ଦୁଇ ବର୍ଷ ପରେ ଫେସବୁକ-ୟୁଟ୍ୟୁବକୁ ଫେରିଲେ ଟ୍ରମ୍ପ, ପୋଷ୍ଟ କରି ଲେଖିଲେ ଆଇ ଏମ ବ୍ୟାକ୍‌ !

author img

By

Published : Mar 18, 2023, 9:50 AM IST

trump writes first facebook post

୨ବର୍ଷ ପରେ ଫେସବୁକ ଏବଂ ୟୁଟ୍ୟୁବକୁ ଫେରିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫେସବୁକରେ ଲେଖିଲେ ଆଇ ଏମ ବ୍ୟାକ୍‌ ।

ଓ୍ବାଶିଂଟନ: ପୁଣି ସୋସିଆଲ ମିଡିଆରେ ରାଜ କରିବେ ଟ୍ରମ୍ପ । ହଟିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମାଜିକ ଗଣମାଧ୍ୟମ ଉପରକୁ ନିଷେଧାଦେଶ । ଦୀର୍ଘ ଦୁଇ ବର୍ଷ ପରେ ଫେସବୁକ ୟୁଟ୍ୟୁବ ଫେରିଲେ ଟ୍ରମ୍ପ । ଖୁସି ହୋଇ ଲେଖିଲେ ମୁଁ ପୁଣି ଫେରିଲି (ଆଇ ଏମ ବ୍ୟାକ୍!) ।

trump writes first facebook post
trump writes first facebook post

ଟ୍ରମ୍ପ ୧୨ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଉକ୍ତ ଭିଡିଓଟି ୨୦୧୬ ମସିହାରେ ନିର୍ବାଚନ ଜିତିବା ପରେ ବିଜୟ ଭାଷଣର । ତାଙ୍କର ପ୍ରସିଦ୍ଧ ମେକ ଆମେରିକା ଗ୍ରେଟ ଅଗେନ ସ୍ଲୋଗାନକୁ ସେ ଭିଡିଓରେ ଯୋଡିଛନ୍ତି । ତେବେ ସୂଚନାଅନୁସାରେ, ଫେବୃଆରୀ ମାସରେ ମେଟା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସଚଳ କରିଥିଲା । ମେଟାର ପଲିସି ନିର୍ଦ୍ଦେଶିକା ଆଣ୍ଡିଷ୍ଟୋନ ଏନେଇ ସୂଚନା ଦେଇଥିଲେ । କହିରଖୁଛୁ କି, ୨୦୨୧ ମସିହା ଜାନୁଆରୀ ୬ ତାରିଖରେ କ୍ୟାପିଟାଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମେଟା ବନ୍ଦ କରିଦେଇଥିଲା । ତା’ପରେ ଆନୁଷ୍ଠାନିକ ଭାବେ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା ।

୨୦୨୧ରେ ଶେଷ ପୋଷ୍ଟ: ୨୦୨୧ ମସିହା ଜାନୁଆରୀ ୬ ତାରିଖରେ ଟ୍ରମ୍ପ ଶେଷଥର ପାଇଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । "ସେଭ ଆମେରିକା" ବୋଲି ଲେଖି ଟରମ୍ପ ଏକ ପୋଷ୍ଟ କରିଥିଲେ । ଯାହାକି ସେ ତାଙ୍କ ସମର୍ଥକଙ୍କୁ କ୍ୟାପିଟାଲ ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଇନଷ୍ଟାଗ୍ରାମରେ ଏହି ପୋଷ୍ଟକୁ ସେୟାର କରି ଟ୍ରମ୍ପ ଏହାର କ୍ୟାପସନ ଦେଇଥିଲେ, " ମୁଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏଲିପ୍ସରେ ସେଭ୍ ଆମେରିକା ରାଲିରେ କିଛି ଘୋଷଣା କରିବି.. ଆପଣ ଶୀଘ୍ର ପହଞ୍ଚନ୍ତୁ ।" ଅନ୍ୟପଟେ ନିଲମ୍ବନ ପୂର୍ବରୁ ଫେସବୁକରେ ଟ୍ରମ୍ପଙ୍କ ଶେଷ ପୋଷ୍ଟ କରି ଲୋକଙ୍କୁ କ୍ୟାପିଟାଲ ଛାଡିବାକୁ ଆହ୍ବାନ ଦେଇଥିଲେ । ସେ ଲେଖିଥିଲେ," ଆମେରିକାରେ ସମସ୍ତେ ଶାନ୍ତିରେ ରୁହନ୍ତୁ ବୋଲି ଚାହୁଁଛି । କୌଣସି ପ୍ରକାର ହିଂସା କର ନାହିଁ । ମନେରଖ ଆମେ କାନୁନ ଏବଂ ବ୍ୟବସ୍ଥା ତିଆରି କରୁଥିବା ପାର୍ଟି ।"

ତେବେ ଶୁକ୍ରବାର ଦିନ ଟ୍ରମ୍ପଙ୍କର ୟୁଟ୍ୟୁବ ଆକାଉଣ୍ଟକୁ ମଧ୍ୟ ସଚଳ କରିଦିଆଯାଇଥିବା ନେଇ ୟୁଟ୍ୟୁବ ପକ୍ଷରୁ ଟ୍ବଟ କରି ସୂଚନା ଦିଆଯାଇଛି । ଟ୍ବିଟ କରି କୁହାଯାଇଛି, "ଆଜି ଠାରୁ ଟ୍ରମ୍ପ ନିଜର ଚ୍ୟାନେଲରେ କଣ୍ଟେଣ୍ଟ ଅପଲୋଡ କରିପାରିବେ । ଆଉ କୌଣସି ପ୍ରତିବନ୍ଧକ ନାହିଁ । ଟ୍ରମ୍ପ ପୁଣି ଥରେ ନିୟମ ଉଲ୍ଲଙ୍ଘନ କରିବେ ତାହାଲେ ତାଙ୍କ ବିରୋଧରେ ପୂର୍ବ ଅପେକ୍ଷା ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ପ୍ରକାଶଥାଉକି, ୭୬ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କର ଫେସବୁକରେ ୩୪ ମିଲିୟନ ଫୋଲର୍ସ ଅଛନ୍ତି । ଏହସହ ୟୁଟ୍ୟୁବରେ ୨.୬ ମିଲିୟନ ସବସ୍କ୍ରାଇବର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.