ଓଡିଶା

odisha

ରୋଡ ସେଫ୍ଟି ୱାର୍ଲଡ ସିରିଜ: ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ମ୍ୟାଚ

By

Published : Feb 23, 2021, 10:45 PM IST

ରୋଡ ସେଫ୍ଟି ୱାର୍ଲଡ ସିରିଜର ପ୍ରଥମ ମ୍ୟାଚରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ଟକ୍କର। ମାର୍ଚ୍ଚ 5 ତାରିଖରେ ଛତିଶଗଡ଼ ରାୟପୁରର ଶହୀଦ ବୀର ନାରାୟଣ ସିଂହ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ। ଅଧିକ ପଢ଼ନ୍ତୁ...

first match between india and bangladesh in road safety world series
ରୋଡ ସେଫ୍ଟି ୱାର୍ଲଡ ସିରିଜ: ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ମ୍ୟାଚ

ମୁମ୍ବାଇ: ରୋଡ ସେଫ୍ଟି ୱାର୍ଲଡ ସିରିଜର ପ୍ରଥମ ମ୍ୟାଚରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ଟକ୍କର। ମାର୍ଚ୍ଚ 5 ତାରିଖରେ ଛତିଶଗଡ଼ ରାୟପୁରର ଶହୀଦ ବୀର ନାରାୟଣ ସିଂହ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ। ବାଂଲାଦେଶ ଲିଜେଣ୍ଡସ ଓ ଇଣ୍ଡିଆ ଲିଜେଣ୍ଡସ ମଧ୍ୟରେ ହେବାକୁ ଏହି ମ୍ୟାଚକୁ ନେଇ ଉଭୟ ଦଳ ଉତ୍ସାହିତ ରହିଛନ୍ତି।

ଅଷ୍ଟ୍ରେଲିଆ ଲିଜେଣ୍ଡସ ଏହି ଟୁର୍ଣ୍ଣାମେଣ୍ଟରୁ ହଟିବା ପରେ ବାଂଲାଦେଶ ଲିଜେଣ୍ଡସ ସାମିଲ ହୋଇଛି। ମାର୍ଚ୍ଚ 5 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ 21 ତାରିଖ ଯାଏଁ ଚାଲିବ। ସମସ୍ତ ମ୍ୟାଚ ଶହୀଦ ବୀର ନାରାୟଣ ସିଂହ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦେଖିବା ପାଇଁ ଫେବ୍ରୁଆରୀ 23 ତାରିଖରୁ ବୁକମାଇ ଶୋରୁ ଟିକେଟ ବିକ୍ରି ଆରମ୍ଭ ହେବ। ଟିକେଟର ମୂଲ୍ୟ 100 ଟଙ୍କାରୁ ଆରମ୍ଭ ହୋଇ 1500 ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାଛଡ଼ା ରିସ୍ତେ ସିନେପ୍ଲସ, କଲର୍ସ ସିନେପ୍ଲସରେ ଏହାର ସିଦ୍ଧା ପ୍ରସାରଣ କରାଯିବ।

ମାର୍ଚ୍ଚ 7 ତାରିଖରେ ଇଂଲଣ୍ଡ ଲିଜେଣ୍ଡସ ଓ ବାଂଲାଦେଶ ଲିଜେଣ୍ଡସ ମଧ୍ୟରେ ମ୍ୟାଚ ଖେଳାଯିବ। ପ୍ରତ୍ୟେକ ଦିନ ସନ୍ଧ୍ୟା 7ଟା ସମୟରେ ଏହି ମ୍ୟାଚ ଆରମ୍ଭ ହେବା ନେଇ ସୂଚନା ମିଳିଛି । 17 ତାରିଖ ସେମିଫାଇନାଲ ମ୍ୟାଚ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ 6ଟି ଦେଶର କିମ୍ବଦନ୍ତୀ ଖେଳାଳି ଭାଗ ନେବେ। ଏଥିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟ ଇଣ୍ଡିଜ, ବାଂଲାଦେଶ ଓ ଭାରତ ସାମିଲ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଯୋଗୁଁ ପଡି଼ଆରେ ସର୍ବକାଳୀନ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହେୱାଗ, ବ୍ରାଏନ ଲାରା, ବ୍ରେଟ ଲି, ତିଲକରତ୍ନେ ଦିଲସାନ ଓ ଜଣ୍ଟି ରୋଡସ ଭଳି ଖେଳାଳିଙ୍କୁ ଦେଖିବାକୁ ମିଳିବ।

@ians

ABOUT THE AUTHOR

...view details