Watch: ଦୁର୍ଘଟଣାର ଲାଇଭ, ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ ସ୍ବାମୀ-ସ୍ତ୍ରୀ ମୃତ

By

Published : Aug 9, 2023, 1:05 PM IST

thumbnail

ଶିମଲା: ହିମାଚଳ ପ୍ରଦେଶର ଶିମଲାରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି  । ଏଥିରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ସ୍ବାମୀ-ସ୍ତ୍ରୀ ବୋଲି ପରିଚୟ ମିଳିଛି । ଦୁର୍ଘଟଣାର ଲାଇଭ ଭିଡିଓ ମୋବାଇଲରେ ରେକର୍ଡ ହୋଇଛି । ଘଟଣାଟି ଗତକାଲି(ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୭ଟା ବେଳର । ଗୋଟିଏ ସେଓ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିବାରୁ ଏହି ଅଘଟଣ ଘଟିଛି  । ଟ୍ରକ ଓଲଟିବା ବେଳେ ୩ଟି କାର୍ ଓ ଗୋଟିଏ ବାଇକ ସହ ଧକ୍କା ହୋଇଥିଲା  ।

ଏହାମଧ୍ୟ ପଢନ୍ତୁ: Uttarakhand rain disaster: ପ୍ରାକୃତିକ ବିପର୍ଯ୍ୟୟରେ ବେହାଲ ଉତ୍ତରାଖଣ୍ଡ, ଭାଙ୍ଗିଲା ହୋଟେଲ ଭାସିଲେ ଲୋକେ

ସୂଚନା ଅନୁଯାୟୀ, ୫୨ ବର୍ଷୀୟ ମୋହନ ସିଂହ ନେଗି ଓ ତାଙ୍କ ପତ୍ନୀ ଆଶାର ନେଗି କାରରେ ନିଜ ଘର ଜୁବ୍ବଲ ଅଭିମୁଖେ ଯାଉଥିଲେ । ଶିମଲା ଜିଲ୍ଲାର ଠିୟୋଗ ନିକଟରେ ସୋଲେନ ଆଡକୁ ଦ୍ରୁତଗତିରେ ଯାଉଥିବା ଗୋଟିଏ ସେଓ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏବଂ ଏକ ମାରୁତି କାର୍ ସମେତ ୩ଟି କାର୍ ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ସମ୍ପୃକ୍ତ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣାର ଘଣ୍ଟାଏ ପରେ ଜେସିବି ସାହାଯ୍ୟରେ ଟ୍ରକରୁ ରାସ୍ତାକଡକୁ ନିଆଯାଇଥିଲା ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏହି ଦୁର୍ଘଟଣା ସମୟର ଚିତ୍ର ମୋବାଇଲରେ କଏଦ ହୋଇଛି  ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.