ETV Bharat / state

ସମ୍ବଲପୁର ଲୋକସଭା ଫାଇଟ୍: ଧର୍ମେନ୍ଦ୍ରଙ୍କୁ ଚେକମେଟ୍ ଦେବେ କି ନଗେନ୍ଦ୍ର ? - sambalpur lok sabha constituency

author img

By ETV Bharat Odisha Team

Published : Apr 29, 2024, 9:55 PM IST

ସମ୍ବଲପୁର ଲୋକସଭା ଫାଇଟ୍: ଧର୍ମେନ୍ଦ୍ରଙ୍କୁ ଚେକମେଟ୍ ଦେବେ କି ନଗେନ୍ଦ୍ର ?
ସମ୍ବଲପୁର ଲୋକସଭା ଫାଇଟ୍: ଧର୍ମେନ୍ଦ୍ରଙ୍କୁ ଚେକମେଟ୍ ଦେବେ କି ନଗେନ୍ଦ୍ର ?

LOK SABHA ELECTION 2024:ବଦଳିବ କି ସମ୍ବଲପୁର ରାଜନୀତି ପାଣିପାଗ । ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଡୁଆ ହେବେ କି କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ? ଅଧିକ ପଢନ୍ତୁ

ସମ୍ବଲପୁର ଲୋକସଭା ଫାଇଟ୍: ଧର୍ମେନ୍ଦ୍ରଙ୍କୁ ଚେକମେଟ୍ ଦେବେ କି ନଗେନ୍ଦ୍ର ?

ସମ୍ବଲପୁର: ରୋଚକ ହେବାକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଲଢେଇ । କାରଣ ବର୍ତ୍ତମାନ କଂଗ୍ରେସ ଦଳ ତାର ପ୍ରାର୍ଥୀ ପରିବର୍ତ୍ତନ କରି ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେବା ପରେ ଏଠାରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ପୂର୍ବରୁ ଏଠାରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଦଳ ପ୍ରଥମେ ଯୁବ ନେତା ଦୁଲାଲ ପ୍ରଧାନଙ୍କୁ ଟିକଟ ଦେଇଥିଲା । ତେବେ ଗତକାଲି କଂଗ୍ରେସ ତାର ପ୍ରାର୍ଥୀ ପରିବର୍ତ୍ତନ କରି ଦଳରେ ନୂତନ ଭାବେ ଯୋଗ ଦେଇଥିବା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଦୁଲାଲଙ୍କ ସ୍ଥାନରେ ପ୍ରାର୍ଥୀ କରିଛି । ଏଭଳି ସ୍ଥିତି ସମ୍ବଲପୁର ଲୋକସଭା ସିଟର ସମୀକରଣ ବର୍ତ୍ତମାନ ବଦଳିଥିବା କହିଛନ୍ତି ରାଜନୀତି ସମୀକ୍ଷକ ।

ଏପ୍ରିଲ 20ରେ କଂଗ୍ରେସ ଯୁବ ନେତା ଦୁଲାଲ ପ୍ରଧାନଙ୍କୁ ଏହି ଲୋକସଭା ପାଇଁ ପ୍ରାର୍ଥୀ କରିଥିଲା । ସେଥିପାଇଁ ଦୁଲାଲ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଥିଲେ । ହେଲେ ଗତକାଲି ହଠାତ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ନଗେନ୍ଦ୍ରଙ୍କୁ ଟିକଟ ଦେଇଛି । ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋରଧରିଛି । ନଗେନ୍ଦ୍ର 2014 ରୁ 2019 ପର୍ଯ୍ୟନ୍ତ ସମ୍ବଲପୁରର ବିଜେଡି ସାଂସଦ ଥିବାବେଳେ ଏହା ପୂର୍ବରୁ ସେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ସିଟରେ 3 ଥର ବିଧାୟକ ହେବା ସହ ଗଣଶିକ୍ଷା ମନ୍ତ୍ରୀ ହୋଇଥିଲେ । ତେଣୁ ସମ୍ବଲପୁର ଲୋକସଭା ଅଧିନରେ ଥିବା ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ଅଞ୍ଚଳରେ ନଗେନ୍ଦ୍ରଙ୍କ ଭଲ ସଂଗଠନ ରହିଛି ।

ଏହାସହ ସେ ଚଷା ସମ୍ପ୍ରଦାୟର ହୋଇଥିବା ବେଳେ ଏହି ଅଞ୍ଚଳରେ ଥିବା ଚଷା ଭୋଟ ଯାହା ଧର୍ମେନ୍ଦ୍ରଙ୍କ ଆଡକୁ ଯାଇଥାନ୍ତା, ତାକୁ ବିଭାଜିତ ହୋଇପାରେ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଯାହଫଳରେ ବିଜେପିର ଭୋଟ ହ୍ରାସ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସେ ପୂର୍ବରୁ ବିଜେଡି ଦଳରେ ଥିବାରୁ ବିଜେଡି ଭୋଟ ମଧ୍ୟ କାଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ .....କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List



ଅନ୍ୟପଟେ କଂଗ୍ରେସ ପକ୍ଷରୁ ନଗେନ୍ଦ୍ରଙ୍କ ପ୍ରାର୍ଥୀତ୍ୱକୁ ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇପାରେ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି । ଧର୍ମେନ୍ଦ୍ରଙ୍କୁ ଚେକମେଟ୍ ଦେବା ପାଇଁ ଏହା ବିଜେଡି କରି ଥାଇପାରେ ବୋଲି ସାଧାଣରେ ଚର୍ଚ୍ଚା ହେଉଛି । ତେବେ ଏନେଇ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, କଂଗ୍ରେସ ଟଙ୍କା ନେଇ ଟିକଟ ଦେଇଛି ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.