ETV Bharat / state

ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟ, ୪ ରାଜ୍ୟରେ ଠାବ ହେଲେ ରାହୁଲର ୪ ସହଯୋଗୀ - GANJA SMUGGLING MUMBAI LINK

author img

By ETV Bharat Odisha Team

Published : Apr 30, 2024, 7:13 AM IST

ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟ , ୪ ରାଜ୍ୟରେ ଠାବ ହେଲେ ରାହୁଲର ୪ ସହଯୋଗୀ
ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟ , ୪ ରାଜ୍ୟରେ ଠାବ ହେଲେ ରାହୁଲର ୪ ସହଯୋଗୀ

GANJA SMUGGLING: ଗଞ୍ଜେଇ ମାଫିଆ ରାହୁଲର ୪ ସହଯୋଗୀ ଠାବ । ଓଡିଶାରୁ ଗଞ୍ଜେଇ କିଲୋପିଛା ୩ରୁ ୪ହଜାର‌ ଟଙ୍କାରେ‌ କିଣି ବାହାର ରାଜ୍ୟରେ ୧୫ ରୁ ୨୦ହଜାର ଟଙ୍କାରେ ବିକ୍ରି କରୁଥିଲା ସେ । ଗଞ୍ଜେଇ ରାକେଟର ପର୍ଦ୍ଦାଫାସ କରିବା ପାଇଁ ଏସଟିଏଫ ଓ ଏନସିବି ସହ ୪ ରାଜ୍ୟର ପୋଲିସର ସହଯୋଗ ଲୋଡିଛି ଓଡିଶା ପୋଲିସ ।ଅଧିକ ପଢନ୍ତୁ

ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟ , ୪ ରାଜ୍ୟରେ ଠାବ ହେଲେ ରାହୁଲର ୪ ସହଯୋଗୀ

ଭୁବନେଶ୍ବର: ମିଳୁନି ମୁମ୍ବାଇ ମାୟାନଗରୀ ଗଞ୍ଜେଇ ଚାଲାଣ ଲିଙ୍କ୍, ହତାଶ ସ୍ପେଶାଲ କ୍ରାଇମ୍ ୟୁନିଟ (SCU), ମିଳିଲା ୪ ରାଜ୍ୟର ୪ ବଡ଼ ସହଯୋଗୀଙ୍କ ଲିଷ୍ଟ । ପୋଲିସ ରିମାଣ୍ଡରେ ଆଣି ଗଞ୍ଜେଇ ମାଫିଆ ରାହୁଲଠୁ ମିଳିଛି ଏମିତି ଲିଙ୍କ୍ ।ଏନସିବି ଓ ୪ ରାଜ୍ୟ ପୋଲିସର ସହଯୋଗରେ ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟର ବଳୟ ଭେଦ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୋଲିସର । ତିନି ଦିନ ଧରି ରିମାଣ୍ଡରେ ଆଣି ଗଞ୍ଜେଇ ମାଫିଆ ରାହୁଲକୁ ପଚରାଉଚରା ବେଳେ ମିଳିଥିବା ତଥ୍ୟ ଆଧାରରେ ସୂଚନା ଦେଇ ଏହିପରି କହିଛନ୍ତି ପୋଲିସ ।

ମାଲକାନଗିରିରୁ ଗଞ୍ଜେଇ ଯୋଗାଡ଼ କରୁଥିଲା ରାହୁଲ । ରାଜ୍ୟ ବାହାରକୁ ସପ୍ଲାଏ ଦେବାରେ ସହଯୋଗ କରୁଥିଲା ।ପଶ୍ଚିମବଙ୍ଗରୁ ପୁରୁଣା ଗାଡି କିଣି ସିକ୍ରେଟ ଚାମ୍ବର କରି ସପ୍ଲାଏ କରୁଥିଲା ରାଜ୍ୟ ବାହାରକୁ । ଏନେଇ ପଶ୍ଚିମ ବଙ୍ଗର କିଛି ପୁରୁଣା ଗାଡି ଡିଲରଙ୍କ ସହ ସହ ଥିଲା ଖାସ କନେକ୍ସନ । ଅନେକ ଗାଡି କିଣି ଚିତ୍ରକୋଣ୍ଡାରୁ ସିଧା ଗଞ୍ଜେଇ ଚାଲାଣ କରିଛି ଅନେକ ରାଜ୍ୟକୁ । ବିଭିନ‌୍ନ ରାଜ୍ୟରେ ଓଡିଶା ଗଞ୍ଜେଇର ଡିମାଣ୍ଡ ଦେଖି ଖୁସ୍ ହୋଇଯାଇଥିଲା ରାହୁଲ । ଗଞ୍ଜେଇ କିଲୋ ପିଛା ୩ରୁ ୪ହଜାର‌ ଟଙ୍କାରେ‌ କିଣି ୧୫ ରୁ ୨୦ହଜାର ଟଙ୍କାରେ ବିକ୍ରି କରୁଥିଲା ।କ୍ଵିଣ୍ଟାଲ କ୍ଵିଣ୍ଟାଲ ଗଞ୍ଜେଇ ସପ୍ଲାଏ କରି ମାଲାମାଲ ସହ ୩ବର୍ଷ ଧରି ପୋଲିସର ରାଡାରକୁ ଆସିନଥିଲା ।

ଏନେଇ ପୋଲିସ ଓ ବିଭିନ୍ନ ଏଜେନ୍ସି ହାତରେ ଧରା ନ ପଡ଼ିବାକୁ ବିଭିନ୍ମ ଉପାୟ ବାଛିଥିଲା ସେ । ନଜର ହଟାଇବା ଭଳି ଟେକନିକ ଆପଣାଇ ଥିଲା ରାହୁଲ ।ଏପରିକି ପ୍ରେସ ଲେଖା ଗାଡିରେ ଗଞ୍ଜେଇ ଚାଲାଣ କରିବା ମଧ୍ୟ ରାହୁଲର ଦିମାଗ ରହିଥିଲା । ତେବେ ଗତ ୧୧ ଫେବୃଆରୀରେ ତାର ସହଯୋଗୀ କାର‌୍ ଯୋଗେ ଗଞ୍ଜେଇ ଚାଲାଣ ବେଳେ‌ ଧରାପଡିଥିଲେ ୩ଜଣ । ଯେଉଁମାନଙ୍କୁ ଦେଖା କରିବା ପାଇଁ ଜେଲକୁ ଆସି ରାହୁଲ ଧରାପଡ଼ିଥିଲା‌ ପୋଲିସ ହାତରେ । ରାହୁଲର ନେଟୱର୍କର ଚେର ପାଇବା ପରେ । ରାଜ୍ୟ ବାହାର ଲିଙ୍କ ନେଇ ତନାଘନା କରାଇବାକୁ ପୋଲିସ ପ୍ରୟାସ ଚଳାଇଛି ।ରାହୁଲର କିଛି ତରିକା ନେଇ ପୋଲିସ ଅଡୁଆରେ ପଡ଼ିଛି । ପରିବା‌ ବୋଝେଇ ଗାଡିରେ ଗଞ୍ଜେଇ କାରବାର କରିବାର ମଧ୍ୟ ପୋଲିସ ସୂଚନା ପାଇଛି ।

ଏନେଇ ଏସଟିଏଫ ଓ ଏନସିବି ସହ ଚାରି ରାଜ୍ୟର ପୋଲିସର ସହଯୋଗ ଲୋଡିଛି ପୋଲିସ ।ତେବେ ସହଯୋଗିଙ୍କ ଲିଙ୍କ୍ ମିଳିଥିବା ରାଜ୍ୟର ପୋଲିସର ସହାୟତାରେ ସେମାନଙ୍କ ତଥ୍ୟ କାଢ଼ିବାକୁ ଚାହୁଁଛି କମିଶନରେଟ ପୋଲିସ ।ତିନି‌ ବର୍ଷ ଧରି ବଡ଼ ଧରଣର ଗଞ୍ଜେଇ ଚାଲାଣ ସିଣ୍ଡିକେଟ ଚଳାଉଥିଲା ରାହୁଲ । ରାହୁଲର ରାଜ୍ୟ ବାହାରର ଲିଙ୍କ୍ ସାମ୍ନାକୁ ଆସିବାପରେ ତାର ଆର୍ଥିକ କାରବାର ମଧ୍ୟ ତନାଘନା ହୋଇଛି । ପୋଲିସ ଜାଣିବାକୁ ପାଇଛି ଅନେକ ବେପାରୀଙ୍କ ଠାରୁ ୟୁପିଆଇ ପେମେଣ୍ଟ ଓ ଅନଲାଇନ ପେମେଣ୍ଟରେ ଟଙ୍କା ନେଉଥିଲା ଅର୍ଥାତ୍ ଆଗୁଆ ପେମେଣ୍ଟ ପାଇବା ପରେ ସପ୍ଲାଏ ଦେଉଥିଲା ରାହୁଲ ।

ଏପରିକି ଅଧିକାଂଶ ସମୟରେ ରୋଜଗାର କରୁଥିବା ଟଙ୍କା ସେ ଅୟସ ଆରମରେ ଉଠାଉଥିଲା । ବଡବଡ ହୋଟେଲ ରହିବା ଓ ଫ୍ଲାଇଟରେ ରାଜ୍ୟ ବାହାରକୁ ଯାତ୍ରା କରିଥିଲା । ଏହାସହ ଡ୍ୟାନସ ବାରରେ ହୁକ୍କା ବାରରେ ଟଙ୍କା ଉଡାଇ ଖର୍ଚ୍ଚ କରୁଥିଲା । ସେ ବ୍ୟବହାର କରୁଥିବା ଏକ ଗାଡି ମଧ୍ୟ ଜବତ କରିଛି ପୋଲିସ । ଯାହାର ମାଲିକ କିଏ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ ..... ସାଙ୍ଗକୁ ଭେଟିବାକୁ ଆସି ଧରାପଡ଼ିଲା ମାଫିଆ, ଗଞ୍ଜେଇ କାରବାରରେ ମୁମ୍ବାଇ ଲିଙ୍କ୍ - Ganja Smuggler Arrested

ଆନ୍ତରାଜ୍ୟ ଗଞ୍ଜେଇ ନେଟୱର୍କର ଖୁଲାସା ପାଇଁ ରାହୁଲ ନେଟୱର୍କ ପଛରେ ପଡ଼ିଛି ସ୍ପେଶାଲ କ୍ରାଇମ୍ ୟୁନିଟ । ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣ ସିଣ୍ଡିକେଟ ମିଡିଲମ୍ୟାନ ଥିଲା ରାହୁଲ ନା ଆଉ କେହି ଏହାର ମାଷ୍ଟର ମାଇଣ୍ଡ ରହିଛନ୍ତି । ସେନେଇ ରାହୁଲ ସେଠୀକୁ ନେଇ ପୋଲିସ ରିମାଣ୍ଡରେ ଆସିଥିବା କିଛି ତଥ୍ୟ ଆଧାରରେ ଏବେ ସ୍ପେଶାଲ କ୍ରାଇମ୍ ୟୁନିଟ ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟ ବଳୟ ଭିତରୁ ପଶିବାକୁ ଚାହୁଁଛି । ରାହୁଲ ଯୋଗାଯୋଗରେ ଥିବା ୪ ରାଜ୍ୟର ଗଞ୍ଜେଇ ମାଫିଆଙ୍କ ତଥ୍ୟ ଯଥା ଦିଲ୍ଲୀ, ଉତ୍ତରପ୍ରଦେଶ,ଝାରଖଣ୍ଡ ,ବିହାର ଗଞ୍ଜେଇ ମାଫିଆଙ୍କର କାରବାର ବା ବ୍ୟବସାୟୀକ ବା ଅନ୍ୟ‌ କିଛି କାରବାର ରହିଛି । ଯାହା ଜରିଆରେ ଗଞ୍ଜେଇ ଚାଲାଣ ହେଉଥିଲା କି ସେ ନେଇ ସନ୍ଦେହ କରି ମଧ୍ୟ ତଥ୍ୟ କାଢ଼ିବାକୁ ପୋଲିସ ତାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.