ଓଡିଶା

odisha

ଜନଶୁଣାଣୀ କାର୍ଯ୍ୟକ୍ରମରେ ସରକାରୀ ବାବୁଙ୍କ ଗେମ ନିଶା, ଭିଡିଓ ଭାଇରାଲ

By

Published : Sep 6, 2022, 10:27 PM IST

ଜନଶୁଣାଣୀ କାର୍ଯ୍ୟକ୍ରମରେ ସରକାରୀ ବାବୁଙ୍କ ଗେମ ନିଶା, ଭିଡିଓ ଭାଇରାଲ

ବରଗଡ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ପଦ୍ମପୁର ଏମଆଇ ବିଭାଗର ଏସଡିଓ (SDO)ହେମନ୍ତ ମାରାଣ୍ଡି ଗେମ ଖେଳୁଥିବା ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ବରଗଡ:ସରକାରୀ ଅଧିକାରୀଙ୍କ ମୋବାଇଲରେ ଗେମ ଖେଳିବା ନିଶା । ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଗେମ ଖେଳୁଥିଲେ ସରକାରୀ ବାବୁ, କ୍ୟାମେରାରେ କଏଦ ହେଲା ଭିଡିଓ । ବରଗଡ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ପଦ୍ମପୁର ଏମଆଇ(MI) ବିଭାଗର ଏସଡିଓ (SDO)ହେମନ୍ତ ମାରାଣ୍ଡି ଗେମ ଖେଳୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜନଶୁଣାଣୀରେ ଲୋକଙ୍କ ସମସ୍ୟା ଉପରେ ସରକାରୀ ବାବୁ ଜଣଙ୍କ ଧ୍ୟାନ ନଦେବା ପ୍ରମାଣିତ ହୋଇଛି ।

ଜନଶୁଣାଣୀ କାର୍ଯ୍ୟକ୍ରମରେ ସରକାରୀ ବାବୁଙ୍କ ଗେମ ନିଶା, ଭିଡିଓ ଭାଇରାଲ

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଚାଲିଥିଲା । ଜିଲ୍ଲାପାଳ ମନୀଷା ବାନାର୍ଜୀ ପଦ୍ମପୁର ବ୍ଲକ କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣୀ କରୁଥିଲେ । ଏହି ସମୟରେ ପଦ୍ମପୁର ଏମଆଇ(MI) ବିଭାଗର ଏସଡିଓ (SDO) ହେମନ୍ତ ମାରାଣ୍ଡି ତାଙ୍କ ମୋବାଇଲରେ ଭିଡ଼ିଓ ଗେମ ଖେଳିବାରେ ମସଗୁଲ ଥିଲେ l ଖୋଦ ଜିଲ୍ଲାପାଳଙ୍କ ସମ୍ମୁଖରେ ଯଦି ସରକାରୀ ବାବୁ ଜଣଙ୍କ ଏପରି କାର୍ଯ୍ୟ କରୁଛନ୍ତି ତେବେ ନିଜ କାର୍ଯ୍ୟରେ କେତେ ସ୍ବଚ୍ଛତା ରଖୁଥିବେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମୋବାଇଲରେ କଏଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ''ଏମଆଇ ବିଭାଗର ଏସଡିଓ ହେମନ୍ତ ମରାଣ୍ଡି ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରେମରେ ଯୋଗ ଦେଇଛନ୍ତି । ସେଠାରେ ସମସ୍ତ ଅଧିକାରୀ ଓ ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେଉଥିବା ବେଳେ ଏହି ସମୟରେ ହେମନ୍ତ ମାରାଣ୍ଡି କିନ୍ତୁ ଗେମ ଖେଳିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି । ଟେବୁଲ ତଳେ ମୋବାଇ ରଖି ଗେମ ଖେଳୁଥିବା ବେଳେ କାଳେ କିଏ ଦେଖିଦେବ ସେଥି ପାଇଁ ମଝିରେ ମଝିରେ ଇଆଡେ ସିଆଡେ ନଜର ମଧ୍ୟ ପକାଉଛନ୍ତି । ଏହା ପରେ ପୁଣି ଗେମ ଖେଳିବା ଆରମ୍ଭ କରିଦେଉଛନ୍ତି ।" ଏହି ସମୟରେ କେହି ଜଣେ ପଛପଟୁ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବର୍ଷା-ଅନୁଭବ ପାରିବାରିକ ମାମଲା, ୧୫ରେ ହାଇକୋର୍ଟରେ ଚୂଡାନ୍ତ ଶୁଣାଣି

ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ୟ୍ୟକ୍ରମ ପରେ ସରକାରୀ ବାବୁ ଜଣଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଦେଖିବା ପରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବାକୁ ସେ କେତେ ଇଚ୍ଛୁକ ତାହା ସ୍ପଷ୍ଟ ବାରି ହୋଇପଡୁଛି । ଖାଲି ଦେଖିବାକୁ ବାକିରହିଲା ଏନେଇ ପ୍ରଶାସନ ତରଫରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏସଡିଓ ହେମନ୍ତ ମାରାଣ୍ଡିଙ୍କର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details