ETV Bharat / state

ଚେକ୍ ନକଲ କରି ଟଙ୍କା ଠକେଇ ରାକେଟ୍, ନକ୍ସଲ ଅଞ୍ଚଳରୁ ଠକକୁ ଗିରଫ କଲା EOW - Cheque Cloning

author img

By ETV Bharat Odisha Team

Published : Apr 30, 2024, 7:06 AM IST

Cheque Cloning
Cheque Cloning

Cheque Cloning: ସାମ୍ନାକୁ ଆସିଲା ଚେକ୍ କ୍ଲୋନିଂ ରାକେଟର କାରସାଦି। ନକ୍ସଲ ପ୍ରବଣ ଅଞ୍ଚଳରେ ଲୁଚି ରହିଥିବାବେଳେ ଠକକୁ ଗିରଫ କରିଛି EOW । ଅଧିକ ପଢନ୍ତୁ

Cheque Cloning

ଭୁବନେଶ୍ବର: ଦେଶରେ ଠକେଇର ବଡ଼ ରାକେଟ୍। ଚେକ୍ ନକଲ କରି ବ୍ୟାଙ୍କରୁ କାଢିନେଉଛନ୍ତି ଟଙ୍କା। ସାମ୍ନାକୁ ଆସିଲା ଚେକ୍ କ୍ଲୋନିଂ ରାକେଟର କାରସାଦି। ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାପରିଷଦଙ୍କ ଆକାଉଣ୍ଟରୁ ସାଢେ ୯ କୋଟି ଠକେଇ ମାମଲାରେ ମଧ୍ୟପ୍ରଦେଶରୁ ଜଣେ ଠକକୁ ଗିରଫ କରିଛି ଇଓଡବ୍ଲୁ । ଅଭିଯୁକ୍ତ ଜଣଙ୍କ ନାଁ ପୋମେଶ ତାମ୍ବେରେ ଓ ସେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ଜଣାପଡିଛି। ସେ ନକ୍ସଲ ଇଲାକାରେ ଲୁଚିଥିବାବେଳେ ଇଓଡବ୍ଲୁ ଗିରଫ କରି ଓପିଆଇଡି କୋର୍ଟକୁ ଚାଲାଣ କରିଛି।

Cheque Cloning
Cheque Cloning
ଇଓଡବ୍ଲୁ ଏସପି ଦିଲ୍ଲିପ ତ୍ରିପାଠୀଙ୍କ ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ପରିଷଦଙ୍କ ଦସ୍ତଖତରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟର ୪ଟି ଚେକ ଜରିଆରେ ଟଙ୍କା ଉଠିଥିଲା । ମୟୂରଭଞ୍ଜ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚରୁ ୯କୋଟି ୫୬ଲକ୍ଷ ୭୬ ହଜାର ୬୦୦ ଟଙ୍କା ବେଆଇନ ଉଠାଣ ନେଇ ଅଭିଯୋଗ ରହିଥଲା । ଯାହାର ତନାଘନା ବେଳେ ୪ଟି ଚେକରେ ଉଠାଯାଇଥିବା ଟଙ୍କା ଅସଲରେ ଅସଲି ଚେକ୍ ନୁହେଁ ବରଂ ନକଲି ଅବିକଳ ଚେକ୍ ବୋଲି ଜଣାପଡିଥିଲା। ପି ଟି କନଷ୍ଟ୍ରକ୍ସନ ସପ୍ଲାୟର ଓ ଏସକେ ଏଣ୍ଟରପ୍ରାଇଜର୍ସ ନାଁରେ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି । ଏନେଇ ଆର୍ଥିକ କାରବାର ତଦନ୍ତ ବେଳେ ପି ଟି କନଷ୍ଟ୍ରକ୍ସନ ର ମାଲିକ ଯାହାକୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ମଧ୍ୟପ୍ରଦେଶର ବାଳଘାଟ ଅଞ୍ଚଳର ବଙ୍ଗାଳି ତୋଳାର ଅଭିଯୁକ୍ତ ନକ୍ସଲ ପ୍ରବଳ ଅଞ୍ଚଳରେ ଲୁଚିଥିବାବେଳେ ତାକୁ ଗିରଫ କରିଛି ଇଓଡବ୍ଲୁ । ସ୍ଥାନୀୟ ପୋଲିସ ଓ ସେଣ୍ଟ୍ରାଲ ଫୋର୍ସ ସହାୟତାରେ‌ ଗିରଫ କରି ଟ୍ରାନଜିଟ ରିମାଣ୍ଡ ଅଣାଯାଇଥିଲା ।
Cheque Cloning
Cheque Cloning

ଏହା ବି ପଢନ୍ତୁ...ନିଯୁକ୍ତି ଆଳରେ ସାଇବର ଠକେଇ, ଆକାଉଣ୍ଟ ଜାଲିଆତି କରି ୩ ଠକ ଗିରଫ - Online Job Fraud Racket


ଗିରଫ ପରେ ତାକୁ ବାରିପଦା ଓପିଆଇଡି କୋର୍ଟରେ ହାଜର କରାଯାଇଛି। ତେବେ ଇଓଡବ୍ଲୁ ଏସପି କହିଛନ୍ତି, "ସେମାନେ ଏକ ରାକେଟ ଚଳାଉଛନ୍ତି। ପ୍ରତିପତିଶାଳୀଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଏମାନେ ଟାର୍ଗେଟ କରୁଛନ୍ତି। ପରେ ଏକ ନକଲି ଚେକ୍ ତିଆରି କରି ଠକେଇ କରୁଛନ୍ତି । ଏହିପରିଭାବେ ଛତିଶଗଡ,ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡି଼ଶାରେ ଦୀର୍ଘ ୪ବର୍ଷ ଧରି ଏଭଳି ବଡ଼ ବଡ଼ ଆକାଉଣ୍ଟରେ ଥିବା ଟଙ୍କାକୁ ବିଭିନ୍ନ ନକଲି ଚେକ୍ ଜରିଆରେ ନେଇ ଅନ୍ୟ ଆକାଉଣ୍ଟକୁ ଟ୍ରାନସ୍ଫର କରିଥିବା ଜଣାପଡ଼ିଛି । ତଦନ୍ତବେଳେ EOW ଏହି ନେଟୱାର୍କ ବିଷୟରେ ଜାଣିବା ପରେ ଏହା କିଭଳି ଅପରେଟ ହେଉଛି ଜାଣିବା ପାଇଁ ଚେଷ୍ଟା ଜାରି ରଖିଛି। ଏନେଇ ୧୩ଲକ୍ଷ ୫୬ହଜାର ୯୪୮ଟଙ୍କା ଫ୍ରିଜ କରାଯାଇଥିବାବେଳ ୩୩ଟି ଆକାଉଣ୍ଟ ମଧ୍ୟ ସିଜ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.