ETV Bharat / state

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍ - Police Arrested Robbers Gang

author img

By ETV Bharat Odisha Team

Published : Apr 30, 2024, 7:11 AM IST

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍
ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍

Police Arrest Robbers: ବାଦାମବାଡି ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ଼ ମିଳିତ ଭାବେ ନକଲି ପୋଲିସ ସାଜି ଲୁଟ କରୁଥିବା ଗ୍ୟାଙ୍ଗର ପର୍ଦାଫାସ କରିଛନ୍ତି । ନିର୍ବାଚନ ପାଇଁ ପୋଲିସ ଚେକିଂର ବାହାନା କରି ଲୋକଙ୍କ ଠାରୁ ଟଙ୍କା ଓ ସୁନା କରୁଥିଲେ ଲୁଟ । ଅଧିକ ପଢନ୍ତୁ

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍

କଟକ: ପୋଲିସ ଚେକିଂର ବାହାନା କରି ଲୁଟୁଥିବା ୩ ଅଭିଯୁକ୍ତ ଗିରଫ । କଟକ କମିଶନରେଟ ପୁଲିସ ଦ୍ବାରା ଧରପଡିଲେ ନକଲି ପୋଲିସ ଗ୍ୟାଙ୍ଗ । ବାଦାମବାଡି ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ଼ର ମିଳିତ ଉଦ୍ୟମରେ ଲୁଟେରାମାନଙ୍କୁ ଧରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୧୯ ତାରିଖରେ କଟକ ଶଙ୍କରପୁର ଅଞ୍ଚଳରେ ରହି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗର ଶିବୁ ବିଶ୍ୱାସଙ୍କୁ ପିଠାପୁର ଅଞ୍ଚଳରେ ୩ ଜଣ ଯୁବକ ଏକ ବାଇକରେ ଆସି ପୋଲିସର ପରିଚୟ ଦେଇଥିଲେ । ନିର୍ବାଚନ ପାଇଁ ଚେକିଂ କରାଯାଉଛି କହି ସେମାନେ ବ୍ୟବସାୟୀଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ସେଥିରେ ଥିବା ନଗଦ ୩୦ ହଜାର ଟଙ୍କା ନେଇ ସେଠୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ବାଦାମବାଡ଼ି ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ... କଟକରୁ 5 ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ସହ ବାଇକ ଜବତ - Robbers Gang Arrested

ଗିରଫ ହୋଇଥିବା ଅଭିଯୁକ୍ତମାନେ ବାହାର ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଅନ୍ୟ ଜଣକ ମଧ୍ୟପ୍ରଦେଶର ନିବାସୀ ଅଟନ୍ତି । ପୁର୍ବରୁ କମିଶନର ନେଟ ପୁଲିସର ବିଭିନ୍ନ ଥାନାରେ ୧୪ ଟି ମାମଲା ରହିଥିବା ନେଇ ଜୋନ ୬ ଏସିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେମାନେ ରାସ୍ତାରେ ଲୋକଙ୍କୁ ଅଟକାଇ ଆଗରେ ନିର୍ବାଚନ ପାଇଁ ପୋଲିସ ଓ ସିଆଇଡି ଚେକିଂ ହେଉଥିବା ମିଛ ବାହାନା କରି ଲୋକଙ୍କ ଠାରୁ ସୁନା ଟଙ୍କା ଲୁଟ କରୁଥିଲେ । ତେବେ ସେମାନଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ଜବତ କରାଯିବା ସହିତ ୨ ଟି ବାହାର ରାଜ୍ୟର ଟାମ୍ପରିଙ୍ଗ ବାଇକ ଜବତ କରାଯାଇଛି । ଏହା ସହ ୩ ଟି ଫୋନ ମଧ୍ୟ ଜବତ କରାଯାଇଛି ।

ପୂର୍ବରୁ ବାଦାମବାଡ଼ି, ଦୋଳମୁଣ୍ଡେଇ, ମାଲଗୋଦାମରେ ପୋଲିସ ନାଁ କହି ଲୁଟ କରିଥିଲେ ଦୁର୍ବୁତ୍ତ। ଏହି ଘଟଣାରେ କିଛି ଦିନ ପୂର୍ବେ ଦୁଇ ଦୁର୍ବୁତ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । କିନ୍ତୁ ଗିରଫ ପରେ ମଧ୍ୟ ଏଭଳି ଘଟଣା ଘଟିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଲୁଟେରା ଗ୍ୟାଙ୍ଗ ସହିତ ବାହାର ରାଜ୍ୟର ଲିଙ୍କ ଥିବାରୁ ପୋଲିସ ସମସ୍ତ ଦିଗକୁ ତଦନ୍ତ ପରିସର ଭୁକ୍ତ କରିବା ସହିତ ୩ ମୋବାଇଲକୁ ଫରେନସିକ ଯାଞ୍ଚ ପାଇଁ ପଠାଇବ ବୋଲି ଏସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.