ଓଡିଶା

odisha

IND vs AUS ODI: ଆଜି ଦ୍ବିତୀୟ ଦିନିକିଆ, ସିରିଜ ସିଲ ଲକ୍ଷ୍ୟରେ ଭାରତ

By

Published : Mar 19, 2023, 8:53 AM IST

IND vs AUS ODI

ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ ଖେଳାଯିବ । 1-0ରେ ଆଗୁଆ ଥିବା ଟିମ ଇଣ୍ଡିଆ ଆଜି ସିରଜ ବିଜୟ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ:ବିଶାଖାପାଟଣାର ୱାଇ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଆଜି (ରବିବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଜିତି 1-0ରେ ଆଗୁଆ ଥିବା ଟିମ ଇଣ୍ଡିଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳି ନଥିଲେ । ବର୍ତ୍ତମାନ ସେ ଦଳକୁ ଫେରିଛନ୍ତି । ରୋହିତଙ୍କ ନେତୃତ୍ବରେ କଙ୍ଗାରୁ ଦଳକୁ ମାତ ଦେବାକୁ ମଇଦାନକୁ ଓହ୍ଲାଇବ ମେନ ଇନ ବ୍ଲ୍ୟୁ । ରୋହିତ ଆସିବା ପରେ ଦଳରେ ଆଜି ପରିବର୍ତ୍ତନର ସମ୍ଭାବନା ରହିଛି । ଇଷାନ କିଶନ ବାଦ ପଡିପାରନ୍ତି । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ପୂର୍ବ ତ୍ରୁଟିକୁ ସୁଧାରି ଦ୍ବିତୀୟ ଦିନିକିଆ ଜିତିବାକୁ ଲକ୍ଷ୍ୟ ରଖିଛି । ଅପରାହ୍ନ 1ଟା 30ରୁ ମ୍ୟାଚ ଆରମ୍ଭ ହେବ ।

ପ୍ରଥମ ଦିନିକିଆରେ ଭାରତର ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ମହମ୍ମଦ ସାମି ଓ ମହମ୍ମଦ ସିରାଜ ଲୟରେ ରହିଛନ୍ତି । ସାମି ସିରାଜ 3ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜାଡେଜା 2ଟି ୱିକେଟ ନେଇଥିଲେ । ହାର୍ଦ୍ଦିକ ଓ କୂଳଦୀପ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତର ବୋଲିଂ ବିଭାଗ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ବ୍ୟାଟିଂରେ ପ୍ରଦର୍ଶନ ନିରାଶଜନକ ରହିଥିଲା । ନିୟମିତ ବ୍ୟବଧାନରେ ଦଳର ୱିକେଟ ପତନ ହୋଇଥିଲା । ଫର୍ମକୁ ଫେରିବାକୁ ସଂଘର୍ଷ କରୁଥିବା କେଏଲ ରାହୁଲ ଓ ଜାଡେଜା ସଙ୍କଟମୋଚକ ସାଜି ଦଳକୁ ବିଜୟୀ କରାଇଥିଲେ । ମଧ୍ୟ ଭାଗରେ ଉଭୟ ସ୍ଥିତି ସମ୍ଭାଳି ଖେଳିଥିଲେ ଫଳରେ 5 ୱିକେଟରେ ଭାରତ ପ୍ରଥମ ଦିନିକିଆ ଜିତିଥିଲା ।

ଭାରତର ଟପ ଅର୍ଡର ବ୍ୟାଟିଂ ସମସ୍ୟା ରହିଛି । ବୋଲିଂ ବିଭାଗ ସନ୍ତୁଳିତ ରହିଛି । ୱାଙ୍ଖଡେରେ ସାମି ଓ ସିରାଜ ପିଚରୁ ଫାଇଦା ଉଠାଇ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଆଜି ଦଳକୁ ଜିତିବାକୁ ହେବେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବେ ତେବେ ଯାଇ ବିଜୟ ସହଜ ହେବ । ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ ପ୍ରଥମ ଦିନିକିଆରେ ବିଫଳ ହୋଇଥିଲେ । ଆଜି ଏହି 3 ବ୍ୟାଟରଙ୍କ ନିକଟରୁ ସଫଳ ଇନିଂସ ଆଶା କରାଯାଉଛି ।

ଏହା ବି ପଢନ୍ତ...WPL 2023: ମୁମ୍ବାଇ ବିଜୟଧାରାରେ ବ୍ରେକ, 5 ୱିକେଟରେ ଜିତିଲା ୟୁପି

ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା କଙ୍ଗାରୁ ଦଳ କମବ୍ୟାକ ଲକ୍ଷ୍ୟରେ ରହିଛି । କାମଚଳା ଅଧିନାୟକ ସ୍ମିଥଙ୍କ ନେତୃତ୍ବରେ ଖେଳୁଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଜିତିବାକୁ ନୂଆ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଅଷ୍ଟ୍ରେଲିଆର ମିଚେର ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ଭାରତ ପାଇଁ ବିପଦ ହୋଇପାରନ୍ତି । ପ୍ରଥମ ମୁକାବିଲାରେ ଷ୍ଟାର୍କ 3ଟି ୱିକେଟ ନେଇଥିଲେ । ମାର୍କସ 2ଟି ୱିକେଟ ନେଇଥିଲେ । ଦଳର ବ୍ୟାଟିଂ ଲାଇନ ସେତେଟା ଦୃଢ ନାହିଁ । ପାଣିପାଗ ଅନୁସାରେ ବିଶାଖାପାଟଣାରେ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ମ୍ୟାଚ ପ୍ରଭାବିତ ହେବ । ଓଭର କମିବ । ଦ୍ବିତୀୟ ପାଳିରେ ବ୍ୟାଟିଂ କରୁଥିବା ଦଳ ଲାଭବାନ ହେବ ।

ABOUT THE AUTHOR

...view details