ଓଡିଶା

odisha

ପରଦାରେ ଧମାଲ ମଚାଉଛି ଓଡ଼ିଆ ଚଳଚ୍ଚିତ୍ର ଚୁମ୍‌କି-ସେତ ପାଣିରେ ବୁଡିବ ନାହିଁକି

By

Published : Sep 22, 2022, 4:25 PM IST

ହଲରେ ଧମାଲ ମଚାଉଛି ଓଡ଼ିଆ ଚଳଚ୍ଚିତ୍ର ଚୁମକି, ଏକାଠି ଫିଲ୍ମ ଦେଖିଲେ କଳାକାର ଓ ଦର୍ଶକ

ବଡ ପରଦାରେ ରିଲିଜ ହୋଇଯାଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଚୁମକି । କୋରାପୁଟରେ ଏକାଠି ଫିଲ୍ମ ଦେଖିଲେ କଳାକାର ଓ ଦର୍ଶକ । ଅଧିକ ପଢନ୍ତୁ

କୋରାପୁଟ:ରିଲିଜ ହୋଇଯାଇଛି ଚଳଚ୍ଚିତ୍ର 'ଚୁମକି ସେତ ପାଣିରେ ବୁଡିବ ନାହିଁକି' । ଏକ ବାସ୍ତବ ପ୍ରେମ କାହାଣୀକୁ ନେଇ ଏହି କାହାଣୀ ପର୍ଯ୍ୟବେସିତ ହୋଇଥିବାବେଳେ, କୋରାପୁଟ ସୌନ୍ଦର୍ଯ୍ୟ ପ୍ରତିପାଦ ହୋଇଛି । ଟେଲିଭିଜନ ଜଗତରୁ ବିଶେଷ ସଫଳତା ପାଇଥିବା ଅଭିନେତ୍ରୀ ଉପାସନା ପ୍ରଥମ କରି ବଡ ପରଦାରେ ଅଭିନୟର ଯାଦୁ ଦେଖାଇଛନ୍ତି । ଅନ୍ୟପଟେ ଉପାସନାଙ୍କ ବିପକ୍ଷରେ ଶ୍ରେୟାନ ଅଭିନୟ କରିଛନ୍ତି । ଫିଲ୍ମ ଫ୍ରାଇଡେ'ରେ ଏକା ଥରକେ ୩୭ଟି ହଲ୍‌ରେ ରିଲିଜ ହୋଇଥିଲା ।

ପରଦାରେ ଧମାଲ ମଚାଉଛି ଓଡ଼ିଆ ଚଳଚ୍ଚିତ୍ର ଚୁମକି, ଏକାଠି ଫିଲ୍ମ ଦେଖିଲେ କଳାକାର ଓ ଦର୍ଶକ

ଏହି ଚଳଚ୍ଚିତ୍ରରେ କୋରାପୁଟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସ୍ଥାନିତ କରିବାସହ ଏଠାକାର ଆଦିବାସୀ ଜନଜୀବନକୁ ଉପସ୍ଥାପନ କରାଯାଇ ପାରିଥିବା ଯୋଗୁଁ ଏହା ଅଧିକ ଜନାଦୃତ ହୋଇପାରିଥିବା ନିର୍ଦ୍ଦେଶକ ଗିରିଶ ମହାନ୍ତି କହିଛନ୍ତି । କୋରାପୁଟ କଳାକାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ କୋରାପୁଟ, ରାୟଗଡ଼ା ଓ ଜୟପୁର ଭଳି ସହରର ହଲ ଗୁଡିକରେ ଦର୍ଶକଙ୍କ ଭିଡ ଜମୁଛି ।

ଏହା ମଧ୍ୟ ପଢନ୍ତୁ-ବଡ ପରଦାରେ କମାଲ କରୁଛି ଓଡ଼ିଆ ଚଳଚ୍ଚିତ୍ର ଚୁମକି

ସେହିପରି ଏହି ଚଳଚ୍ଚିତ୍ରର ପ୍ରମୁଖ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକ ରାୟଗଡ଼ା ଓ କୋରାପୁଟରେ ନଗର ପରିକ୍ରମା କରି ଦର୍ଶକଙ୍କ ସହିତ କୋରାପୁଟ ସ୍ଥିତ ହଲ୍‌ରେ ଏକାଠି ବସି ଚଳଚ୍ଚିତ୍ର ଦେଖିଛନ୍ତି । କଳାକାରଙ୍କ ସହ ପ୍ରଥମ କରି ଦର୍ଶକ ଫିଲ୍ମ ଦେଖିବାର ସୁଯୋଗ ପାଇବାରେ ବେଶ ଖୁସି ଅଛନ୍ତି । ଏହି ଚଳଚ୍ଚିତ୍ରରେ ହିରୋଇନ୍ ଭୂମିକାରେ ଅଭିନୟ କରିଥିବା କୋରାପୁଟର ଝିଅ ଉପାସନାଙ୍କ ପାଇଁ ତାଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସୋପାନ ବୋଲି ସେ କହିଛନ୍ତି ।

ଏହି ଚଳଚ୍ଚିତ୍ରଟି କୋରାପୁଟ ଅଞ୍ଚଳର ସଂସ୍କୃତି ଓ ପର୍ଯ୍ୟଟନର ଏକ ବାର୍ତ୍ତାବହ ହୋଇପାରିଥିବା କହିଛନ୍ତି ବିଶିଷ୍ଟ କବି ପ୍ରୀତିଧାରା ସାମଲ । ସେପ୍ଟମ୍ବର ୧୬ରେ ପ୍ରେଖ୍ୟାଳୟରେ ରିଲିଜ ହୋଇଥିଲା ଚଳଚ୍ଚିତ୍ର 'ଚୁମୁକି ସେ ତ ପାଣିରେ ବୁଡିବ ନାହିଁକି' । ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ କୋରାପୁଟର ସଂସ୍କୃତି, ପରିବେଶ ଉପରେ ଫିଲ୍ମଟି ନିର୍ମିତ ହୋଇଛି ।

ଚଳଚ୍ଚିତ୍ରରେ ଉଦିତ ନାରାୟଣ ଓ କୁମାର ସାନୁ କଣ୍ଠଦାନ କରିଥିବାବେଳେ, ଓଡିଶା ଫିଲ୍ମ ଜଗତର ବହୁ ଆଗଧାଡିର କଳାକାର କଣ୍ଠଦାନ କରିଛନ୍ତି । ଏହି ଫିଲ୍ମ ଦେଖିବା ପରେ ଦର୍ଶକ ମଧ୍ୟ ବେଶ ପ୍ରଶଂସା କରିଛନ୍ତି, ବିଶେଷକରି କୋରାପୁଟବାସୀ ନିଜ ଅଞ୍ଚଳକୁ ବଡ ପରଦାରେ ଦେଖି ଖୁସି ଅନୁଭବ କରିଛନ୍ତି । ଚଳଚ୍ଚିତ୍ରରେ ଅଭିନେତା ସ୍ୱରାଜ, ଭୂମିକା ଓ ସାୟଲଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details