM IST

Updated : May 1, 2024, 2:20 PM IST

୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ବ୍ରହ୍ମପୁରରେ ହେବ ହାଇଭୋଲଟେଜ ପ୍ରଚାର
୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ବ୍ରହ୍ମପୁରରେ ହେବ ହାଇଭୋଲଟେଜ ପ୍ରଚାର

PM Modi to visit Odisha: ପ୍ରଚାର ପାଇଁ ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ହାଇଭୋଲଟେଜ ପ୍ରଚାରରେ କମ୍ପିବ ଦକ୍ଷିଣ ଓଡ଼ିଶା । ଅଧିକ ପଢନ୍ତୁ

୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ବ୍ରହ୍ମପୁରରେ ହେବ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଓଡ଼ିଶାରେ କରିବେ ହାଇଭୋଲଟେଜ ପ୍ରଚାର । ପ୍ରଧାନମନ୍ତ୍ରୀ ଦୁଇ ଲୋକସଭା କ୍ଷେତ୍ର ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବା ସହ ରୋଡ ସୋ' କରିବେ । ପ୍ରଥମେ ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ମଧ୍ୟାହ୍ନ ସାଢେ ୧୨ଟାରେ ନବରଙ୍ଗପୁରରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲୋକ ମହାପାତ୍ର ଆଜି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ଏହି ସମୟ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳଗୁଡିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଓଡ଼ିଶାରେ ପ୍ରଚଣ୍ଡ ଖରା ତାତିଠୁ ବଳି ଯାଉଛନ୍ତି ନିର୍ବାଚନୀ ତାତି । ଡହ ଡହ ଖରାରେ ବୁଲି ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ବିଜେଡିର ମୁଖ୍ୟ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ଏବେ ବିଜେଡିକୁ ଟକ୍କର ଦେବାକୁ ଓଡ଼ିଶା ଆସୁଛନ୍ତି ବିଜେପି ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ମେ' ୬ ତାରିଖରେ ଗୋଟିଏ ଦିନରେ ଦୁଇଟି ଲୋକସଭା କ୍ଷେତ୍ରରେ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି ।

ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ପ୍ରଚାର ଆରମ୍ଭ କରିସାରିଛନ୍ତି । ଗତ ଏପ୍ରିଲ ୨୫ ତାରିଖରେ ଶାହ ଓଡ଼ିଶା ଆସିଥିଲେ । ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ନବୀନ ସରକାର ଉପରେ ଖୁବ୍ ବର୍ଷିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁରରେ ମେ ୧୩ ତାରିଖରେ ମତଦାନ ହେବ । ଏଥିପାଇଁ ୧୧ ତାରିଖରେ ପ୍ରଚାର ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ - Lok Sabha Election 2024

ପ୍ରଚାର ପାଇଁ ଆସନ୍ତା ୬ ତାରିଖରେ ଦକ୍ଷିଣ ଓଡି଼ଶା ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁରଠାରେ ସମାବେଶ କରିବେ । ତା'ପରେ ଅପରାହ୍ନରେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଉଭୟ ସମାବେଶରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଶେଷ ପର୍ଯ୍ୟାୟ ନିର୍ବାଚନ ଭିତରେ ଓଡିଶାକୁ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :May 1, 2024, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.