ETV Bharat / sports

ଆଜି କୋଲକାତାକୁ ଭେଟିବ ଦିଲ୍ଲୀ, ପ୍ରତିଶୋଧ ଲକ୍ଷ୍ୟରେ DC - IPL 2024

author img

By ETV Bharat Odisha Team

Published : Apr 29, 2024, 2:25 PM IST

Etv Bharat
Etv Bharat

IPL 2024: ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକାତା-ଦିଲ୍ଲୀ । ଚଳିତ ସିଜିନରେ ଦ୍ବିତୀୟ ଥର ଦୁଇ ଦଳ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

କୋଲକାତା: ଆଜି ଆଇପିଏଲରେ ରହିଛି 47ତମ ମୁକାବିଲା । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନଇଟ ରାଇଡର୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଧଳ । ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଦିଲ୍ଲୀ କ୍ୟାପାଟାଲ୍ସ । ଚଳିତ ସିଜିନରେ ଦୁଇ ଦଳ ପରସ୍ପରକୁ ଦ୍ବିତୀୟ ଥର ଭେଟିବାକୁ ଯାଉଛନ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ଏହି ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା SRH, 78ରନରେ ଜିତିଲା CSK - IPL 2024

ଏପ୍ରିଲ 3 ତାରିଖରେ ଦିଲ୍ଲୀ କ୍ୟାପାଟାଲ୍ସ ଓ କେକେଆର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। 106 ରନରେ ଦିଲ୍ଲୀକୁ ପରାସ୍ତ କରି ବିଜୟୀ ହୋଇଥିଲା କୋଲକାତା । ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରିଛି ଋଷଭ ବାହିନୀ । ସେପଟେ ପୂର୍ବ ମ୍ୟାଚରେ ପଞ୍ଜାବ ଠାରୁ ପରାଜିତ ହୋଇଥିବାରୁ ବିଜୟ ଧାରକୁ ପୁଣି ଫେରିବାକୁ ବ୍ୟାକୁଳ ଆୟରବାହିନୀ। ଫଳରେ ଆଜି ଇଡେନ ଗାର୍ଡେନରେ ଛକା ଚୌକାର ବର୍ଷା ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-ଫେଲ ମାରିଲେ SRH ଟପ୍ ଅର୍ଡର, ହାଇଦ୍ରାବାଦଠୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ - IPL 2024

ଚଳିତ ସିଜିନରେ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା 8ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଛି ଦଳ । 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ପଞ୍ଜାବ ବିପକ୍ଷ ମ୍ୟାଚରେ 20 ଓଭରରେ କେକେଆର 6 ଓ୍ବିକେଟ ହରାଇ 261 ରନ କରିଥିଲା । ପଞ୍ଜାବ 8 ବଲ ବାକି ଥାଇ 2 ଓ୍ବିକେଟ ହରାଇ 262 ରନ କରି ବିଜୟୀ ହୋଇଥିଲା । ପୂର୍ବ ଭୁଲକୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଫିଲ, ସୁନିଲ ନାରିନ ଓ ଭେଙ୍କଟସଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା କରାଯାଉଛି ।

ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସୁଦ୍ଧା 10ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଛି । 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ଦଳ । ପୂର୍ବ ମ୍ୟାଚରେ ଦଳ ମୁମ୍ବାଇକୁ ଭେଟିଥିଲା । 10 ରନରେ ମୁମ୍ବାଇକୁ ପରାସ୍ତ କରିଥିଲା ଦଳ । ତେଣୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଦୁର୍ଘଟଣାରୁ ସୁସ୍ଥ ହୋଇ ଫେରିବା ପରେ ଋଷଭଙ୍କ ପ୍ରଦର୍ଶନ ମଧ୍ୟ ଆଖି ଦୃଶିୟା ରହିଛି । ଗୁଜୁରାଟ ବିପକ୍ଷ ମ୍ୟାଚରେ ସେ ଧୂଆଁଧାର ବ୍ୟାଟିଂ କରିଥିଲେ । ତେଣୁ ତାଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.