ଓଡିଶା

odisha

ଦଳି ଦେଲା ଦନ୍ତା, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

By

Published : Sep 26, 2022, 7:13 PM IST

ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

ଦଳି ଦେଲା ଦନ୍ତା । ସ୍ବାମୀ ମୃତ ସ୍ତ୍ରୀ ଗୁରୁତର । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗ୍ରାମରେ ହାତୀ ଆତଙ୍କ । ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା ହାତୀ । ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ଢେଙ୍କାନାଳ:ଦଳି ଦେଲା ଦନ୍ତା । ସ୍ବାମୀ ମୃତ ସ୍ତ୍ରୀ ଗୁରୁତର । ହାତୀ ଆକ୍ରମଣରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର(One died in elephant attack) । ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ ସ୍ବାମୀ, ସ୍ତ୍ରୀ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗ୍ରାମରେ । ମୃତକ ଜଣକ ହେଉଛନ୍ତି ଚାନ୍ଦପୁର କାଉଁସନାଳି ସାହିର ରୁମା ବେହେରା ଓ ଗୁରୁତର ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ ତାରା ବେହେରା ।

ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ୨୦ରେ ପରବର୍ତ୍ତୀ ଶୁଣାଣି

ସୂଚନା ମୁତାବକ, ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ଦଦରାଘାଟି ସେକ୍ସନର ଚାନ୍ଦପୁର ଗ୍ରାମରେ ହାତୀ ଆତଙ୍କ । ସୋମବାର ସକାଳେ ଚାନ୍ଦପୁର କାଉଁସନାଳି ସାହିର ଉଭୟ ସ୍ୱାମୀ ସ୍ତ୍ରୀ ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଯାଉଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ । ଉଭୟଙ୍କୁ ଦନ୍ତା ଆକ୍ରମଣ କରିଥିଲା । ଫଳରେ ଉଭୟେ ଗୁରୁତର ଭାବେ ଆହାତ ହୋଇଥିଲେ । ତେବେ ଗୁରୁତର ଭାବେ ଉଭୟଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଯାଇଥିଲା । ତେବେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ସ୍ୱାମୀ ରୁମା ବେହେରାଙ୍କ ମୃତ୍ୟୁ ହୋଇଥିଲା । ଗରୁତର ସ୍ତ୍ରୀ ତାରା ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି ।

କିଛି ଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାରେ ହାତୀ ଉପଦ୍ରବ ଦେଖାଦେଇଛି । ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ହାତୀପଲ । କେତେବେଳେ ଗାଁ ଭିତରକୁ ପଶି ଆସୁଛନ୍ତି ତ ଆଉ କେତେବେଳେ କାହାକୁ ଦଳି ଦେଉଛନ୍ତି । ଜନବସତି ଅଞ୍ଚଳରେ ହାତୀକୁ ଦେଖି ଆତଙ୍କିତ ହୋଇ ପଡିଛନ୍ତି ଲୋକେ । ଏହାରି ଭିତରେ ଗତ ଜୁଲାଇ ୨୨ ତାରିଖ ଦିନ ଢେଙ୍କାନାଳର ମେଗା ନିକଟରେ ଏକ ଦନ୍ତା ହାତୀ ରାସ୍ତା ପାର୍ ହେଉଥିବାର ଦେଖାଯାଇଥିଲା । ଯେଉଁ କାରଣରୁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଥିଲା । ପୁଣି ସଦର ରେଞ୍ଜ ଅଞ୍ଚଳରେ ଆଉ ଏକ ଦନ୍ତା ସରଖିଆ ଗାଁ ଭିତରେ ବୁଲୁଥିବାର ନଜର ଆସିଥିଲା । ହାତୀଟି ଗାଁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ମଧ୍ୟ କରିଥିଲା । ଖାଦ୍ୟ ଅନ୍ବେଷଣରେ ଏହି ଗୋଠଛଡା ଦନ୍ତା ଗାଁ ମୁହାଁ ହେଉଛି । ବନବିଭାଗ ପକ୍ଷରୁ ଏମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details