ବଡ ପରଦାରେ କମାଲ କରୁଛି ଓଡ଼ିଆ ଚଳଚ୍ଚିତ୍ର ଚୁମକି

author img

By

Published : Sep 18, 2022, 6:35 PM IST

ପରଦାକୁ ଆସିଲା ଫିଲ୍ମ ଚୁମକି, ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଉପାସନା

ପରଦାକୁ ଆସିଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚୁମକି, ସେତ ପାଣିରେ ବୁଡିବ ନାହିଁକି । ଭୁବନେଶ୍ୱର ସ୍ଥିତ ସ୍ତୁତି ହଲରେ ଏହାର ପ୍ରିମିୟର ହୋଇଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପରଦାକୁ ଆସିିଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚୁମକି ସେତ ପାଣିରେ ବୁଡିବ ନାହିଁକି । ଭୁବନେଶ୍ୱର ସ୍ଥିତ ସ୍ତୁତି ହଲରେ ଏହାର ପ୍ରିମିୟର ହୋଇଯାଇଛି । ଏକ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଚୁମକି ଟିମ୍‌ର ଫ୍ୟାନମାନେ ଅଭିନେତା ଓ ଅଭିନେତ୍ରୀ ଏବଂ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଏକ ବାସ୍ତବ ପ୍ରେମ କାହାଣୀକୁ ନେଇ ଏହି କାହାଣୀ ପର୍ଯ୍ୟବେସିତ ହୋଇଛି ।

ପରଦାକୁ ଆସିଲା ଫିଲ୍ମ ଚୁମକି

ଟେଲିଭିଜନ ଜଗତରୁ ବିଶେଷ ସଫଳତା ପାଇଥିବା ଅଭିନେତ୍ରୀ ଉପାସନା ପ୍ରଥମ କରି ବଡ ପରଦାରେ ଅଭିନୟର ଯାଦୁ ଦେଖାଇଛନ୍ତି । ଅନ୍ୟ ପଟେ ଉପାସନାଙ୍କ ବିପକ୍ଷରେ ସେଲଫିସ ଦିଲ ଫେମ୍‌ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟପଟେ ଚଳଚ୍ଚିତ୍ରରେ ଅଭିନେତା ସ୍ୱରାଜ, ଭୂମିକା ଓ ସାୟଲଙ୍କୁ ଅତିଥି କଳାକାର ଭାବେ ଦେଖିବେ ଦର୍ଶକ ।
ଫିଲ୍ମ ଫ୍ରାଇଡେ'ରେ ଏକା ଥରକେ ୩୭ଟି ହଲରେ ଏହି ଫିଲ୍ମ ପରଦାକୁ ଆସିଛି ।

ଚଳଚ୍ଚିତ୍ରଟି ଏକ ହାଇ ବଜେଟ ଫୁଲ ଲେନ୍ଥ ଫିଚର ଫିଲ୍ମ । ଭଦ୍ର ମୋହନ ଷ୍ଟୁଡିଓ ନିବେଦିତ ଓ ଉପହାର ଭଦ୍ର ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ସମ୍ଭାଳିଛନ୍ତି ବରିଷ୍ଠ କୋରିଓଗ୍ରାଫର ଗିରିଶ ମହାନ୍ତି । ଏହାର ସଂଗୀତ ନିର୍ଦେଶନା ଦେଇଛନ୍ତି ମେଲୋଡି ମେକର ବିଭୁତି ଗଡ଼ନାୟକ । ଏହି ଫିଲ୍ମରେ ୬ ଟି ଗୀତ ରହିଛି । ଏହି ଚଳଚ୍ଚିତ୍ର ଦେଖିଲା ପରେ ଓଡ଼ିଆ ଦର୍ଶକ ବେଶ୍‌ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.