ଗଜପତିରେ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ, CMଙ୍କୁ ଧନ୍ୟବାଦ ଜଣାଇଲା ଜିଲ୍ଲା BJD

author img

By

Published : Sep 24, 2022, 1:34 PM IST

state cabinet sanctioned to irrigation project in gajapati

କ୍ୟାବିନେଟ ବୈଠକରେ ଗଜପତି ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଦୂର କରିବା ନେଇ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହାଦ୍ବାରା ଗଜପତି ଜିଲ୍ଲା ରାୟଗଡ ଏବଂ ଗୋଷାଣି ବ୍ଲକରେ 1999 ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ଅଧିକ ପଢ଼ନ୍ତୁ

ଗଜପତି: ମହେନ୍ଦ୍ରତନୟା ନଦୀଉପରେ ହେବ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ । ଏହାଦ୍ବାରା ଗଜପତି ଜିଲ୍ଲା ରାୟଗଡ ଏବଂ ଗୋଷାଣି ବ୍ଲକରେ 1999 ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ଫଳରେ ହଜାର ହଜାର ଚାଷୀ ଲାଭବାନ ହେବେ । ସ୍ଥାନୀୟ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି ।

ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ଜିଲ୍ଲା ପାଇଁ ଉଠାଜଳସେଚନ ପ୍ରକଳ୍ପ ଘୋଷଣା କରାଯିବା ସହ ଏଥିପାଇଁ ବ୍ୟୟବରାଦ ମଧ୍ୟ କରାଯାଇଛି । ଏହି ପ୍ରକଳ୍ପ କାମ 36 ମାସ ମଧ୍ୟରେ ସରିବ ଏବଂ ଏହାର 15ବର୍ଷ ଯାଏଁ ରକ୍ଷଣାବେକ୍ଷଣ ଦାୟିତ୍ବ ସମ୍ପୃକ୍ତ ଠିକା ସଂସ୍ଥା ବହନ କରିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ବିଜେଡି ଜିଲ୍ଲା ସଭାପତି କହିଛନ୍ତି," ଏହି ଯୋଜନା ଦ୍ବାରା ଚାଷୀଙ୍କ ବିକାଶ କ୍ଷେତ୍ରରେ ସହାୟକ ହେବ। ଗଜପତି ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ରହିଛି । ପୂର୍ବରୁ କାଶୀନଗରଠାରେ ମେଗା ଯୋଜନା ଦ୍ବାରା 4ଟି ପ୍ରକଳ୍ପର କାର୍ଯ୍ୟକ୍ରମ ଚାଲିଛି । ଅନେକ ଚାଷୀ ଏଥିଯୋଗୁଁ ଉପକୃତ ହେଉଛନ୍ତି । ଆଗାମୀ ଦିନରେ ଆହୁରି କାର୍ଯ୍ୟ ହାତକୁ ନିଆଯାଇଛି। ଆଗାମୀ ଦିନରେ ଚାଷ କ୍ଷେତ୍ରରେ ଗଜପତି ଯେପରି ନାଁ କରିପାରିବ ସେଥିପ୍ରତି କାର୍ଯ୍ୟ କରାଯାଉଛି ।"

ଗଜପତିରେ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ

ଏହା ମଧ୍ୟ ପଢ଼ନ୍ତୁ: ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀ-ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର କେତେ?

ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ତେଣୁ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଗଜପତି ଜିଲ୍ଲାବାସୀଙ୍କ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଧନ୍ୟବାଦ ଜଣାଇଛନ୍ତି। ସେହିପରି, କେନ୍ଦୁଝର ଜିଲ୍ଲାକୁ ମଧ୍ୟ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ମାଧ୍ୟମରେ କେନ୍ଦୁଝର ଜିଲ୍ଲାକୁ ୬୩୯.୪୯ କୋଟି ଟଙ୍କା ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ ।

ଏହି ଅନୁମୋଦନ ଦ୍ୱାରା କେନ୍ଦୁଝର ଜିଲ୍ଲାର ୧୭ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରିହେବ । ଏହି ଯୋଜନା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡ଼ିହି, ଆନନ୍ଦପୁର ଓ ଘଷିପୁରା ବ୍ଲକର ଵିଶେଷ ଭାବେ ଉପକୃତ ହେବେ। ଏହି ପ୍ରକଳ୍ପ ପ୍ରକଳ୍ପ ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.