ଓଡିଶା

odisha

ପ୍ରହସନ ପାଲଟିଛି ଉଠା ଜଳସେଚନ ପ୍ରକଳ୍ପ ! ଚାଷଜମିକୁ ମିଳୁନି ପାଣି

By

Published : Sep 26, 2022, 8:33 PM IST

ପ୍ରହସନ ପାଲଟିଛି ଉଠା ଜଳସେଚନ ପ୍ରକଳ୍ପ, ଚାଷଜମିକୁ ମିଳୁନି ପାଣି

ଗଜପତି ଜିଲ୍ଲାରେ ମହେନ୍ଦ୍ରତନୟା ନଦୀ ଉପରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ବ୍ୟୟବରାଦ କରିଛନ୍ତି । କିନ୍ତୁ ପୂର୍ବରୁ ମଧ୍ୟ ୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା ହୋଇଥିଲା । କିନ୍ତୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ୪ ଟିରୁ ଗୋଟିଏ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

ଗଜପତି: ଜିଲ୍ଲାରେ ପ୍ରହସନ ପାଲଟିଛି ଉଠା ଜଳସେଚନ ପ୍ରକଳ୍ପ । ପୂର୍ବରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା ହୋଇଥିଲା । କିନ୍ତୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ୪ ଟିରୁ ଗୋଟିଏ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏବେ ପୁଣି ସରକାର ରାୟଗଡ଼ ଏବଂ ଗୋଷାଣି ବ୍ଲକର ୧୯୯୯ ହେକ୍ଟର ଚାଷ ଜମିରେ ଜଳସେଚନ ପାଇଁ ମହେନ୍ଦ୍ରତନୟା ନଦୀ ଉପରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବ୍ୟୟବରାଦ କରିଛନ୍ତି । ଏହାକୁ ନେଇ ସରକାରଙ୍କୁ ଜିଲ୍ଲା ବିଜେଡି ଧନ୍ୟବାଦ ଜଣାଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ ।

ପ୍ରହସନ ପାଲଟିଛି ଉଠା ଜଳସେଚନ ପ୍ରକଳ୍ପ, ଚାଷଜମିକୁ ମିଳୁନି ପାଣି

ସରକାରଙ୍କୁ ବିଜେଡି ନେତାଙ୍କ ବାଃ ବାଃ

ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ଜିଲ୍ଲା ପାଇଁ ଉଠାଜଳସେଚନ ପ୍ରକଳ୍ପ ଘୋଷଣା କରାଯିବା ସହ ଏଥିପାଇଁ ବ୍ୟୟବରାଦ ମଧ୍ୟ କରାଯାଇଥିଲା । ଏଥିରେ ଗଜପତି ଜିଲ୍ଲାର ମହେନ୍ଦ୍ରତନୟା ନଦୀ ଉପରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ପ୍ରକଳ୍ପ କାମ ୩୬ ମାସ ମଧ୍ୟରେ ସରିବ ଏବଂ ଏହାର ୧୫ ବର୍ଷ ଯାଏଁ ରକ୍ଷଣାବେକ୍ଷଣ ଦାୟିତ୍ବ ସମ୍ପୃକ୍ତ ଠିକା ସଂସ୍ଥା ବହନ କରିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ବିଜେଡି ଜିଲ୍ଲା ସଭାପତି କହିଛନ୍ତି, "ଏହି ଯୋଜନା ଚାଷୀଙ୍କ ବିକାଶ କ୍ଷେତ୍ରରେ ସହାୟକ ହେବ । ଗଜପତି ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ରହିଛି । ପୂର୍ବରୁ କାଶୀନଗରଠାରେ ମେଗା ଯୋଜନା ଦ୍ବାରା ୪ଟି ପ୍ରକଳ୍ପର କାର୍ଯ୍ୟକ୍ରମ ଚାଲିଛି । ଅନେକ ଚାଷୀ ଏଥିଯୋଗୁଁ ଉପକୃତ ହେଉଛନ୍ତି । ଆଗାମୀ ଦିନରେ ଆହୁରି କାର୍ଯ୍ୟ ହାତକୁ ନିଆଯାଇଛି । ଆଗାମୀ ଦିନରେ ଚାଷ କ୍ଷେତ୍ରରେ ଗଜପତି ଯେପରି ନାଁ କରିପାରିବ ସେଥିପ୍ରତି କାର୍ଯ୍ୟ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ, CMଙ୍କୁ ଧନ୍ୟବାଦ ଜଣାଇଲା ଜିଲ୍ଲା BJD

ଚାଷୀଙ୍କ ପାଇଁ ଯୋଜନା, ଚାଷୀ ଅସନ୍ତୋଷ

ସରକାରଙ୍କ ଏହି ଘୋଷଣାକୁ ସ୍ଥାନୀୟ ଚାଷୀ ସହଜରେ ଗ୍ରହଣ କରିପାରିନାହାନ୍ତି । ପୂର୍ବରୁ ଚାଷୀଙ୍କ କଥା କହି କାଶୀନଗର ବ୍ଲକରେ ୧୩୨ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା ହୋଇଥଇଲା । ଏହାର କାମ ବି ଆରମ୍ଭ ହେଲା । ହେଲେ ଇତି ମଧ୍ୟରେ ୪ବର୍ଷରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଗୋଟିଏ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ । କେଉଁଠି କାମ ଅଧପନ୍ତରିଆ ହୋଇ ପଡିରହିଛି ତ, ଆଉ କେଉଁଠି ଦିନେ ଅଧେ ପ୍ରକଳ୍ପ ଚାଲି ବନ୍ଦ ହୋଇଯାଇଛି । ଏହିପ୍ରକଳ୍ପର କୌଣସି କାର୍ଯ୍ୟ।ଳୟ ଗଜପତି ଜିଲ୍ଲାରେ ନଥିବାରୁ ଚାଷୀ କେଉଁଠି ନିଜର ଅଭିଯୋଗ କରିପାରୁ ନାହାନ୍ତି । ସେପଟେ ପ୍ରଶାସନ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।

ଚାଷୀଙ୍କୁ ନେଇ ରାଜନୀତି କରିବା ସରକାରୀ ଦଳର ପୁରୁଣା ଅଭ୍ୟାସ

ନିର୍ବ।ଚନୀ ଋତୁ ଆସିଲେ ଚାଷୀଙ୍କୁ ନେଇ ରାଜନୀତି କରିବା ସରକାରୀ ଦଳର ପୁରୁଣା ଅଭ୍ୟାସ ବୋଲି କହି କଟାକ୍ଷ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ସେ କହିଛନ୍ତି, "ଗତ ୨୦୧୯ ମସିହା ସାଧାରଣ ନିର୍ବ।ଚନ ପୂର୍ବରୁ ଚାଷୀଙ୍କ ନାଁରେ କାଶୀନଗର ବ୍ଲକର ସାରା, ବଥବା ଏବଂ କିଡିଗାଁ ଠାରେ ୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମ।ଣ ପାଇଁ ସରକାର ଘୋଷଣା କରିଥିଲେ । ହେଲେ ଆଜି ଯାଏଁ ତାହା ଚାଷୀଙ୍କ କାମରେ ଆସିପାରୁନାହିଁ । ଏବେ ପୁଣି ନିର୍ବ।ଚନ ପାଖେଇ ଆସୁଥିବାରୁ ସରକାରଙ୍କର ପୁଣି ଚାଷୀଙ୍କ କଥା ମନେପଡିଛି ।" ତେବେ ବିଜେଡି କେବଳ ଦଳର ଓ ମୁଖ୍ୟମନ୍ତ୍ରୀଙ୍କର ଉନ୍ନତି ଚାହେଁ । ରାଜ୍ୟବାସୀ କିମ୍ବା ଚାଷୀଙ୍କ ପାଇଁ କେବେ ଚିନ୍ତା କରେନି ବୋଲି ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details