ICC Women's World Cup: ଟିମ ଇଣ୍ଡିଆ ଘୋଷଣା, ପାକିସ୍ତାନ ସହ ପ୍ରଥମ ମୁକାବିଲା

author img

By

Published : Jan 6, 2022, 3:43 PM IST

BCCI announces squad for ICC Women's World Cup and New Zealand series

ICC ମହିଳା ବିଶ୍ବକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ୧୮ ଜଣିଆ ବିଶ୍ବକପ ସ୍କ୍ବାଡ୍‌ରେ ମିତାଲି ରାଜ କ୍ୟାପଟେନ୍‌ ଓ ହରମନପ୍ରୀତ କୌରଙ୍କୁ ଭାଇସ-କ୍ୟାପଟେନ ଭାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ICC ମହିଳା ବିଶ୍ବକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ବୋର୍ଡ ପକ୍ଷରୁ ଘୋଷିତ ୧୮ ଜଣିଆ ବିଶ୍ବକପ ସ୍କ୍ବାଡ୍‌ର ନେତୃତ୍ବ ମିତାଲି ରାଜଙ୍କୁ ମିଳିଛି । ହରମନପ୍ରୀତ କୌରଙ୍କୁ ଭାଇସ-କ୍ୟାପଟେନ ଭାର ମିଳିଛି ।

ମିତାଲି ରାଜଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ବକପର ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ । ମାର୍ଚ୍ଚ ୬ରେ ବେ ଓଭାଲ, ତୌରଙ୍ଗାରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ସର୍ବଭାରତୀୟ ମହିଳା ଚୟନକର୍ତ୍ତା କମିଟି ମହିଳା ଟିମର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ମଧ୍ୟ ସ୍କ୍ବାଡ୍‌ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧୧ରୁ ଏହି ୫ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ଖେଳାଯିବ । ଏହାପୂର୍ବରୁ ଏକ ଟି-୨୦ ମ୍ୟାଚ୍‌ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଭାରତୀୟ ଟିମ ।

ଏହାମଧ୍ୟ ପଢନ୍ତୁ: ୬୩ ବର୍ଷରେ ପଦାପର୍ଣ କଲେ କପିଲ, ଦେଶକୁ ଦେଇଥିଲେ ପ୍ରଥମ କ୍ରିକେଟ ବିଶ୍ବକପ

ICC ମହିଳା ବିଶ୍ବକପ ଓ ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌:

ମିତାଲି ରାଜ(କ୍ୟାପଟେନ୍‌), ହରମନପ୍ରୀତ କୌର(ଭାଇସ-କ୍ୟାପଟେନ), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ୟାସ୍ତିକା ଭାଟିଆ, ଦିପ୍ତୀ ଶର୍ମା, ରିଚା ଘୋଷ(ୱିକେଟ କିପର), ସ୍ନେହା ରାଣା, ଝୁଲଣ ଗୋସ୍ବାମୀ, ପୂଜା ବସ୍ତ୍ରକର, ମେଘା ସିଂହ, ରେଣୁକା ସିଂହ ଠାକୁର, ତାନିଆ ଭାଟିଆ(ୱିକେଟ କିପର), ରାଜେଶ୍ବରୀ ଗାଏକ୍ବାଡ, ପୁନମ ଯାଦବ ।

ଷ୍ଟାଣ୍ଡବାଏ ଖେଳାଳି: ସଭିନେନି ମେଘନା, ଏକତା ବିଷ୍ଟ, ସିମ୍ରନ ଦିଲ ବାହାଦୂର

ୱାନ-ଅଫ୍‌ ଟି-୨୦ ମ୍ୟାଚ୍‌ ପାଇଁ ଭାରତୀୟ ମହିଳା ସ୍କ୍ବାଡ୍‌:

ହରମନପ୍ରୀତ କୌର(କ୍ୟାପଟେନ୍‌), ସ୍ମୃତି ମାନ୍ଧାନା(ଭାଇସ-କ୍ୟାପଟେନ୍‌), ଶେଫାଳି ବର୍ମା, ୟାସ୍ତିକା ଭାଟିଆ, ଦିପ୍ତୀ ଶର୍ମା, ରିଚା ଘୋଷ(ୱିକେଟ-କିପର), ସ୍ନେହା ରାଣା, ପୂଜା ବସ୍ତ୍ରକର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିଆ ଭାଟିଆ(ୱିକେଟ କିପର), ରାଜେଶ୍ବରୀ ଗାଏକ୍ବାଡ, ପୁନମ ଯାଦବ, ଏକତା ବିଷ୍ଟ, ଏସ. ମେଘନା, ସିମ୍ରନ ଦିଲ ବାହାଦୂର ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.