ଓଡିଶା

odisha

୩ କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ, ଦୁଇ ମୃତ

By

Published : Aug 14, 2023, 4:58 PM IST

ବରଗଡ଼ ଜିଲ୍ଲା ଅତାବିରା ଥାନା ୫୪ ନମ୍ବର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତିିନି ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ । ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଅଧିକ ପଢ଼ନ୍ତୁ

severe road accident in bargarh
ବରଗଡ଼ରେ ସଡ଼କ ଦୁର୍ଘଟଣା

ବରଗଡ଼: ଅତାବିରା ଥାନା ଅଧିନ ଗୋଡଭଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣ କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତିନି ଛାତ୍ରୀଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଲେ l ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରୀଙ୍କ ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଭାଉଜର ମୃତ୍ୟୁ ଖବର ପାଇ ବାପଘରକୁ ଆସିଥିଲା ନଣନ୍ଦ, ଦୁର୍ଘଟଣାରେ ଚାଲିଗଲା ଜୀବନ

ଏହା ମଧ୍ୟ ପଢ଼ନ୍ତୁ:ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ, ଦୁର୍ଘଟଣା ଘଟାଇଥିବା ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକେ

ସୂଚନା ଅନୁଯାୟୀ, ଆଜି(ସୋମବାର) ଦିନ ଦ୍ବିପହର ୧୨.୩୦ ସମୟରେ ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ବିନିକା ୫୪ ନମ୍ବର ରାଜପଥ ଛନ୍ଦପାଲି ଛକ ନିକଟରେ କାଦୋବାହାଲ କଲେଜରୁ ତିନି ଜଣ ଛାତ୍ରୀ ସାଇକେଲରେ କଲେଜରୁ ଫେରୁଥିଲେ । ଏହି ସମୟରେ ଗୋଡଭଗାରୁ ବିନିକା ଯାଉଥିବା ଏକ ପାଉଁରୁଟି ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ତିନି ଛାତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ ଗୁରୁତର ହୋଇପଡିଥିଲେ l ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ତିନି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭିମସାର ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ତିନି ଛାତ୍ରୀଙ୍କ ପରିଚୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ:Watch: ଦୁର୍ଘଟଣାର ଲାଇଭ, ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ ସ୍ବାମୀ-ସ୍ତ୍ରୀ ମୃତ

ଏହା ମଧ୍ୟ ପଢ଼ନ୍ତୁ:Sambalpur Accident: କୋଇଲା ବୋଝଇ ଟ୍ରକ ଓ 407 ମଧ୍ୟରେ ଧକ୍କା, ଜୀବନ୍ତ ଜଳିଗଲେ ଡ୍ରାଇଭର

ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ବଢିଯାଇଥିଲା ଏବଂ ରାଜପଥ ଅବରୋଧ କରାଗଲା । ଖବର ପାଇ ଗୋଡ଼ଭଗା ଫାଣ୍ଡି ପୋଲିସ ଦୁର୍ଘଟଣାସ୍ଥଳକୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଲାଗି ରହିଥିବା ଟ୍ରାଫିକ ସମସ୍ୟାକୁ ଦୂର କରିଥିଲେ l ତେବେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର୍‌ ହୋଇଯାଇଥିବା ବେଳେ ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details