ETV Bharat / sports

37 ବର୍ଷରେ ପାଦ ଥାପିଲେ ହିଟମ୍ୟାନ, ଜାଣନ୍ତୁ ରୋହିତଙ୍କ କ୍ରିକେଟ କ୍ୟାରିୟର - Rohit Sharma Birthday

author img

By ETV Bharat Odisha Team

Published : Apr 30, 2024, 8:54 AM IST

Etv Bharat
Etv Bharat

Hitman Rohit Sharma Birthday: ଆଜି ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଜନ୍ମଦିନ । 37 ବର୍ଷରେ ପାଦ ଥାପିଛନ୍ତି ରୋହିତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହିଟମ୍ୟାନ ରୋହିତ । ଦିନେ କ୍ଷୀର ପ୍ୟାକେଟ ବିକ୍ରି କରି କ୍ରିକେଟ କିଟ କିଣିଥିଲେ । ଏବେ ଭାରତୀୟ କ୍ରିକେଟ ଟିମର ଅଧିନାୟକ । ଫିଲ୍ଡରେ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳେ ବଡ ବଡ ଛକା ଓ ଚୌକା । ରୋହିତଙ୍କ ବ୍ୟାଟିଂ ଦେଖି ଲୟ ହରାନ୍ତି ବିପକ୍ଷ ଦଳର ବୋଲର । ବିଶ୍ବକପରେ ତାଙ୍କର ନେତୃତ୍ବ ବେସ ପ୍ରଶଂସନୀୟ । ହିଟମ୍ୟାନ ଭାବେ ପରିଚିତ ଏହି ଖେଳାଙ୍କ ଆଜି ଜନ୍ମଦିନ । 37 ବର୍ଷରେ ପାଦ ଥାପିଛନ୍ତି ରୋହିତ ଶର୍ମା । ଜନ୍ମଦିନ ଅବସରରେ ସାଥି ଖେଳାଳି ଓ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛି । 1987 ମସିହା ଆଜିର ଦିନରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ ରୋହିତ । 2007ରେ ଭାରତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । 17 ମଧ୍ୟ ବର୍ଷ ମଧ୍ୟରେ କ୍ରିକେଟ କ୍ୟାରିୟରରେ ସେ ଅନେକ ରେକର୍ଡ ହାସଲ କରିବା ସହ ସଫଳତାର ଶୀର୍ଷ ଛୁଇଁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରୋହିତଙ୍କ ନେତୃତ୍ବରେ T-20 ବିଶ୍ବକପ ଜିତିବ ଭାରତ: ଜୟ ଶାହ

2007 ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ରୋହିତ ଶର୍ମା । ସେହିବର୍ଷ ଆଇସିସି ଟି -20 ବିଶ୍ୱକପ ଖେଳି ଥିଲେ । 2013 ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ସେ ଦୁଇଟି ଅର୍ଦ୍ଧଶତକ ସମେତ ହାରାହାରି 35.40 ରେ ପାଞ୍ଚଟି ଇନିଂସରେ 177 ରନ୍ ସଂଗ୍ରହ କରିଥିଲେ। ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନଥିଲେ । 2013 ମସିହା ନଭେମ୍ବର 6 ତାରିଖରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ।

କ୍ରିକେଟ କ୍ୟାରିୟର: ବର୍ତ୍ତମାନ ସୁଦ୍ଧା ସେ 262ଟି ଦିନିକିଆ ମ୍ୟାଚ ଖେଳି 10,709 ରନ ସଂଗ୍ରହ କରିଛନ୍ତି । ଏଥିରେ 31ଟି ଶତକ, 3ଟି ଡବଲ ସେଞ୍ଚୁରୀ ଓ 55ଟି ଅର୍ଦ୍ଧଶତକ ସାମିଲ ରହିଛି । 264 ତାଙ୍କର ଶ୍ରେଷ୍ଠ ବ୍ୟକ୍ତିଗତ ରନ । ଯାହା ODI କ୍ରିକେଟ୍ ଇତିହାସରେ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ । 59ଟି ଟେଷ୍ଟ ମ୍ୟାଚରେ 101 ଇନିଂସ ଖେଳି 4,138 ରନ କରିଥିଲେ । ଏଥିରେ 12ଟି ଶତକ, ଗୋଟିଏ ଡବଲ ସେଞ୍ଚୁରୀ ସାମିଲ ରହିଛି । ଟି20ରେ 151ଟି ମ୍ୟାଚରେ 143ଟି ଇଂନିସ ଖେଳି 3,974 ରନ ସଂଗ୍ରହ କରିଛନ୍ତି । ଏଥିରେ 5ଟି ଶତକ ଓ 29ଟି ଅର୍ଦ୍ଧଶତକ ସାମିଲ ରହିଛି । ଆଇପିଏଲର 251ଟି ମ୍ୟାଚରେ 274ଥ ଇଂନିସ ଖେଳି 6, 522 ରନ କରିଛନ୍ତି । ଏଥିରେ 2ଟି ଶତକ ଓ 42ଟି ଅର୍ଦ୍ଧଶତକ ସାମିଲ ରହିଛି । ସୀମିତ ଓଭର କ୍ରିକେଟରେ ଜଣେ ଆକ୍ରାମକ ବ୍ୟାଟସମ୍ୟାନ ଭାବରେ ଖ୍ୟାତି ଲାଭ କରିଛନ୍ତି ରୋହିତ ଶର୍ମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.