ଓଡିଶା

odisha

Adelaide International: ସେମିଫାଇନାଲରେ ସାନିଆ-ନାଦିଆ ଯୋଡି

By

Published : Jan 6, 2022, 6:57 PM IST

Sania Mirza and Nadiia Kichenok enter semis of Adelaide International
Adelaide International: ସେମିଫାଇନାଲରେ ସାନିଆ ମୀର୍ଜା ()

ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ ସେମିଫାଇନାଲରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା । ଅଧିକ ପଢନ୍ତୁ

ଆଡିଲେଡ୍‌:ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ଟୁର୍ନାମେଣ୍ଟରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବିଜୟ ଅଭିଯାନ ଜାରି । ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସାନିଆ ଓ ତାଙ୍କର ୟୁକ୍ରେନ ପାର୍ଟନର ନାଦିଆ କିଚେନକ୍‌ । ଗୁରୁବାର ଖେଳାଯାଇଥିବା କ୍ବାର୍ଟର ମୁକାବିଲାରେ ଆମେରିକୀୟ ଖେଳାଳି ସେଲବି ରୋଜର୍ସ ଓ ଗ୍ରେଟ୍‌ ବ୍ରିଟେନ୍‌ର ହିଥର ୱାଟସନଙ୍କୁ ପରାସ୍ତ କରିଛନ୍ତି ସାନିଆ ଓ ନାଦିଆ ଯୋଡି ।

ଏହାମଧ୍ୟ ପଢନ୍ତୁ:ICC Women's World Cup: ଟିମ ଇଣ୍ଡିଆ ଘୋଷଣା, ପାକିସ୍ତାନ ସହ ପ୍ରଥମ ମୁକାବିଲା

ସାନିଆ ଓ ନାଦିଆ ଯୋଡି କ୍ବାର୍ଟର-ଫାଇନାଲରେ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୬-୦, ୧-୬, ୧୦-୫ ସେଟ୍‌ରେ ହରାଇଛନ୍ତି । ଏହି ମ୍ୟାଚ୍‌ ୫୫ ମିନିଟ୍‌ ଧରି ଖେଳାଯାଇଥିଲା । ଭାରତ ଓ ୟୁକ୍ରେନ ଯୋଡି ସେମିଫାଇନାଲରେ ଅଷ୍ଟ୍ରେଲୀୟ ଯୋଡି ଆସଲେ ବାର୍ଟି ଓ ଷ୍ଟୋର୍ମ ସାଣ୍ଡର୍ସଙ୍କୁ ଭେଟିବେ ।

ସାନିଆ ଓ ନାଦିଆ ଯୋଡି ପୂର୍ବରୁ ଜର୍ବିଏଲା ଡାବ୍ରୋସକି ଓ ଗିୟୁଲିଆନା ଓଲମସଙ୍କୁ ୧-୬, ୬-୩, ୧୦-୮ରେ ପ୍ରଥମ ରାଉଣ୍ଡରେ ହରାଇଥିଲେ । ଜାନୁଆରୀ ୧୭ରୁ ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ମେଗା ଟେନିସ ଟୁର୍ନାମେଣ୍ଟ ପୂର୍ବରୁ ଆଡିଲେଡ୍‌ ଇଣ୍ଟରନ୍ୟାସନାଲ୍‌ ଖେଳାଯାଉଛି ।

IANS

ABOUT THE AUTHOR

...view details