ଓଡିଶା

odisha

Toshakhana Case: ଆଜି କୋର୍ଟରେ ହାଜର ହେବେ ଇମ୍ରାନ ଖାନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପିଟିଆଇ ନେତା

By

Published : Mar 18, 2023, 2:31 PM IST

Etv Bharat

ଆଜି କୋର୍ଟରେ ହାଜର ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କୋର୍ଟ ଯାଉଥିବାବେଳେ ଇମ୍ରାନଙ୍କ କାରକେଡରେ ସାମିଲ ଗାଡି ଦୁର୍ଘଟଣାଗ୍ରସ୍ତ । ଅଧିକ ପଢନ୍ତୁ

ଇସଲାମବାଦ: ତୋଷାଖାନା ଦୁର୍ନୀତି ମାମଲାରେ ଆଜି କୋର୍ଟରେ ହାଜର ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଜି ଇସଲାମବାଦ କୋର୍ଟରେ ଏହି ଦୁର୍ନୀତି ମାମଲାର ଶୁଣାଣି ହେବାକୁ ଥିବାବେଳେ ଏଥିପାଇଁ ପିଟିଆଇ ନେତା ଲାହୋରରୁ ଇସଲାମବାଦ ଅଭିମୁଖେ ବାହାରିଛନ୍ତି । ତେବେ ଇସଲାମବାଦ ଯାଉଥିବା ସମୟରେ ଇମ୍ରାନ ଖାନଙ୍କ କାରକେଡରେ ସାମିଲ ଗୋଟିଏ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଛି । ତେବେ ଦୁର୍ଘଟଣାରୁ ଇମ୍ରାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କର କାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି ।

କୋର୍ଟରେ ହାଜର ହେବାକୁ ନେଇ ଇମ୍ରାନ ଖାନ କହିଛନ୍ତି, ମୁଁ ସବୁ ମାମଲାରେ ଜାମିନ ପାଇବା ପରେ ମଧ୍ୟ PDM ସରକାର ମୋତେ ଗିରଫ କରିବାକୁ ଚାହୁଁଛନ୍ତି । ତାଙ୍କର ଖରାପ ଉଦ୍ଦେଶ୍ୟ ସମ୍ପର୍କରେ ଜାଣି ମଧ୍ୟ ମୁଁ ଇସଲାମବାଦ ଅଦାଲତରେ ହାଜର ହେବାକୁ ଯାଉଛି । କାରଣ ମୁଁ ଆଇନକୁ ସମ୍ମାନ କରେ ବୋଲି କହିଛନ୍ତି ପିଟିଆଇ ନେତା । ଅନ୍ୟପଟେ ଇମ୍ରାନଙ୍କ ହାଜର ହେବାକୁ ନେଇ କୋର୍ଟ ପରିସରରେ ସୁରକ୍ଷା କଡାକଡି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଦୁଇ ବର୍ଷ ପରେ ଫେସବୁକ-ୟୁଟ୍ୟୁବକୁ ଫେରିଲେ ଟ୍ରମ୍ପ, ପୋଷ୍ଟ କରି ଲେଖିଲେ ଆଇ ଏମ ବ୍ୟାକ୍‌ !

ପ୍ରକାଶଥାଉ କି, ନିଜର ପ୍ରଧାନମନ୍ତ୍ରୀ କାଳରେ ଇମ୍ରାନ ଖାନ ବିଦେଶୀ ପ୍ରତିପକ୍ଷ ଠାରୁ ପାଇଥିବା ଉପହାର ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ତୋଷାଖାନା ମାମଲାରେ ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ଏକ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଇସଲାମବାଦରୁ ଏକ ପୋଲିସ୍ ଟିମ୍ ତାଙ୍କର ଲାହୋର ସ୍ଥିତ ବାସଭବନରେ ପହଞ୍ଚିଥିଲେ । ହେଲେ ସେଠାରେ ପୋଲିସ ଓ ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ସମର୍ଥକମାନେ ଗିରଫଦାରୀକୁ ବିରୋଧ କରି ପୋଲିସ ଉପରେ ପଥରମାଡ କରିଥିଲେ । ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ, ପାଣି ସ୍ପ୍ରେ କରିଥିଲା । ପରେ ପିଟିଆଇ ନେତା କୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇଥିଲେ ।

ଏହାମଧ୍ୟ ପଢନ୍ତୁ: Putin arrest warrant: ପୁଟିନ ବିରୋଧରେ ଆଇସିସିର ଗିରଫ ପରୱାନା

ଏହାମଧ୍ୟ ପଢନ୍ତୁ: Earthquake hits Assam: ଭୂମିକମ୍ପରେ ଥରିଲା ଆସାମ, କେର୍ମାଡେକ ଦ୍ବୀପରେ ପୁଣି ୫.୦ ତୀବ୍ରତାର ଭୂକମ୍ପ

ABOUT THE AUTHOR

...view details